ବଲାଙ୍ଗୀର: ଜମିବାଡି ବିବାଦକୁ ନେଇ ସମ୍ପର୍କରେ ରକ୍ତର ଛିଡା । ଦାଦା-ଖୁଡୀଙ୍କୁ ଧାରୁଆ ଅସ୍ତ୍ରରେ ହାଣିଲା ପୁତୁରା । ଜଙ୍ଘନ୍ୟ ହତ୍ୟାକାଣ୍ଡଟି ବଲାଙ୍ଗୀର ଜିଲ୍ଲା ବଙ୍ଗୋମୁଣ୍ଡା ଥାନା କୁଟୁରାବେଡା ଗାଁରେ ଘଟିଛି ।
ଦୀର୍ଘ ଦିନ ଧରି ଜମିବାଡି ଭାଗବଣ୍ଟାକୁ ନେଇ ଦାଦା-ପୁତୁରା ମଧ୍ୟରେ ବିବାଦ ଲାଗି ରହିଥିଲା । ଆଜି ଦାଦା ତ୍ରିଲୋଚନ ନାଗ ଗାଁରେ ଦାସ ଖେଳୁଥିଲେ । ଏହି ସମୟରେ ଅଚାନକ ପୁତୁରା କୁଶ ଆସି ଝଗଡା ଆରମ୍ଭ କରିଥିଲା । ପରେ ଏହି ବଚସା ଉଗ୍ର ଧାରଣ କରିବା ସହ ଉତ୍ତ୍ୟକ୍ତ ହୋଇ କୁଶ ଦାଦାକୁ ଧାରୁଆ ଅସ୍ତ୍ରରେ ଆକ୍ରମଣ କରିଥିଲେ । ଏହି ଖବର ପାଇ ତ୍ରିଲୋଚନଙ୍କ ସ୍ତ୍ରୀ ବିରୋଧ କରିବାରୁ ଦାଦା-ଖୁଡୀ ଉଭୟଙ୍କ ହତ୍ୟା କରିବା ପରେ ଗାଁ ଦାଣ୍ଡରେ ଘୋଷାଡି ଘୋଷାଡି ନେଇ ଗାଁର ଏକ କୂଅରେ ଫିଙ୍ଗି ଦେଇଥିଲା ।
ଘଟଣାସ୍ଥଳରେ ପୋଲିସ ପହଞ୍ଚି କୁଶକୁ ଅଟକ ରଖି ଅଧିକ ତଦନ୍ତ ଚଳାଇଛି । ଅଗ୍ନିଶମ ବିଭାଗ ଦ୍ବାରା 2 ମୃତଦେହକୁ ଉଦ୍ଧାର କରାଯାଇଛି । ପୂର୍ବରୁ ଏହି ଜମିବାଡି ବିବାଦକୁ ନେଇ ଥାନାରେ ମାମଲା ଚାଲିଥିବାବେଳେ କୁଶ ନାଗ ପୂର୍ବରୁ ଆକ୍ରମଣ କରି ଥାନାରେ ଥିଲା । ବର୍ତ୍ତମାନ ସେ ଜାମିନରେ ଫେରିଥିବା ନେଇ ମୃତକଙ୍କ ଝିଅ କହିଛନ୍ତି ।
ବଲାଙ୍ଗୀରରୁ ଶେଖ ମହମ୍ମଦ ୱାହିଦ, ଇଟିଭି ଭାରତ