ETV Bharat / state

ବଲାଙ୍ଗୀରରେ ଶିଶୁ ବିକ୍ରି ଘଟଣା: ଛତିଶଗଡ଼ରୁ ଶିଶୁ ଉଦ୍ଧାର, ୪ ଗିରଫ - ବଲାଙ୍ଗୀରରେ ଶିଶୁ ବିକ୍ରି ଘଟଣାରେ ଅଭିଯୁକ୍ତ ଗିରଫ

ବଲାଙ୍ଗୀରରେ ଆର୍ଥିକ ଅଭାବ ଯୋଗୁଁ ବାପା ନବଜାତ ଶିଶୁକୁ ବିକ୍ରି କରିବା ଘଟଣା । ଛତିଶଗଡ଼ ରାଜ୍ୟ ରାୟଗଡ଼ରୁ ଶିଶୁକୁ ଉଦ୍ଧାର କରି ଘଟଣାରେ ୪ ଜଣଙ୍କୁ ଗିରଫ କରିଛି ପୋଲିସ । ଅଧିକ ପଢ଼ନ୍ତୁ

balangir baby sale case
ବଲାଙ୍ଗୀରରେ ଶିଶୁ ବିକ୍ରି ଘଟଣା
author img

By

Published : Aug 12, 2023, 10:34 PM IST

ବଲାଙ୍ଗୀରରେ ଶିଶୁ ବିକ୍ରି ଘଟଣା

ବଲାଙ୍ଗୀର: ଅଢେଇ ଲକ୍ଷ ଟଙ୍କାରେ ନବଜାତ ଶିଶୁ ବିକ୍ରି ଘଟଣା । ଛତିଶଗଡ଼ ରାଜ୍ୟ ରାୟଗଡ଼ରୁ ଶିଶୁକୁ ଉଦ୍ଧାର କରାଯାଇଛି । ଦଲାଲ ସମେତ ଶିଶୁ କିଣାବିକାରେ ସାମିଲ ଥିବା ୪ ଜଣଙ୍କୁ ଗିରଫ କରିଛି ପୋଲିସ । ଆର୍ଥିକ ଅଭାବରୁ ବଲାଙ୍ଗୀର ଜିଲ୍ଲା ଟିଟିଲାଗଡରେ ଅଢେଇ ଲକ୍ଷ ଟଙ୍କାରେ ବାପା ନବଜାତ ଶିଶୁକୁ ବିକ୍ରି କରିଦେଇଥିବା ଅଭିଯୋଗ ଆସିଥିଲା । ଏହି ଘଟଣାର ତଦନ୍ତ କରି ଶିଶୁ କିଣିଥିବା ରାୟଗଡ଼ର ଅମିତ ଅଗ୍ରୱାଲ ସମେତ ଶିଶୁର ବାପା, ସହଯୋଗୀ ତଥା ଦଲାଲ ରମଜାନ ସେଖ ଓ ଭବାନୀପାଟଣାର ରାଜା ଦୂର୍ଗାକୁ ପୋଲିସ ଗିରଫ କରିଛି । ଉଦ୍ଧାର ଶିଶୁକୁ ବଲାଙ୍ଗୀର ଶିଶୁ ମଙ୍ଗଳ କମିଟିରେ ହାଜିର କରି ସ୍ବତନ୍ତ୍ର ଶିଶୁ ଯତ୍ନ କେନ୍ଦ୍ରରେ ଥଇଥାନ କରାଯାଇଛି ।

