ETV Bharat / state

ଘର କବାଟ ଭାଙ୍ଗି 20 ଲକ୍ଷ ଲୁଟିନେଲେ, ପୋଲିସର ତଦନ୍ତ ଆରମ୍ଭ

ବଲାଙ୍ଗୀର ବାଙ୍ଗୋମୁଣ୍ଡା ଗ୍ରାମରେ ଚୋରି ଅଭିଯୋଗ । ଘରେ କେହି ନଥିବାବେଳେ ଲୁଟେରା ଏହାର ସୁଯୋଗ ନେଇ ଚୋରି କରିଛନ୍ତି । ଅଧିକ ପଢନ୍ତୁ...

Allegations of breaking the door and stealing millions of dollars
ଘର କବାଟ ଭାଙ୍ଗି ଲକ୍ଷାଧିକ ଟଙ୍କାର ଚୋରି ଅଭିଯୋଗ, ପୋଲିସର ତଦନ୍ତ ଆରମ୍ଭ
author img

By

Published : Jun 27, 2020, 6:13 PM IST

ବଲାଙ୍ଗୀର: ଜିଲ୍ଲାରେ ଏକ ବଡଧରଣର ଚୋରି ଅଭିଯୋଗ ହୋଇଛି । ଘରେ କେହି ନଥିବା ବେଳେ ଲୁଟେରା ଏହାର ସୁଯୋଗ ନେଇ ଚୋରି କରିଛନ୍ତି । ଏଭଳି ଘଟଣା ଘଟିଛି ବଲାଙ୍ଗୀର ବାଙ୍ଗୋମୁଣ୍ଡା ଗ୍ରାମରେ ।

ଘର କବାଟ ଭାଙ୍ଗି ଲକ୍ଷାଧିକ ଟଙ୍କାର ଚୋରି ଅଭିଯୋଗ, ପୋଲିସର ତଦନ୍ତ ଆରମ୍ଭ

ଏହି ଗ୍ରାମରେ ରହୁଥିବା ତୁଳସୀ ରାମ ଜୈନ ନିଜ ପୁଅର ବାହାଘର ପାଇଁ ଘରେ ତାଲା ପକାଇ ଟିଟିଲାଗଡ଼ ଯାଇଥିଲେ । ଶନିବାର ବିବାହ ସମ୍ପନ୍ନ କରି ସେ ଘରକୁ ଫେରିଥିବା ବେଳେ ଘରର ମୁଖ୍ୟ କବାଟ ଭଙ୍ଗା ଯାଇଥିବା ସହ ଭିତରେ ସବୁ ସାମଗ୍ରୀ ଏଣେତେଣେ ପଡିଥିବାର ଦେଖିବାକୁ ପାଇଥିଲେ । ପରବର୍ତ୍ତୀ ସମୟରେ ତାଙ୍କ ଘରୁ ଚୋରି ହୋଇଥିବା ଜାଣିପାରି ସେ ପୋଲିସକୁ ସୂଚନା ଦେଇଥିଲେ ।

ତେବେ ତୁଳସୀ ରାମ ତାଙ୍କ ଘରୁ ନଗଦ 5 ଲକ୍ଷ ଟଙ୍କା, 36 ଭରି ସୁନା ଓ 2ଟି ହୀରା ମୁଦି ଚୋରି ହୋଇଥିବା ଅଭିଯୋଗ କରିଛନ୍ତି । ଚୋରୀ ସାମଗ୍ରୀର ମୂଲ୍ୟ 20 ଲକ୍ଷରୁ ଅଧିକ ବୋଲି ଜଣାପଡିଛି । ସେପଟେ ସନ୍ଧାନୀ କୁକୁର ସାହାଯ୍ୟରେ ବଙ୍ଗୋମୁଣ୍ଡା ପୋଲିସ ଓ କଣ୍ଟାବାଞ୍ଜି ଏସଡିପିଓ ଘଟଣାସ୍ଥଳରେ ଛାନଭିନ ଆରମ୍ଭ କରିଛନ୍ତି ।

ବଲାଙ୍ଗୀରରୁ ଶେଖ ମହମ୍ମଦ ୱାହିଦ୍, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.