ETV Bharat / state

ସମସ୍ୟା ଘେରରେ ଭୀମ ଭୋଇ ମେଡିକାଲ କଲେଜ, ସମାଧାନ ଦାବି କଲା ସ୍ବେଚ୍ଛାସେବୀ ସଙ୍ଗଠନ - ଭୀମ ଭୋଇ ମେଡିକାଲ କଲେଜ ଓ ହସ୍ପିଟାଲ

ବଲାଙ୍ଗୀର ଭୀମ ଭୋଇ ମେଡିକାଲ କଲେଜ ଓ ହସ୍ପିଟାଲରେ ଲାଗି ରହିଥିବା ବିଭିନ୍ନ ସମସ୍ୟାର ସମାଧାନ ନେଇ ସ୍ବେଚ୍ଛାସେବୀ ସଂଗଠନ ଉଠାଇଲା ଦାବି । କର୍ତ୍ତୃପକ୍ଷଙ୍କ ସହ କଲେ ଆଲୋଚନା । ଅଧିକ ପଢ଼ନ୍ତୁ

ଭୀମ ଭୋଇ ମେଡିକାଲ କଲେଜର ବିଭିନ୍ନ ସମସ୍ୟା ସମାଧାନ ଦାବି

author img

By

Published : Mar 16, 2023, 7:05 AM IST

ଭୀମ ଭୋଇ ମେଡିକାଲ କଲେଜର ବିଭିନ୍ନ ସମସ୍ୟା ସମାଧାନ ଦାବି

ବଲାଙ୍ଗୀର: ରାଜ୍ୟର ବଲାଙ୍ଗୀର ସ୍ଥିତ ଭୀମ ଭୋଇ ମେଡିକାଲ କଲେଜ ଓ ହସ୍ପିଟାଲରେ ବିଭିନ୍ନ ମୌଳିକ ସମସ୍ୟା ଲାଗି ରହୁଥିବା ଅନେକ ସମୟରେ ଅଭିଯୋଗ ଆସୁଛି । ତେବେ ଏହି ସମସ୍ୟା ଗୁଡ଼ିକର ସମାଧାନ ଦାବି କରିଛି ବଲାଙ୍ଗୀରର ସ୍ବେଚ୍ଛା ସେବୀ ସଂଗଠନ । ଭୀମ ଭୋଇ ମେଡିକାଲ କଲେଜ ଓ ହସ୍ପିଟାଲ କର୍ତ୍ତୃପକ୍ଷଙ୍କ ସହିତ ଏହି ସ୍ବେଚ୍ଛାସେବୀ ସଂଗଠନର ସଦସ୍ୟ ମାନେ ଆଲୋଚନା କରିବା ସହ ୧୦ ଦଫା ଦାବି ସମ୍ବଳିତ ଦାବିପତ୍ର ପ୍ରଦାନ କରିଛନ୍ତି ।

ତେବେ ବଲାଙ୍ଗୀରରେ ଏହି ଭୀମ ଭୋଇ ମେଡିକାଲ କଲେଜ ଓ ହସ୍ପିଟାଲ ଆରମ୍ଭ ହବା ଦିନ ଠାରୁ ଏଠାରେ ନର୍ସ ଓ ଡାକ୍ତରଙ୍କ ଅଭାବ ଲାଗି ରହିଛି । ସେହିପରି ଏବେ ଏଠାରେ ଅଭିଜ୍ଞ ଡାକ୍ତରଙ୍କର ମଧ୍ୟ ଅଭାବ ଯୋଗୁଁ ରୋଗୀ ହଇରାଣ ହୋଇ ମରଣ ମୁହଁରେ ପଡୁଥିବା ବାରମ୍ବାର ଅଭିଯୋଗ ହେଉଛି । ସେହିପରି ଏଠି ଏଯାଏଁ ହୃଦରୋଗ ବିଶେଷଜ୍ଞ ଓ ମସ୍ତିଷ୍କ ରୋଗ ବିଶେଷଜ୍ଞ ଭଳି ଗୁରୁତ୍ବପୂର୍ଣ୍ଣ ଡାକ୍ତର ନିଯୁକ୍ତି ହୋଇନାହାନ୍ତି । ସମାନ ଭାବରେ ଅସ୍ଥିଶଲ୍ୟ ବିଭାଗରେ ସାଧାରଣ ସର୍ଜରୀ ମଧ୍ୟ ସପ୍ତାହକୁ ଗୋଟିଏ ଦିନ କରାଯାଉଛି । ଯେଉଁଥିପାଇଁ ରୋଗୀ ବାଧ୍ୟ ହୋଇ ଅନ୍ୟତ୍ର ସ୍ଥାନାନ୍ତରିତ ହେଉଛନ୍ତି । ଏହାଛଡା ରୋଗୀ ସଂଖ୍ୟା ଅଧିକ ଥିବାବେଳେ ଶଯ୍ୟା ମଧ୍ୟ ଅଭାବ ଥିବା ଦେଖିବାକୁ ମିଳୁଛି ।

