ETV Bharat / state

ମୁଖ୍ୟସ୍ରୋତ ମୁହାଁ ମାଓବାଦୀ, ଆତ୍ମସମର୍ପଣ କଲା ଟପ୍ ଏରିଆ କମାଣ୍ଡର

ବଲାଙ୍ଗୀର ପୋଲିସ ନିକଟରେ ଜଣେ ଆଗଧାଡିର ମାଓ ନେତା ତଥା ଏରିଆ କମାଣ୍ଡର ଆତ୍ମସମର୍ପଣ କରିଛି । ପାର୍ଟିରେ ସମସ୍ତଙ୍କୁ ସମାନ ଅଧିକାର ମିଳୁନଥିବା ସହ ଓଡିଶା ସରକାରଙ୍କ ବିକାଶରେ ପ୍ରଭାବିତ ହୋଇ ସେ ଆତ୍ମସମର୍ପଣ କରିଥିବା କହିଛି । ଅଧିକ ପଢନ୍ତୁ...

ମୁଖ୍ୟସ୍ରୋତ ମୁହାଁ ମାଓବାଦୀ, ଆତ୍ମସମର୍ପଣ କଲା ଟପ୍ ଏରିଆ କମାଣ୍ଡର
ମୁଖ୍ୟସ୍ରୋତ ମୁହାଁ ମାଓବାଦୀ, ଆତ୍ମସମର୍ପଣ କଲା ଟପ୍ ଏରିଆ କମାଣ୍ଡର
author img

By

Published : Aug 1, 2021, 4:05 PM IST

Updated : Aug 1, 2021, 4:26 PM IST

ବଲାଙ୍ଗୀର: ଆଜି(ରବିବାର) ବଲାଙ୍ଗୀର ପୋଲିସ ନିକଟରେ ଜଣେ ଆଗଧାଡିର ମାଓ ନେତା ତଥା ଏରିଆ କମାଣ୍ଡର ଆତ୍ମସମର୍ପଣ କରିଛି । ଓଡିଶାର ବିଭିନ୍ନ ସ୍ଥାନରେ ବିସ୍ଫୋରଣ, ଫାୟରିଂ ଓ ହତ୍ୟା ଭଳି ସାଙ୍ଘାତିକ ମାମଲାରେ ଉକ୍ତ ମାଓବାଦୀର ସମ୍ପୃକ୍ତି ଥିଲା । ଏହି ଆତ୍ମସମର୍ପଣକାରୀର ନାମ ଆଇତୁ କୋର୍ସା ଓରଫ ସୁର୍ଜନ ବୋଲି ଜଣାପଡିଛି । ପାର୍ଟିରେ ସମସ୍ତଙ୍କୁ ସମାନ ଅଧିକାର ମିଳୁନଥିବା, ଉପରିସ୍ଥ ମାଓ ନେତାଙ୍କ ନିର୍ଯାତନା ଏବଂ ପାର୍ଟିର ଆଦିବାସୀ ବିରୋଧି କାର୍ଯ୍ୟକଳାପରେ ଅତିଷ୍ଠ ହୋଇ ସେ ଆତ୍ମସମର୍ପଣ କରିଥିବା କହିଛି ।

