ETV Bharat / state

ପୁଣି ଜୋର ଧରିଲା ହାଇକୋର୍ଟ ଦାବି, ବଲାଙ୍ଗୀରରେ 2 ଦିନିଆ ବନ୍ଦ ପାଳନ

ପୂର୍ବ ନିଷ୍ପତ୍ତି ଅନୁସାରେ 2 ଦିନିଆ ବଲାଙ୍ଗୀର ବନ୍ଦ । ହାଇକୋର୍ଟ ସ୍ଥାୟୀ ବେଞ୍ଚ ସ୍ଥାପନା ଲାଗି ବନ୍ଦ ପାଳନ କରିଛି ଜିଲ୍ଲା ଓକିଲ ସଂଘ ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ବଲାଙ୍ଗୀର
author img

By

Published : Oct 16, 2019, 2:04 PM IST

Updated : Oct 16, 2019, 3:59 PM IST

ବଲାଙ୍ଗୀର: ପୁଣି ତ୍ରୀବ ହୋଇଛି ପୁନଃ ହାଇକୋର୍ଟ ସ୍ଥାୟୀ ବେଞ୍ଚ ସ୍ଥାପନା ଦାବି । ପୂର୍ବ ନିଷ୍ପତ୍ତି ଅନୁସାରେ ଆଜି ଠାରୁ ଦୁଇ ଦିନିଆ ବନ୍ଦ ପାଳନ କରିଛନ୍ତି ବଲାଙ୍ଗୀର ଓକିଲ ସଂଘ । ଏଥିସହ ଜିଲ୍ଲାର ବିଭିନ୍ନ ଅନୁଷ୍ଠାନଗୁଡିକ ମଧ୍ୟ ଦୁଇ ଦିନିଆ ବନ୍ଦ ପାଳନ କରିଛି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ବଲାଙ୍ଗୀର

ପୂର୍ବ ନିଷ୍ପତ୍ତି ଅନୁସାରେ, ପ୍ରତି ମାସର ତୃତୀୟ ବୁଧବାର ଓ ଗୁରୁବାର 2 ଦିନ ଧରି ବଲାଙ୍ଗୀର ବନ୍ଦ ରଖିବାକୁ କ୍ରିୟା ଅନୁଷ୍ଠାନ ପକ୍ଷରୁ ସ୍ଥିର କରାଯାଇଥିଲା । ଯାହାକୁ ନେଇ ଜିଲ୍ଲାର ସମସ୍ତ ସରକାରୀ ଅନୁଷ୍ଠାନଗୁଡିକ ବନ୍ଦ କରାଯାଇଛି । ଯେଉଁଥିରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ସବୁ ସରକାରୀ କର୍ଯ୍ୟାଳୟ, କୋର୍ଟ କଚେରୀ ବନ୍ଦ ଥିବା ବେଳେ ବ୍ୟାଙ୍କ ଓ ବୀମା ଅନୁଷ୍ଠାନ ମଧ୍ୟ ବନ୍ଦ ରହିଛି । କିନ୍ତୁ ଦୋକାନ ବଜାର, ସ୍କୁଲ କଲେଜ ଓ ଗାଡି ଚଳାଚଳ ଉପରେ ବନ୍ଦର ପ୍ରଭାବ ପଡିନାହିଁ ।

ସେପଟେ ଏହି ବନ୍ଦକୁ ଜିଲ୍ଲାର ଶତାଧିକ ସଙ୍ଗଗଠନ ଓ ଅନୁଷ୍ଠାନ ସମର୍ଥନ ଦେଇଛନ୍ତି । ଏମାନେ ସମସ୍ତେ ବଲାଙ୍ଗୀର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେଇଛନ୍ତି । ତେବେ ଦୁଇ ଦିନିଆ ବନ୍ଦରେ ଜିଲ୍ଲାର ସମସ୍ତ ଉନ୍ନୟନ କାମ ଠପ ହେବାକୁ ଥିବାବେଳେ ଲୋକେ ହଇରାଣ ହରକତର ସାମ୍ନା କରୁଛନ୍ତି । ବନ୍ଦକୁ ନଜରରେ ରଖି ସୁରକ୍ଷା ବ୍ୟବସ୍ଥା କଡାକଡି କରାଯିବା ସହ ବ୍ୟାପକ ପୋଲିସ ମୁତୟନ ହୋଇଛି ।

