ETV Bharat / state

ପଶ୍ଚିମ ଓଡିଶା ଓକିଲ ଆନ୍ଦୋଳନକୁ କୋଶଳ ସମନ୍ବୟ ସମିତିର ସମର୍ଥନ - ସୁପ୍ରିମକୋର୍ଟ

ପଶ୍ଚିମ ଓଡିଶାର ଓକିଲ ଆନ୍ଦୋଳନକୁ ସମର୍ଥନ କଲା କୋଶଳ ସମନ୍ବୟ ସମିତି । ଏହାସହ ଆଉ କଣ କହିଲା ସମିତି ପଢନ୍ତୁ ସଂପୂର୍ଣ୍ଣ ଖବର...

Advocate strick
Advocate strick
author img

By

Published : Jan 31, 2020, 11:46 PM IST

ବଲାଙ୍ଗୀର: ପଶ୍ଚିମ ଓଡିଶାରେ ହାଇକୋର୍ଟ ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ଦାବିରେ ଦୀର୍ଘଦିନ ହେଲା ଆନ୍ଦୋଳନ ଜାରି ରହିଛି । ବାରମ୍ବାର ଦାବି, ଆନ୍ଦୋଳନ, ଧର୍ମଘଟ, ଅର୍ଥନୈତିକ ଅବରୋଧ, ସହ ସମସ୍ତ ଗଣତାନ୍ତ୍ରୀକ ପଦ୍ଧତିରେ ଆଇନଜୀବି ଆନ୍ଦୋଳନ କରିଆସୁଛନ୍ତି । ହେଲେ ସ୍ଥିତି ଯଥା ପୂର୍ବଂ ତଥା ପରଂ । ଏହାକୁ ନେଇ ଏବେ ସ୍ଥିତି ସଂଗୀନ ହୋଇପଡିଛି ।

ଓକିଲ ଆନ୍ଦୋଳନକୁ କୋଶଳ ସମନ୍ବୟ ସମିତିର ସମର୍ଥନ

ଦୀର୍ଘଦିନ ଧରି ଆନ୍ଦୋଳନକୁ ନେଇ ତୀବ୍ର ଅସନ୍ତୋଷ ପ୍ରକାଶ କରିଥିଲେ ସୁପ୍ରିମକୋର୍ଟ । ଏଥିରେ ହସ୍ତକ୍ଷେପ କରିବା ସହ ତୁରନ୍ତ ସମାଧାନ ସହ ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ପରାମର୍ଶ ନିର୍ଦ୍ଦେଶ ଦେଇଥିଲେ । ସର୍ବୋଚ୍ଚ ଅଦାଲତଙ୍କ ନିର୍ଦ୍ଦେଶ ପରେ ରାଜ୍ୟ ବାର କାଉନସିଲ ପଶ୍ଚିମ ଓଡିଶା ଓକିଲଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ପ୍ରସ୍ତୁତ ହେଉଛି । ଏହାକୁ ନେଇ ଓକିଲ ତାତିବା ସହ ବାର କାଉନସିଲ ବିରୋଧରେ ଲଢେଇ ପାଇଁ ପ୍ରସ୍ତୁତ ହେଉଛନ୍ତି ।

