ETV Bharat / state

ପାରିବାରିକ କଳହରୁ ସ୍ତ୍ରୀକୁ ହତ୍ୟା କଲା ସ୍ବାମୀ

ପାରିବାରିକ କଳହ ଯୋଗୁଁ ସ୍ତ୍ରୀକୁ ନିର୍ମମ ଭାବରେ ହତ୍ୟା କରିଛି ସ୍ବାମୀ । ପୋଲିସର ତଦନ୍ତ ଜାରି । ଅଧିକ ପଢନ୍ତୁ...

author img

By

Published : Jun 15, 2021, 10:54 PM IST

a-husband-killed-his-wife-in-Balangir
ସ୍ତ୍ରୀକୁ ହତ୍ୟା କଲା ସ୍ବାମୀ

ବଲାଙ୍ଗୀର: ଆଜି(ମଙ୍ଗଳବାର) ପାରିବାରିକ କଳହ ଯୋଗୁଁ ସ୍ତ୍ରୀକୁ ନିର୍ମମ ଭାବରେ ହତ୍ୟା କରିଛି ସ୍ବାମୀ । ପୋଲିସର ତଦନ୍ତ ଜାରି ।

ସ୍ତ୍ରୀକୁ ହତ୍ୟା କଲା ସ୍ବାମୀ

ପାରିବାରିକ କଳହ ଯୋଗୁଁ ସ୍ତ୍ରୀକୁ ନିର୍ମମ ଭାବରେ ସ୍ଵାମୀ ହତ୍ୟା କରିଥିବାର ଅଭିଯୋଗ ହୋଇଛି । ବଲାଙ୍ଗୀର ଜିଲ୍ଲା କଣ୍ଟାବାଞ୍ଜି ଥାନା ଅନ୍ତରଗତ ଦାମନ ଡଙ୍ଗା ଗ୍ରାମରେ ଏହି ଘଟଣା ଘଟିଛି । ଏଠି ରହୁଥିବା ସ୍ଵାମୀ ସ୍ତ୍ରୀ ଜୟରାମ ମାଝୀ ଓ ଉର୍ମିଳା ମାଝୀଙ୍କ ମଧ୍ୟରେ ଦୀର୍ଘ ଦିନରୁ କଳହ ଲାଗି ରହିଥିଲା । ଯାହାକୁ ନେଇ ଗ୍ରାମ ସଭାରେ ମଧ୍ୟ ଏହାର ସମାଧାନ କରାଯାଇଥିଲା । ହେଲେ ପୁଣି ସ୍ଵାମୀ ସ୍ତ୍ରୀ ମଧ୍ୟରେ କଳହ ଉପୁଜି ଥିବା ବେଳେ ସ୍ତ୍ରୀ ଉର୍ମିଳା ମାଝୀ ତାଙ୍କ ସ୍ଵାମୀ ନାଁରେ ଥାନାରେ ଲିଖିତ ଅଭିଯୋଗ କରିଥିଲେ ।

ଯାହାପରେ ଆଜି ସଂପୃକ୍ତ ସ୍ଵାମୀ ତାଙ୍କ ସ୍ତ୍ରୀର ତଣ୍ଟି ଚିପି ନିର୍ମମ ଭାବରେ ହତ୍ୟା କରିଥିବାର ଅଭିଯୋଗ ହୋଇଛି । ସେପଟେ କଣ୍ଟାବାଞ୍ଜି ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଏଥିସହିତ ପୋଲିସ ମୃତଦେହ ବ୍ୟବଚ୍ଛେଦ ପାଇଁ ପଠାଇ ଥିବା ବେଳେ ଅଭିଯୁକ୍ତ ସ୍ଵାମୀକୁ ଅଟକ ରଖି ଅଧିକ ତଦନ୍ତ ଜାରି ରଖିଛି ।

ବଲାଙ୍ଗୀରରୁ ଶେଖ୍ ମହମ୍ମଦ ୱାହିଦ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.