ETV Bharat / state

ଘରୋଇ ସ୍କୁଲରେ ଛାତ୍ରଙ୍କୁ ମାଡ଼ ଘଟଣା, ସ୍କୁଲ ନିର୍ଦ୍ଦେଶକଙ୍କ ବିରୋଧରେ ମାମଲା ରୁଜୁ

author img

By

Published : Apr 19, 2023, 7:12 AM IST

ଘରୋଇ ସ୍କୁଲରେ ଛାତ୍ରଙ୍କୁ ମାଡ଼ ମାରିବା ଘଟଣାରେ ସ୍କୁଲ ନିର୍ଦ୍ଦେଶକଙ୍କ ବିରୋଧରେ ମାମଲା ରୁଜୁ କରି ଘଟଣା ତଦନ୍ତ ଆରମ୍ଭ ହୋଇଛି । ଅଧିକ ପଢ଼ନ୍ତୁ

student assault at private school in balangir
ବଲାଙ୍ଗୀରରେ ଘରୋଇ ସ୍କୁଲରେ ଛାତ୍ରଙ୍କୁ ମାଡ଼ ଅଭିଯୋଗ

ବଲାଙ୍ଗୀର: ଘରୋଇ ସ୍କୁଲରେ ଛାତ୍ରଙ୍କୁ ମାଡ଼ ମାରିବା ଘଟଣା । ନାବାଳକ ନ୍ୟାୟ ଆଇନ (JJ Act) ଆଧାରରେ ସ୍କୁଲ ନିର୍ଦ୍ଦେଶକଙ୍କ ବିରୋଧରେ ମାମଲା ରୁଜୁ କରି ଘଟଣା ତଦନ୍ତ କରୁଛି ପୋଲିସ । ବଲାଙ୍ଗୀର ଶିଶୁ ମଙ୍ଗଳ କମିଟି ମଧ୍ୟ ଏହାର ତଦନ୍ତ ଆରମ୍ଭ କରିଛି । ପୀଡିତ ଛାତ୍ର ଓ ତାଙ୍କ ପରିବାରକୁ ଉଚିତ ନ୍ୟାୟ ଦେବାପାଇଁ ଦୃଷ୍ଟାନ୍ତମୂଳକ ପଦକ୍ଷେପ ନିଆଯିବ ବୋଲି ଶିଶୁ ମଙ୍ଗଳ କମିଟି ଅଧ୍ୟକ୍ଷ ସୂଚନା ଦେଇଛନ୍ତି ।

ଗତ ସୋମବାର ବଲାଙ୍ଗୀର ଖୁଜେନପାଲି ଠାରେ ଥିବା ଏକ ଘରୋଇ ସ୍କୁଲ ନାଁରେ ଛାତ୍ରକୁ ନିର୍ଯାତନା ଦେଉଥିବା ଅଭିଯୋଗ ଆସିଥିଲା । ନବମ ଶ୍ରେଣୀରେ ନୂଆ କରି ନାମ ଲେଖାଇଥିବା ପାଟଣାଗଡର ଜ୍ୟୋତିର୍ମୟ ଦାସଙ୍କୁ ଏଠିକାର ନିର୍ଦ୍ଦେଶକ ଶଶୀ ଦୀକ୍ଷିତ ମାଡ଼ମାରି ତାଙ୍କ କାନ ଫଟାଇ ଦେଇଥିବାର ଅଭିଯୋଗ ହୋଇଥିଲା । ହଷ୍ଟେଲରେ ବେଡ ନଥିବାରୁ ପ୍ରଥମେ ତାଙ୍କୁ ତଳେ ଶୋଇବାକୁ ଦିଆ ଯାଇଥିବା ବେଳେ ପରେ ନିର୍ଦ୍ଦେଶକ ତାଙ୍କୁ ବିନା କାରଣରେ କାନକୁ ଚାପୁଡ଼ା ମାରିଥିଲେ । ଫଳରେ ଛାତ୍ରର କାନରୁ ରକ୍ତ ଶ୍ରାବ ହୋଇଥିଲା । ଏହାପରେ ସମ୍ପୃକ୍ତ ନିର୍ଦ୍ଦେଶକ ତାଙ୍କୁ ଉଠବସ କରାଇଥିଲେ । ତେବେ ଏହି ଘଟଣାର ସାତ ଦିନ ପରେ ଛାତ୍ରଙ୍କ ମାଆବାପା ତାଙ୍କୁ ଭେଟିବାକୁ ଯିବା ସମୟରେ ଜଣାପଡ଼ିଥିଲା । ଛାତ୍ର ଜଣକତ କାନରେ ଯନ୍ତ୍ରଣା ଅନୁଭବ କରୁଥିବାରୁ ତାଙ୍କୁ ବଲାଙ୍ଗୀର ଭୀମ ଭୋଇ ଡାକ୍ତରଖାନାକୁ ନିଆଯାଇଥିଲା ।

କାନରେ ଜୋରରେ ଆଘାତ ଲାଗିଥିବା ଡାକ୍ତର ସୂଚନା ଦେଇଥିଲେ । ସେପଟେ ଏସମ୍ପର୍କରେ ସ୍କୁଲ ପ୍ରଶାସନ ସହିତ ଆଲୋଚନା କରିବା ପାଇଁ ଯାଇଥିବା ବେଳେ ଓଲଟା ତାଙ୍କୁ ଧମକ ଚମକ ଦେଇଥିବା ଛାତ୍ରଙ୍କ ବାପା ଉମେଶ ଦାସ କହିଛନ୍ତି । ଚାଇଲ୍ଡ ଲାଇନ ସଦସ୍ୟମାନେ ଏହି ଅଭିଯୋଗକୁ ବଲାଙ୍ଗୀର ଶିଶୁ ମଙ୍ଗଳ କମିଟି ସମ୍ମୁଖରେ ହାଜର କରିଥିଲେ । ନିଜେ ନ୍ୟାୟ ଚାହିଁବା ସହ ଆଗାମୀ ଦିନରେ ଅନ୍ୟ ଛାତ୍ରଙ୍କ ସହ ଏପରି ନଘଟୁ ବୋଲି କହିଛନ୍ତି । ତେଣୁ ଦୋଷୀ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ସେ ଦାବି କରିଛନ୍ତି । ସେପଟେ ଶିଶୁ ମଙ୍ଗଳ କମିଟି ସଦସ୍ୟ ଲତାଶ୍ରୀ କହିଛନ୍ତି ଯେ, "ଏହି ଅଭିଯୋଗ ପାଇଲା ପରେ ଏକ ମାମଲା ରୁଜୁ ହୋଇଛି । ଏହାକୁ ନେଇ ଟିକି ନିଖି ତଦନ୍ତ କରାଯିବ । ସ୍କୁଲ କର୍ତ୍ତୃପକ୍ଷ ଓ ଅନ୍ୟମାନଙ୍କୁ ମଧ୍ୟ ଜେରା କରାଯିବ । ଶିଶୁର ମଙ୍ଗଳ ପାଇଁ ତଥା ତାକୁ ନ୍ୟାୟ ଦେବା ପାଇଁ ସମସ୍ତ ପଦକ୍ଷେପ ନିଆଯିବ ।"

ଇଟିଭି ଭାରତ, ବଲାଙ୍ଗୀର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.