ଏହା ମଧ୍ୟ ପଢ଼ନ୍ତୁ... ଚିକିତ୍ସା ଅବହେଳାରୁ ଶିଶୁ ମୃତ୍ୟୁ ଅଭିଯୋଗ, ଡାକ୍ତରଖାନା ପରିସରରେ ଉତ୍ତେଜନା

ବିଶେଷ କରି ସ୍ତ୍ରୀ ଓ ପ୍ରସୂତୀ ବିଭାଗ ଏବଂ ଉଭୟ ମହିଳା ଓ ପୁରୁଷ ଭେଷଜ ବିଭାଗରେ ରୋଗୀ ସଂଖ୍ୟା ଅଧିକ ଥିବାବେଳେ ବେଡ୍‌ ଅଭାବରୁ ରୋଗୀ ବାଧ୍ୟ ହୋଇ ତଳେ ଶୋଉଛନ୍ତି । ସେହିପରି ରକ୍ତଭଣ୍ଡାରରେ ମଧ୍ୟ ଅବ୍ୟବସ୍ଥା ଚିନ୍ତାର କାରଣ ପାଲଟିଛି । ସେପଟେ ଏସବୁକୁ ନେଇ ଗତକାଲି(ବୁଧବାର) ବଲାଙ୍ଗୀର ସ୍ବେଚ୍ଛାସେବୀ ସଂଗଠନର କର୍ମକର୍ତ୍ତାମାନେ ସ୍ଥାନୀୟ ପରିଚାଳିକା ଅଧିକ୍ଷକଙ୍କୁ ଭେଟିଛନ୍ତି । ଏମାନେ ଏସବୁ ସମସ୍ୟାର ସମାଧାନ ଦାବି କରିଥିବା ସଂଗଠନର ସଭାପତି ସନ୍ତୋଷ ପଟ୍ଟନାୟକ କହିଛନ୍ତି । ସେପଟେ ମେଡିକାଲ କଲେଜ ଓ ହସ୍ପିଟାଲ ଅଧିକ୍ଷକ ଡାକ୍ତର ମାନସୀ ପଣ୍ଡା ନିଜର ପ୍ରତିକ୍ରିୟା ରଖିଛନ୍ତି । ତାଙ୍କ ଦ୍ବାରା ଯାହା ସମ୍ଭବ ହୋଇ ପାରିବ, ସେ ସବୁ ସମସ୍ୟା ଶୀଘ୍ର ସମାଧାନ ହେବା ଦିଗରେ ଚେଷ୍ଟା କରିବେ ବୋଲି କହିଛନ୍ତି । ସେହିପରି ଅନ୍ୟ ଦାବି ସେ ଉପରୋକ୍ତ ଅଧିକାରୀଙ୍କୁ ଜଣାଇବେ ବୋଲି ପ୍ରକାଶ କରିଛନ୍ତି ।

ଇଟିଭି ଭାରତ, ବଲାଙ୍ଗୀର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.