ETV Bharat / state

ଆମ୍ବୁଲାନ୍ସ କର୍ମଚାରୀଙ୍କ ସମ୍ମୁଖ ଯୋଦ୍ଧା ମାନ୍ୟତା ଦାବି

author img

By

Published : May 20, 2021, 9:11 PM IST

ବଲାଙ୍ଗୀର ଆମ୍ବୁଲାନ୍ସ କର୍ମଚାରୀମାନେ ଏବେ କୋରୋନା ସମ୍ମୁଖ ଯୋଦ୍ଧା ମାନ୍ୟତା ସହ ସମାନ କାମକୁ ସମାନ ମର୍ଯ୍ୟାଦା ଦାବି କରିଛନ୍ତି । ଅଧିକ ପଢନ୍ତୁ...

ଆମ୍ବୁଲାନ୍ସ କର୍ମଚାରୀଙ୍କ ସମ୍ମୁଖ ଯୋଦ୍ଧା ମାନ୍ୟତା ଦାବି
ଆମ୍ବୁଲାନ୍ସ କର୍ମଚାରୀଙ୍କ ସମ୍ମୁଖ ଯୋଦ୍ଧା ମାନ୍ୟତା ଦାବି

ବଲାଙ୍ଗୀର: ବଲାଙ୍ଗୀର ଆମ୍ବୁଲାନ୍ସ କର୍ମଚାରୀ ତଥା ଡ୍ରାଇଭରମାନେ ଏବେ କରୋନା ସମ୍ମୁଖ ଯୋଦ୍ଧା ମାନ୍ୟତା ପାଇଁ ଦାବି କରିବା ସହ ସବୁ ସୁବିଧା ଯୋଗାଇ ଦେବାକୁ କହିଛନ୍ତି । ସରକାର ପୂର୍ବରୁ ସ୍ବାସ୍ଥ୍ୟକର୍ମୀ ଓ ସୁରକ୍ଷାକର୍ମୀଙ୍କୁ କୋରୋନା ସମ୍ମୁଖ ଯୋଦ୍ଧା ଭାବରେ ମାନ୍ୟତା ଦେଇଛନ୍ତି । ସମାନ ଭାବରେ ପରବର୍ତ୍ତୀ ସମୟରେ ସରକାର ସାମ୍ବାଦିକଙ୍କୁ ମଧ୍ୟ ସମାନ ମାନ୍ୟତା ଦେଇଛନ୍ତି ।

ଅନ୍ୟପଟେ ଏହି ଆମ୍ବୁଲାନ୍ସ କର୍ମଚାରୀମାନେ ମଧ୍ୟ ସମାନ କାମ କରି ଆସୁଛନ୍ତି ଏବଂ କରୋନା ସଂକ୍ରମିତ ତଥା ମୃତ ବ୍ୟକ୍ତିଙ୍କୁ ଏମାନେ ନିଷ୍ଠାର ସହ ସେବା ଦେଇ ଆସୁଛନ୍ତି । ତେବେ ଏମାନେ ମଧ୍ୟ ବିପଦପୂର୍ଣ୍ଣ ଭାବରେ ଏହି କୋରୋନା ସମୟରେ କାମ କରୁଥିବାବେଳେ ସରକାର ଏଯାଏଁ ଏମାନଙ୍କୁ କୌଣସି ସୁବିଧା ଯୋଗାଇ ଦେଇ ନାହାଁନ୍ତି ବୋଲି ଆମ୍ବୁଲାନ୍ସ କର୍ମଚାରୀମାନେ ଦାବି କରିଛନ୍ତି ।

ତେବେ କେବଳ ବଲାଙ୍ଗୀର ଜିଲ୍ଲାରେ 27ଟି ସରକାରୀ ଆମ୍ବୁଲାନ୍ସ ଓ 35ଟି ଘରୋଇ ଆମ୍ବୁଲାନ୍ସ ରହିଛି । ଯେଉଁଥିରେ ପାଖପାଖି 200 କର୍ମଚାରୀ କାମ କରୁଛନ୍ତି । ତେବେ ଏମାନେ ସମସ୍ତେ ସିଧା ସଳଖ ଭାବରେ କୋରୋନା ସଂକ୍ରମିତଙ୍କ ସସ୍ପର୍ଶରେ ଆସୁଥିବା ବେଳେ ବିପଦପୂର୍ଣ୍ଣ ଭାବରେ ଏମାନେ କାର୍ଯ୍ୟ ତୁଲାଇ ଆସୁଛନ୍ତି । ତେବେ ଏଭଳି ପରିସ୍ଥିତିରେ ଏମାନେ ଏବେ କୋରୋନା ସମ୍ମୁଖ ଯୋଦ୍ଧା ମାନ୍ୟତା ଦାବି ସହ ସବୁ ସରକାରୀ ସୁବିଧା ଯୋଗାଇ ଦେବାର ଦାବି କରିଛନ୍ତି ।

ବଲାଙ୍ଗୀରରୁ ଶେଖ ମହମ୍ମଦ ଓ୍ବାହିଦ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.