ଓକିଲଙ୍କ ଏହି ଆନ୍ଦୋଳନକୁ ସମର୍ଥନ କରିଛି କୋଶଳ ସମନ୍ବୟ ସମିତି। ଶୁକ୍ରବାର ଏନେଇ ଏକ ସାମ୍ବାଦିକ ସମ୍ମିଳନୀରେ ସମିତି ଅଧ୍ୟକ୍ଷ ପ୍ରମୋଦ ମିଶ୍ର କହିଛନ୍ତି ଓକିଲ ମାନେ ଏକ ଯଥାର୍ଥ ଦାବି ନେଇ ଆନ୍ଦୋଳନ କରୁଛନ୍ତି । ସାମ୍ବିଧାନିକ ଅଧିକାର ହେତୁ ଏମାନେ କେବଳ ଏକ ସ୍ଥାୟୀ ହାଇକୋର୍ଟ ବେଞ୍ଚ ପ୍ରତିଷ୍ଠା ଦାବି କରିଛନ୍ତି । ଯାହା କେବଳ ସେମାନଙ୍କର ଦାବି ନୁହେଁ ବରଂ ପଶ୍ଚିମାଞ୍ଚଳବାସୀ ମଧ୍ୟ ଏହି ଦାବି କରିଆସୁଛନ୍ତି । ହେଲେ ଓଡିଶା ବାର କାଉନସିଲ ଏକ ପାଖିଆ ନିଷ୍ପତ୍ତି ନେଇଛି ଯାହା ଦୁର୍ଭାଗ୍ୟ ଜନକ । ସମାନ ଭାବେ ମାନ୍ୟବର ସୁପ୍ରିମକୋର୍ଟ ଓକିଲଙ୍କ ପକ୍ଷ ନଶୁଣି ଓକିଲଙ୍କ ବିରୋଧରେ ନିଷ୍ପତ୍ତି ନେଇଥିବା ଅଭିଯୋଗ କରିଛନ୍ତି ସମନ୍ବୟ ସମିତି। ତେବେ ଏହାର ସମାଧାନ ପାଇଁ କେବଳ ଓକିଲଙ୍କୁ ଦୋଷ ନଦେଇ ସମସ୍ତେ ଏକାଠି ହୋଇ ସମସ୍ୟାର ସମାଧାନ କରନ୍ତୁ ବୋଲି ସମିତି ଦାବି କରିଛି ।

ଯେଉଁଥିରେ ସୁପ୍ରିମକୋର୍ଟ, ହାଇକୋର୍ଟ, ରାଜ୍ୟ ତଥା କେନ୍ଦ୍ର ସରକାର ସମସ୍ତେ ମିଳିମିଶି ଏହାର ସମାଧାନର ବାଟ ବାହାର କରନ୍ତୁ ବୋଲି କୋଶଳ ସମିତି ଦାବି କରିଛି । ଏହି ସାମ୍ବାଦିକ ସମ୍ମିଳନରେ କୋଶଳ ସମନ୍ବୟ ସମିତିର ଅଧ୍ୟକ୍ଷ ପ୍ରମୋଦ ମିଶ୍ର, ଯୁଗ୍ମ ସମ୍ପାଦକ ରବି ମିଶ୍ର, ବରଗଡ ସଭାପତି ସୁନୀଲ ପୁରୋହିତ , କୋଷଧକ୍ଷ ରାନାରାଜ ସିଂହ ଦେଓ ଓ ଯୁବ ସଭାପତି ରିଲୁ ରଥ ପ୍ରମୁଖ ଉପସ୍ଥିତ ଥିଲେ ।

ବଲାଙ୍ଗୀରରୁ ଶେଖ ମହମ୍ମଦ ୱାହିଦ, ଇଟିଭି ଭାରତ

Intro:ପଶ୍ଚିମ ଓଡ଼ିଶାରେ ସ୍ଥାୟୀ ହାଇକୋର୍ଟ ବେଞ୍ଚ ସ୍ଥାପନ ଦାବିରେ ଓକିଲ ମାନେ ଆନ୍ଦୋଳନ ଜାରି ରଖିଥିବା ବେଳେ ପରିସ୍ଥିତି ସଙ୍ଗିନ ହେବ ସହ ସାମ୍ବିଧାନିକ ସଙ୍କଟ ଉପୁଜି ଥିବାର କହିଛି କୋଶଳ ସମନ୍ୱୟ ସମିତି। ଏବଂ ଏହାର ସମାଧାନ ପାଇଁ ସମସ୍ତେ ଏକାଠି ହୋଇ ଓକିଲଙ୍କୁ ଦୋଷୀ ନକହି ତାଙ୍କ ସହ ଆଲୋଚନା କରନ୍ତୁ ବୋଲି ଏମନେ ଦାବି କରିଛନ୍ତି ।