ମୁଖ୍ୟସ୍ରୋତ ମୁହାଁ ମାଓବାଦୀ, ଆତ୍ମସମର୍ପଣ କଲା ଟପ୍ ଏରିଆ କମାଣ୍ଡର

ଏହି ମାଓବାଦୀ ଜଣକ ପ୍ରଥମେ ବାଳ ମାଓବାଦୀ ସଙ୍ଗଠନରେ ସାମିଲ ଥିବାବେଳେ ପରବର୍ତ୍ତୀ ସମୟରେ ସିପିଆଇ ମାଓ ସଙ୍ଗଠନରେ ସାମିଲ ହୋଇଥିଲା । ୨୦୧୨ ମସିହାରେ ସେ ପ୍ରଥମ କରି ମାଓ ନେତା ଦିନେଶ ସାଙ୍ଗରେ କାମ କରିବା ଆରମ୍ଭ କରିଥିଲା । କିଛି ଦିନରେ ଟ୍ରେନିଂ ପରେ ସେ ୨୦୧୩ ମସିହାରେ ସୁନାବେଡା ଡିଭିଜନରେ ଯୋଗ ଦେଇଥିଲା । ସେଠାରେ ଦୁଇ ମାସ କାଳ କାମ କଲା ପରେ ସେ ବଲାଙ୍ଗୀର ବରଗଡ ମହାସମୁଣ୍ଡ ଡିଭିଜନରେ ଯୋଗ ଦେଇଥିଲା । ସେହିପରି ପରବର୍ତ୍ତୀ ସମୟରେ ଅଏତୁ କୋର୍ସା ମାଓ ନେତା ଦଶରୁଙ୍କ ନେତୃତ୍ବରେ କାମ କରିଥିଲା ଏବଂ ପରେ ପରେ ସେ ମହାନଦୀ ସଂଯୁକ୍ତ ଡିଭିଜନକୁ ସ୍ଥାନାନ୍ତରିତ ହୋଇଥିଲା । ପୁଣି ସମାନ ଭାବେ ସେ କେକେବିଏନ ଡିଭିଜନରେ ଯୋଗ ଦେଇଥିଲା । ଇତିମଧ୍ୟରେ ସେ ଫିରିଙ୍ଗିଆରେ ଜଣେ ନାଗରିକଙ୍କୁ ହତ୍ୟା, ଗୋଛାପଡାରେ ଆଇଡି ବିସ୍ଫୋରଣ, ନିର୍ବାଚନ ସମୟରେ ଗାଡି ଜଳାଇବା, ଖମାନଖୋଲାରେ ବିସ୍ଫୋରଣ ସହ ବିଭିନ୍ନ ସ୍ଥାନରେ ଫାୟରିଂ ମାମଲାରେ ସିଧାସଳଖ ଜଡିତ ଥିବା ପୋଲିସ କହିଛି ।

ଓଡିଶା ସରକାରଙ୍କ ମାଓ ଥଇଥାନ ନୀତିରେ ଆକୃଷ୍ଟ ହୋଇ ଅନେକ ମାଓବାଦୀ ପାର୍ଟି ଛାଡି ଆତ୍ମସମର୍ପଣ କରୁଥିବା ଦେଖାଯାଇଛି । ଏହି ସମାନ ଘଟଣା ଅଏତୁ କୋର୍ସା ନିକଟରେ ମଧ୍ୟ ଘଟିଛି । ଉତ୍ତରାଞ୍ଚଳ ଡ଼ିଆଇଜି ଦୀପକ କୁମାର କହିଛନ୍ତି ଯେ ଅଏତୁକୁ ନିୟମ ଅନୁସାରେ ଥଇଥାନ କରାଯିବ । ଏଥିସହ ଡିଆଇଜି ଅନ୍ୟ ମାଓବାଦୀଙ୍କୁ ମାଓ କାର୍ଯ୍ୟକଳାପ ଛାଡି ସମାଜର ମୁଖ୍ୟ ସ୍ରୋତକୁ ଫେରି ଆସିବାକୁ ଅପିଲ କରିଛନ୍ତି ।

ଅନ୍ୟପଟେ ବଲାଙ୍ଗୀର ଜିଲ୍ଲାରେ ମାଓ ଗତିବିଧି କିଛି ଦିନ ହେଲା ବିଶେଷ ଭାବେ ପରିଲକ୍ଷିତ ହେଉ ନ ଥିବା ବେଳେ ଜଣେ ଟପ କ୍ୟାଡର ମାଓବାଦୀର ଆତ୍ମସମର୍ପଣ ମାଓ ସଙ୍ଗଠନକୁ ଶକ୍ତ ଝଟକା ଦେଇଛି।

ବଲାଙ୍ଗୀରରୁ ଶେଖ ମହମ୍ମଦ ୱାହିଦ, ଇଟିଭି ଭାରତ

Last Updated : Aug 1, 2021, 4:26 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.