ବଲାଙ୍ଗୀର: ଜିଲ୍ଲାରେ କୋରୋନାର ଦ୍ବିତୀୟ ଲହର ଆରମ୍ଭ ହୋଇଯାଇଛି । ସୋମବାର ସଇଁତଳା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଜଣେ କୋରୋନା ସଂକ୍ରମିତ ମହିଳାଙ୍କ ମୃତ୍ୟୁ ଘଟିଛି । ଏହି ପରିପ୍ରେକ୍ଷୀରେ ବଲାଙ୍ଗୀରର ଗୋଟିଏ ଗାଁ ଓ ଡାକ୍ତରଖାନାକୁ ସଟଡାଉନ ଘୋଷଣା କରାଯାଇଛି ।
ସୂଚନାଯୋଗ୍ୟ, ବଲାଙ୍ଗୀର ସଇଁତଳା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ସୋମବାର ଜଣେ ଚିକିତ୍ସାଧୀନ ମହିଳା କୋରୋନା ପଜିଟିଭ ଚିହ୍ନଟ ହୋଇଥିଲେ ଏବଂ ତାଙ୍କର ମୃତ୍ୟୁ ମଧ୍ୟ ଘଟିଥିଲା । ଯାହାପରେ ଏହି ଡାକ୍ତରଖାନାକୁ ପାଞ୍ଚଦିନ ପାଇଁ ସଟଡାଉନ ଘୋଷଣା କରାଯାଇଛି । ଏହାସହ ଡାକ୍ତରଖାନା ପରିସରକୁ ସାନିଟାଇଜ କରାଯିବା ସହ ସମସ୍ତ ମେଡିକାଲ କର୍ମଚାରୀଙ୍କ କୋରୋନା ଟେଷ୍ଟ କରାଯିବା ନେଇ ସୂଚନା ରହିଛି ।
ସମାନ ଭାବେ ମୃତ ମହିଳାଙ୍କ ଗାଁ ଘୁଂଶର ଉଲବାକୁ ମଧ୍ୟ ଦୁଇଦିନ ପାଇଁ ସ୍ଥାନୀୟ ସରପଞ୍ଚ ସଟଡାଉନ କରିଛନ୍ତି । ଏପରିକି ପୁରା ଗାଁକୁ ମଧ୍ୟ ସାନାଟାଇଜ କରାଯିବ ବୋଲି ଜଣାପଡିଛି ।
ବଲାଙ୍ଗୀରରୁ ଶେଖ ମହମ୍ମଦ ୱାହିଦ, ଇଟିଭି ଭାରତ