ବଲାଙ୍ଗୀରରୁ ଶୈଖ ମହମ୍ମଦ ୱାହିଦ, ଇଟିଭି ଭାରତ

Intro:ବଲାଂଗୀର ରେ ପୁଣି ତୀବ୍ର ହୋଇଛି ପୁନଃ ହାଇକୋର୍ଟ ସ୍ଥାୟୀ ବେଞ୍ଚ ସ୍ଥାପନ ଦାବି । ଯେଉଁଥିରେ ପୂର୍ବ ନିଷ୍ପତ୍ତି ଅନୁସାରେ ପ୍ରତ୍ୟେକ ମାସର ତୃତୀୟ ବୁଧବାର ଓ ଗୁରୁବାର ବଲାଂଗୀର ବାନ୍ଦ ର ନିଷ୍ପତ୍ତି ହୋଇଥିଲା। ତେବେ ଏଥିରେ ଆଜିଠୁଁ ବଲାଂଗୀର ଓକିଲ ସଂଘ ଓ ଜିଲ୍ଲାର ବିଭିନ୍ନ ଅନୁଷ୍ଠାନ ପୁଣି ଦୁଇ ଦିନିଆ ବନ୍ଦ ଡାକରା ଦେଇଛନ୍ତି ।

Body:ବଲାଂଗୀର ରେ ପୁଣି ତୀବ୍ର ହୋଇଛି ପୁନଃ ହାଇକୋର୍ଟ ସ୍ଥାୟୀ ବେଞ୍ଚ ସ୍ଥାପନ ଦାବି । ପୂର୍ବ ନିଷ୍ପତ୍ତି ଅନୁସାରେ ସବୁ ମାସର ତୃତୀୟ ବୁଧବାର ଓ ଗୁରୁବାର ଦୁଇ ଦିନ ବଲାଂଗୀର ବନ୍ଦ କରିବ ବୋଲି ବଲାଂଗୀର କ୍ରିୟା ଅନୁଷ୍ଠାନ କମିଟି ସ୍ଥିର କରିଥିଲା । ଏବଂ ଏଥିରେ ଆଜିଠୁଁ ବଲାଂଗୀର ଓକିଲ ସଂଘ ଓ ଜିଲ୍ଲାର ବିଭିନ୍ନ ଅନୁଷ୍ଠାନ ଦୁଇ ଦିନିଆ ବଲାଂଗୀର ବନ୍ଦ ଡାକରା ଦେଇଛନ୍ତି । ତେବେ ଏଥିରେ ଆଜି ଜିଲ୍ଲାର ସବୁ ସରକାରୀ ଅନୁଷ୍ଠାନ ଏମାନେ ବନ୍ଦ କରିଛନ୍ତି । ଯେଉଁଥିରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ସବୁ ସରକାରୀ କର୍ଯ୍ୟାଳୟ, କୋର୍ଟ କଚେରୀ ବନ୍ଦ ଥିବା ବେଳେ ବେଙ୍କ ଓ ବୀମା ଅନୁଷ୍ଠାନ ମଧ୍ୟ ବନ୍ଦ ରହିଛି । ତେବେ ଏହି ବନ୍ଦ ରେ ଦୋକାନ ବଜାର, ସ୍କୁଲ କଲେଜ ଓ ଗାଡି ଚଲା ଚଲ ସ୍ୱଭାବିକ ରହିଛି। ସେପଟେ ଏହି ବନ୍ଦ କୁ ଜିଲ୍ଲାର ଶତାଧିକ ସଂଗଠନ ଓ ଅନୁଷ୍ଠାନ ସମର୍ଥନ ଦେଇ ଛନ୍ତି । ଏବଂ ଏମାନେ ସମସ୍ତେ ବଲାଂଗୀର ଜିଲ୍ଲା ପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେଇଛନ୍ତି । ତେବେ ଦୁଇ ଦିନିଆ ବନ୍ଦରେ ଜିଲ୍ଲାର ସବୁ ଉନ୍ନୟନ କାମ ଠପ ହୋଇଥିବା ବେଳେ ଲୋକେ ମଧ୍ୟ ହଇରାଣ ହୋଇଛନ୍ତି । ସେପଟେ ଏହି ଦୁଇ ଦିନିଆ ବନ୍ଦ ଆଜି ଏପର୍ଯ୍ୟନ୍ତ ଶାନ୍ତି ଶୃଙ୍ଖଳା ସହିତ ସଫଳ ହୋଇଥିବା ବେଳେ ସୁରକ୍ଷ୍ୟ ଦୃଷ୍ଟିରୁ ବ୍ୟାପକ ପୋଲିସ ମୁତୟନ ହୋଇଛନ୍ତି ।
ବାଇଟ ପ୍ରମୋଦ ତ୍ରିପାଠୀ ସଭାପତି ଓକିଲ ସଂଘ ବଲାଂଗୀର

Conclusion:
Last Updated : Oct 16, 2019, 3:59 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.