Body:ପଶ୍ଚିମ ଓଡ଼ିଶାରେ ସ୍ଥାୟୀ ହାଇକୋର୍ଟ ବେଞ୍ଚ ସ୍ଥାପନ ଦାବିରେ ଓକିଲ ମାନେ ଆନ୍ଦୋଳନ ଜାରି ରଖିଥିବା ବେଳେ ପରିସ୍ଥିତି ସଙ୍ଗିନ ହେବ ସହ ସାମ୍ବିଧାନିକ ସଙ୍କଟ ଉପୁଜି ଥିବାର ଏକ ସାମ୍ବାଦିକ ସମ୍ମିଳନୀରେ କହିଛି କୋଶଳ ସମନ୍ୱୟ ସମିତି। ଏବଂ ଏହି ଆନ୍ଦୋଳନ ଯୋଗୁଁ ଏବେ ନ୍ୟାଳୟ ଓ ଓକିଲ ମୁହାଁ ମୁହିଁ ହୋଇଥିବାର ଏମାନେ ଅଭିଯୋଗ ଆଣିଛନ୍ତି । ତେବେ ଓକିଲ ମାନେ ଏକ ଯଥାର୍ଥ ଦାବି ନେଇ ଆନ୍ଦୋଳନ କରୁଛନ୍ତି । ସାମ୍ବିଧାନିକ ଅଧିକାର ହେତୁ ଏମାନେ କେବଳ ଏକ ସ୍ଥାୟୀ ହାଇକୋର୍ଟ ବେଞ୍ଚ ପ୍ରତିଷ୍ଠା ଦାବି କରିଛନ୍ତି । ଯାହା କେବଳ ସେମାନଙ୍କର ଦାବି ନୁହେଁ ବରଂ ଲୋକେ ମଧ୍ୟ ଏହି ଦାବି କରି ଆନ୍ଦୋଳନ କରୁଛନ୍ତି । ହେଲେ ଓଡିଶା ବାର କାଉନ୍ସିଲ ପାତ୍ର ଅନ୍ତର ନୀତି ଅବଲମ୍ବନ କରି ଏକ ପାଖିଆ ନିଷ୍ପତ୍ତି ନେଇଛି। ଏବଂ ସମାନ ଭାବରେ ମାନ୍ୟବର ସୁପ୍ରିମ କୋର୍ଟ ଓକିଲଙ୍କ ପକ୍ଷ ନ ଶୁଣି ଓକିଲଙ୍କ ବିରୋଧରେ ନିଷ୍ପତ୍ତି ନେଇସିଥିବାର ଏମାନେ ଅଭିଯୋଗ କରିଛନ୍ତି। ତେବେ ଏହାର ସମାଧାନ ପାଇଁ ସମସ୍ତେ ଏକାଠି ହୋଇ ଓକିଲଙ୍କୁ ଦୋଷୀ ନକହି ତାଙ୍କ ସହ ଆଲୋଚନା କରନ୍ତୁ ବୋଲି ଏମନେ ଦାବି କରିଛନ୍ତି । ଯେଉଁଥିରେ ଏମାନେ ମାନ୍ୟବର ସୁପ୍ରିମ କୋର୍ଟ, ମାନ୍ୟବର ହାଇକୋର୍ଟ, ରାଜ୍ୟ ତଥା କେନ୍ଦ୍ର ସରକାର ସମସ୍ତେ ମିଳି ମିଶି ଏହାର ସମାଧାନର ବାଟ ବାହାର କରନ୍ତୁ ବୋଲି ଏମାନେ ଦାବି କରିଛନ୍ତି । ତେବେ ଆଜିରେ ଏହି ସାମ୍ବାଦିକ ସମ୍ମିଳନରେ କୋଶଳ ସମନ୍ୱୟ ସମିତିର ଅଧ୍ୟକ୍ଷ ପ୍ରମୋଦ ମିଶ୍ର, ଯୁଗ୍ମ ସମ୍ପାଦକ ରବି ମିଶ୍ର, ବରଗଡ଼ ସଭାପତି ସୁନୀଲ ପୁରୋହିତ , କୋଷଧକ୍ଷ ରାନାରାଜ ସିଂହ ଦେଓ ଓ ଯୁବ ସଭାପତି ରିଲୁ ରଥ ପ୍ରମୁଖ ଉପସ୍ଥିତ ଥିଲେ ।
ବାଇଟ ପ୍ରମୋଦ ମିଶ୍ର ଅଧ୍ୟକ୍ଷ କୋଶଳ ସମନ୍ୱୟ ସମିତି

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.