ବଲାଙ୍ଗିର: ଆଜି(ବୁଧବାର) ମୁକ୍ତିଲାଭ କରିଛି କ୍ଷୁଦ୍ର ଚଳଚ୍ଚିତ୍ର 'ଭାଗ୍ୟର ଖେଳ'। ଆଞ୍ଚଳିକ ଭାଷାରେ ତିଆରି ହୋଇଥିବା ଏହି ସିନେମାରେ ମୁଖ୍ୟ ଭୂମିକାରେ ପ୍ରଖ୍ୟାତ ଅଭିନେତା ରତନ ମେହେର ଥିବାବେଳେ ସିନେମାର ସୁନ୍ଦର ସଙ୍ଗୀତ ଓ କାହାଣୀ ଲୋକଙ୍କୁ ବେଶ ଭଲ ଲାଗିବ ବୋଲି ଏମାନେ ସମସ୍ତେ ଆଶାବାଦୀ ଅଛନ୍ତି।
ଆଞ୍ଚଳିକ ଭାଷାରେ ତିଆରି ଏହି ସିନେମା ଦେଶବୋଧାତ୍ମକ କାହାଣୀ ଉପରେ ପର୍ଯ୍ୟବେଶିତ ହୋଇଛି। ଯେଉଁଥିରେ ଜଣେ ସୈନିକ ଦେଶ ପାଇଁ ଜୀବନ ହାରିଥିବା ବେଳେ ତାକୁ ନେଇ ସାରା ଦେଶ କେମିତି ଗର୍ବିତ, ତାହାକୁ ଏଥିରେ ବେଶ ଉତ୍ଥାପନ କରାଯାଇଛି।
ତେବେ ଏହି ସିନେମାରେ କିଛି ନବଗତାଙ୍କୁ ସୁଯୋଗ ଦିଆଯାଇଛି । ଏହି ସିନେମାକୁ ପ୍ରଯୋଜନା କରିଛନ୍ତି ନବୀନ କିଶୋର ବେହେରା ଓ ଏହାର ନିର୍ଦ୍ଦେଶନା ଦେଇଛନ୍ତି ନାଟ୍ୟକାର ନିଶାର ଅହମ୍ମଦ ନିଶାର। ସେହିପରି ଏହି ସିନେମାର ସଙ୍ଗୀତ ମଧ୍ୟ ସୁନ୍ଦର ଥିବାବେଳେ ତାର ନିର୍ଦ୍ଦେଶନା ଭାର ତୁଲାଇଛନ୍ତି ନିଶାର ଅହମ୍ମଦ ନିଶାର ଓ ଦୁର୍ଗା ପଣ୍ଡା ।
ତେବେ ମୁଖ୍ୟ ଭୂମିକାରେ ରତନ ମେହେର, ପୁରୁଷୋତ୍ତମ ମିଶ୍ର, ବୀଣା ପୁଟେଲ, ରୁନା, ସସ୍ମିତା, ଲଳିତ, ନବିନ, ମିଳି ଓ ରାଜେନ୍ଦ୍ର ପ୍ରମୁଖ ଅଭିନୟ କରିଛନ୍ତି।
ବଲାଙ୍ଗିରରୁ ଶେଖ ମହମ୍ମଦ ୱାହିଦ, ଇଟଇଭି ଭାରତ