ETV Bharat / state

କୋରୋନା କବଳରେ ବଲାଙ୍ଗୀର, ନୂଆ 9 ଆକ୍ରାନ୍ତ ଚିହ୍ନଟ - 9 more new cases reported in balangir

ବଲାଙ୍ଗୀର ଜିଲ୍ଲାରେ ସ୍ଥାନୀୟ କୋରୋନା ସଂକ୍ରମଣ ବଢ଼ିବାରେ ଲାଗିଛି । ଶନିବାର ପୁଣି ଜିଲ୍ଲାରୁ 9 ଜଣ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଅଧିକ ପଢନ୍ତୁ..

କୋରୋନା କବଳରେ ବଲାଙ୍ଗୀର, ନୂଆ 9 ଆକ୍ରାନ୍ତ ଚିହ୍ନଟ

author img

By

Published : Jul 18, 2020, 6:59 PM IST

ବଲାଙ୍ଗୀର: ଜିଲ୍ଲାରେ ସ୍ଥାନୀୟ କୋରୋନା ସଂକ୍ରମଣ ବଢ଼ିବାରେ ଲାଗିଛି । ଶନିବାର ପୁଣି ଜିଲ୍ଲାରୁ 9 ଜଣ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଯେଉଁଥିରେ ବଲାଙ୍ଗୀରର ଜଣେ ଗଣମାଧ୍ୟମ ପ୍ରତିନିଧି ମଧ୍ୟ କୋରୋନା ଆକ୍ରାନ୍ତ ବୋଲି ଜଣା ପଡିଛି ।

ଶନିବାର କେବଳ ସହରରୁ 6 ଜଣ ସ୍ଥାନୀୟ ସଂକ୍ରମଣ ଚିହ୍ନଟ ହୋଇଥିବା ବେଳେ ବଲାଙ୍ଗୀର ସୁଡପଦାରୁ ଦୁଇ ଜଣ, ରାମେଶ୍ବର ନଗରରୁ ଜଣେ, ତାଳପାଳି ପଦାରୁ ଦୁଇଜଣ ଓ ବରପାଲି ପଡ଼ାରୁ ଜଣେ କୋରୋନା ଆକ୍ରାନ୍ତ ବୋଲି ଜଣାପଡିଛି । ଏହାଛଡା ଶନିବାର ସାଇଁତଲା ବ୍ଲକ ଟିକିରା ପଡ଼ାରୁ ଜଣେ, ବେଳପଡା ବେଜଳ ସାଗର ଗ୍ରାମରୁ ଜଣେ ଓ ଟିଟିଲାଗଡ଼ ଦୈତାନ ଗ୍ରାମରୁ ଜଣେ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏ ସମସ୍ତଙ୍କୁ ବଲାଙ୍ଗୀର କିମ୍ସ କୋଭିଡ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

କୋରୋନା କବଳରେ ବଲାଙ୍ଗୀର, ନୂଆ 9 ଆକ୍ରାନ୍ତ ଚିହ୍ନଟ

ସେପଟେ ଏହାକୁ ମିଶାଇ ବଲାଙ୍ଗୀରରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା 282ରେ ପହଞ୍ଚିଛି । ଯେଉଁଥିରୁ 246 ଜଣ ସୁସ୍ଥ ହୋଇଥିବା ବେଳେ 36 ଜଣ ଆକ୍ଟିଭ ମାମଲା ଭାବରେ ଚିକିତ୍ସାଧୀନ ଥିବାର ଜିଲ୍ଲା ପ୍ରଶାସନ ସୂଚନା ଦେଇଛି ।

ବଲାଙ୍ଗୀରରୁ ଶେଖ୍ ମହମ୍ମଦ ୱାହିଦ୍, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.