ETV Bharat / state

ପଞ୍ଚାୟତରେ ବ୍ୟାପକ ଦୁର୍ନୀତି ଅଭିଯୋଗ, ତଦନ୍ତ ଦାବି କଲେ ଗ୍ରାମବାସୀ

ବଲାଙ୍ଗୀର ବଙ୍ଗୋମୁଣ୍ଡା ବ୍ଲକ କପିଲ ଭଟାଗ୍ରାମ ପଞ୍ଚାୟତରେ ବ୍ୟାପକ ଦୁର୍ନୀତି ଅଭିଯୋଗ ଆଣିଲେ ଗ୍ରାମବାସୀ । ପୋଖରୀ ଉନ୍ନତିକରଣ, ମାଟିକାମ, ଆବାସ ଯୋଜନା ଆଦିରେ ହେଉିଛି ଦୁର୍ନୀତି । ଅଧିକ ପଢନ୍ତୁ

author img

By ETV Bharat Odisha Team

Published : Sep 11, 2023, 7:56 AM IST

ପଞ୍ଚାୟତରେ ବ୍ୟାପକ ଦୁର୍ନୀତି ଅଭିଯୋଗ
ପଞ୍ଚାୟତରେ ବ୍ୟାପକ ଦୁର୍ନୀତି ଅଭିଯୋଗ
ପଞ୍ଚାୟତରେ ବ୍ୟାପକ ଦୁର୍ନୀତି ଅଭିଯୋଗ

ବଲାଙ୍ଗୀର: ବଙ୍ଗୋମୁଣ୍ଡା ବ୍ଲକ କପିଲ ଭଟାଗ୍ରାମ ପଞ୍ଚାୟତରେ ବ୍ୟାପକ ଦୁର୍ନୀତି ଅଭିଯୋଗ ଆଣିଲେ ଗ୍ରାମବାସୀ । ପଞ୍ଚାୟତରେ ମହାତ୍ମା ଗାନ୍ଧୀ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନାରେ ଦୁର୍ନୀତି ହୋଇଥିବା ଅଭିଯୋଗ କରିଛନ୍ତି । ଏନେଇ ଗ୍ରାମବାସୀଙ୍କ ଦ୍ବାରା ବଲାଙ୍ଗୀର ସାମ୍ବାଦିକ ଭବନରେ ଏକ ସାମ୍ବାଦିକ ସମ୍ମିଳନୀ ହୋଇଯାଇଛି ।

ତେବେ ଅଭିଯୋଗ ଅନୁସାରେ, ପଞ୍ଚାୟତରେ ପୋଖରୀ ଉନ୍ନତିକରଣ, ମାଟିକାମ, ଆବାସ ଯୋଜନାରେ ବ୍ୟାପକ ଦୁର୍ନୀତି ହେଉଛି । ଯେଉଁଥିରେ ଏଠିକାର ଜି ଆର ଏସ ଓ ଲୋକ ପ୍ରତିନିଧି ମାନେ ମିଳିତ ଭାବରେ ସବୁ ଯୋଜନାରେ ଅର୍ଥ ଲୁଟ କରୁଛନ୍ତି । ସେହିପରି ଆବାସ ଯୋଜନା ପାଇଁ କୋଡ଼ିଏ ହଜାର ଟଙ୍କା ଲାଞ୍ଚ ନିଆଯାଉଥିବା ବେଳେ ଲୋକ ପ୍ରତିନିଧି ଓ ଜିଆରଏସଙ୍କ ସମ୍ପର୍କୀୟ ମାନଙ୍କୁ ଏହି ଆବାସ ଦିଆଯାଇଥିବାର ଅଭିଯୋଗ କରିଛନ୍ତି ଗ୍ରାମବାସୀ ।

କିନ୍ତୁ ଏହି ଯୋଜନାରେ ଯୋଗ୍ୟ ନ ଥିବା ଲୋକଙ୍କୁ ଘର ଦିଆଯାଉଥିବା ବେଳେ ଏଥିରୁ ପ୍ରକୃତ ହିତାଧିକାରୀ ବଞ୍ଚିତ ହେଉଛନ୍ତି । ସେହିପରି ପୋଖରୀ ଉନ୍ନତିକରଣ ଓ ମାଟି କାମରେ ମଧ୍ୟ ଲକ୍ଷାଧିକ ଟଙ୍କା ନେଇ ନିମ୍ନ ମାନର କାମ ହେଉଛି । ଯାହାକୁ ନେଇ ବ୍ଲକ ପ୍ରଶାସନ ସହିତ ବଲାଙ୍ଗୀର ଜିଲ୍ଲା ପ୍ରଶାସନକୁ ଜଣାଇଥିଲେ ମଧ୍ୟ କେହି କୌଣସି ପଦକ୍ଷେପ ନେଉ ନ ଥିବାର ଗାଁର କମଲ ଛାତ୍ରିଆ ଓ ଗୋପୀନାଥ ବିଶି କହିଛନ୍ତି । ଏଥିସହ ଏଠିକାର ଜିଆରଏସ ଓ ଲୋକ ପ୍ରତିନିଧି ଏହି ଟଙ୍କାରେ କୋଟିପତି ହୋଇଥିବା ବେଳେ ଲୋକେ ଅଧିକାରରୁ ବଞ୍ଚିତ ହେଉଛନ୍ତି ।

ଏହା ମଧ୍ୟ ପଢନ୍ତୁ- ଦୁର୍ନୀତିରେ ଉବୁଟୁବୁ ବୌଦ୍ଧ ଜିଲ୍ଲା ଶ୍ରମ କାର୍ଯ୍ୟାଳୟ ! ଜଣେ କର୍ମଚାରୀ ବହିଷ୍କୃତ

ଏହା ମଧ୍ୟ ପଢନ୍ତୁ- ବୌଦ୍ଧ ଜିଲ୍ଲାରେ ଆବାସ ଯୋଜନାରେ ମହାଦୁର୍ନୀତି ! ବିଜେପିର ଆନ୍ଦୋଳନ ଚେତାବନୀ

ତେଣୁ ଏହାର ତଦନ୍ତ ଭିଜିଲାନ୍ସ ଦ୍ୱାରା କରାଯାଉ ବୋଲି ଦାବି କରିଛନ୍ତି ଗ୍ରାମବାସୀ । ପ୍ରଶାସନ ଏହା ଉପରେ ପଦକ୍ଷେପ ନ ନେଲେ ଏମାନେ କୋର୍ଟର ଆଶ୍ରୟ ନେବାକୁ ବାଧ୍ୟ ହେବେ ବୋଲି କହିଛନ୍ତି । ଅନ୍ୟପଟେ ଏହି ଅଭିଯୋଗକୁ ନେଇ ପ୍ରଶାସନର କୌଣସି ପ୍ରତିକ୍ରିୟା ମିଳିପାରି ନାହିଁ । ପ୍ରକାଶ ଥାଉକି, ଏହି ବ୍ଲକ ମରୁଡି ଓ ଦାଦନ ପ୍ରବଣ ବ୍ଲକ ଅଟେ । ଏଠିକାର ଲୋକ ମୌଳିକ ସୁବିଧାରୁ ବଞ୍ଚିତ ହେଉଥିବାର ସବୁ ବେଳେ ଅଭିଯୋଗ ହୋଇ ଆସିଛି । ତେଣୁ ପ୍ରଶାସନ ଏହି ଅଭିଯୋଗ ପ୍ରତି ଦୃଷ୍ଟି ଦେବାକୁ ଦାବି ହୋଇଛି ।

ଇଟିଭି ଭାରତ, ବଲାଙ୍ଗୀର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.