ଗତ ଅଗଷ୍ଟ ୧ ତାରିଖରେ ଟିଟିଲାଗଡ଼ ଥାନାରେ ଏକ ଏନଜିଓ ଶିଶୁ ବିକ୍ରି ହୋଇଥିବାର ଲିଖିତ ଅଭିଯୋଗ ଆଣିଥିଲା । ଟିଟିଲାଗଡ଼ ଝାଙ୍କର ପଡ଼ାର ସନ୍ତୋଷ ପଟେଲ ଓ ତାଙ୍କ ସ୍ତ୍ରୀ ପୁଷ୍ପା ପଟେଲଙ୍କ ଜନ୍ମିତ ଦେଢ ମାସର ଶିଶୁକୁ ଟିଟିଲାଗଡ଼ ରମଜାନ ଶେଖଙ୍କ ସହାୟତାରେ କଳାହାଣ୍ଡି ଜିଲ୍ଲା ଭବାନୀପାଟଣାର ରାଜା ଦୁର୍ଗା ଓ ଛତିଶଗଡ଼ ରାୟପୁରର ବିକ୍ରମ ମହାନନ୍ଦକୁ ବିକ୍ରି କରା ଯାଇଥିବାର ପୋଲିସ ଜାଣିବାକୁ ପାଇଲା । ଏନେଇ ଟିଟିଲାଗଡ଼ ଥାନରେ କେସ ନମ୍ବର 226 ତାରିଖ 1 ଅଗଷ୍ଟ 2023ରେ ଏକ ମାମଲା ରୁଜୁ ହୋଇଥିଲା । 81 ଜେଜେ ଆକ୍ଟରେ ଏହାର ମାମଲା ରୁଜୁ ହୋଇ ତଦନ୍ତ ଚାଲିଥିଲା । ପୋଲିସ ଏହାର ତଦନ୍ତ କରି ଟିଟିଲାଗଡ ପୋଲିସ ପ୍ରଥମେ ନବଜାତ ଶିଶୁର ବାପା ସନ୍ତୋଷ ପଟେଲ ଓ ଦଲାଲ ରମଜାନ ସେଖକୁ ଗିରଫ କରି କୋର୍ଟ ଚାଲାଣ କରିଥିଲା । ପରବର୍ତ୍ତୀ ସମୟରେ ଏମାନେ ଶିଶୁକୁ ଭବାନୀପାଟଣାର ରାଜା ଦୁର୍ଗା ଓ ପରେ ଛତିଶଗଡ଼ର ରାୟପୁର ବାସିନ୍ଦା ବିକ୍ରମ ମହାନନ୍ଦକୁ ବିକ୍ରି କରା ଯାଇଥିବା ପୋଲିସ ତଦନ୍ତରୁ ଜାଣି ପାରିଥିଲା ।

ଏହା ମଧ୍ୟ ପଢ଼ନ୍ତୁ: ଆର୍ଥିକ ଅନଟନରୁ ଶିଶୁ ବିକ୍ରି ! ଅଢେଇ ଲକ୍ଷରେ ନବଜାତକୁ ବିକିଲା ବାପା

ଏହି ଘଟଣାରେ ପୋଲିସ ଭବାନୀପାଟଣାର ରାଜଦୂର୍ଗାକୁ ମଧ୍ୟ ଗିରଫ କରିଥିଲା । ତେବେ ତିନୋଟି ସ୍ବତନ୍ତ୍ର ପୋଲିସ ଟିମ ଏହାର ତଦନ୍ତ କରୁଥିବା ବେଳେ ରାୟଗଡ଼ ଜିଲ୍ଲା ଚକ୍ରଧର ନଗରରୁ ଶିଶୁକୁ ଉଦ୍ଧାର କରାଯାଇଛି । ସେହିପରି ଶିଶୁ କିଣିଥିବା ଅମିତ ଅଗ୍ରୱାଲଙ୍କୁ ଗିରଫ କରିଛି ପୋଲିସ । ସମସ୍ତ ଗିରଫ ଅଭିଯୁକ୍ତଙ୍କ ବ୍ୟାଙ୍କ ଆକାଉଣ୍ଟ ବନ୍ଦ କରା ଯାଇ ତାଙ୍କର ସବୁ ଆର୍ଥିକ ଲେଣଦେଣ ପୋଲିସ ତଦନ୍ତ କରୁଛି । ଦାଦନ ପ୍ରବଣ ଜିଲ୍ଲା ବଲାଙ୍ଗୀରରେ ଗରିବୀ ଓ ଅଭାବ ଅନଟନ ଯୋଗୁଁ ଜଣେ ବାପା ନବଜାତ ଶିଶୁକୁ ସାମଗ୍ରୀ ଭଳି ବିକ୍ରି କରିବା ଦୃଶ୍ୟ ଜିଲ୍ଲାର ବିକାଶକୁ ପଦାରେ ପକାଇଛି ।

ଇଟିଭି ଭାରତ, ବଲାଙ୍ଗୀର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.