ETV Bharat / state

ସାମ୍ବାଦିକଙ୍କ ଜୀବନ ନେଲା କୋରୋନା

author img

By

Published : Apr 16, 2021, 2:09 PM IST

ବଲାଙ୍ଗୀର ଜିଲ୍ଲାର ବରିଷ୍ଠ ସାମ୍ବାଦିକ ଯତୀଶ ଖମାରୀଙ୍କ ମୃତ୍ୟୁ ହୋଇଛି। ସେ ବଲାଙ୍ଗୀର ଜିଲ୍ଲା ପାଟଣାଗଡ଼ରେ ଦିର୍ଘ 25 ବର୍ଷରୁ ସାମ୍ବାଦିକତା କରୁଥିଲେ । ଅଧିକ ପଢନ୍ତୁ...

କୋରୋନାରେ ବରିଷ୍ଠ ସାମ୍ବାଦିକଙ୍କ ଅକାଳ ବିୟୋଗ
କୋରୋନାରେ ବରିଷ୍ଠ ସାମ୍ବାଦିକଙ୍କ ଅକାଳ ବିୟୋଗ

ବଲାଙ୍ଗୀର: ବରିଷ୍ଠ ସାମ୍ବାଦିକଙ୍କ କୋରୋନାରେ ଦେହାନ୍ତ । ରାଜ୍ୟରେ ମହାମାରୀ ସ୍ଥିତି ଭୟାବହ ହେବାରେ ଲାଗିଥିବାବେଳେ ଗୋଟିଏ ପରେ ଗୋଟିଏ ମୁଣ୍ଡ ନେଉଛି କୋରୋନା । ଏହି କ୍ରମରେ ବଲାଙ୍ଗୀର ଜିଲ୍ଲାର ବରିଷ୍ଠ ସାମ୍ବାଦିକ ଯତୀଶ ଖମାରୀଙ୍କ ମୃତ୍ୟୁ ହୋଇଛି।

କୋରୋନାରେ ବରିଷ୍ଠ ସାମ୍ବାଦିକଙ୍କ ଅକାଳ ବିୟୋଗ

ସେ ବଲାଙ୍ଗୀର ଜିଲ୍ଲା ପାଟଣାଗଡ଼ରେ ଦିର୍ଘ 25 ବର୍ଷରୁ ସାମ୍ବାଦିକତା କରୁଥିଲେ । ସେ ପାଟଣାଗଡ଼ ପାଇଁ ସମ୍ବାଦ ଦୈନିକ ଖବର କାଗଜରେ ସାମ୍ବାଦିକ ଭାବରେ କାର୍ଯ୍ୟ କରୁଥିଲେ। ଯତୀଶ ଗତ କିଛିଦିନ ତଳେ ଅସୁସ୍ଥ ଅନୁଭବ କରିବାରୁ ତାଙ୍କୁ ଚିକିତ୍ସା ପାଇଁ ପ୍ରଥମେ ପାଟଣାଗଡ଼ ଡ଼ାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ସେଠାରେ ଅବସ୍ଥା ସଙ୍କଟାପର୍ଣ୍ଣ ହେବାରୁ ବଲାଙ୍ଗୀର ସ୍ଥାନାନ୍ତରିତ କରାଯାଇଥିଲା।

ତେବେ ଏଠାରେ ତାଙ୍କର କୋରୋନା ରିପୋର୍ଟ ପଜେଟିଭ ଆସିଥିଲା। ପରେ ତାଙ୍କୁ ଭୁବନେଶ୍ବରର ଏକ ଘରୋଇ ଡାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇ ଥିବାବେଳେ ସେଠାରେ ତାଙ୍କର ଚିକିତ୍ସାଧୀନ ଅବସ୍ଥାରେ ଗତକାଲି(ଗୁରୁବାର) ରାତିରେ ତାଙ୍କର ଅକାଳ ବିୟୋଗ ଘଟିଛି। ତାଙ୍କ ମୃତ୍ୟୁରେ ବଲାଙ୍ଗୀର ସାମ୍ବାଦିକ ମହଲରେ ଦୁଃଖର ଛାୟା ଖେଳି ଯାଇଛି।

ବଲାଙ୍ଗିରରୁ ଶେଖ ମହମ୍ମଦ ୱାହିଦ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.