ETV Bharat / state

‘ଲୋକକଳା ଉତ୍ସବ ପାଲଟୁଛି କଳା ଓ କଳାକାରଙ୍କୁ ପୁନର୍ଜୀବିତ କରିବାର ମାଧ୍ୟମ’ - ବଲାଙ୍ଗୀର କେନ୍ଦ୍ର ଓ ରାଜ୍ୟ କଲା ସଂସ୍କୃତି ମନ୍ତ୍ରଣାଳୟ

କେନ୍ଦ୍ର ଓ ରାଜ୍ୟ ସକାରଙ୍କ ସହାୟତାରେ ଆୟୋଜିତ ହେଉଥିବା ଅଷ୍ଟମ ଲୋକକଳା ଉତ୍ସବ ଉଦଯାପିତ । ରାଜ୍ୟ ଓ ରାଜ୍ୟ ବାହାର ବିଭିନ୍ନ କଳା ସଂଗଠନ ଓ କଳାକାରମାନେ ତାଙ୍କର କଳାର ପ୍ରଦର୍ଶନ କରିଥିଲେ । ଅଧିକ ପଢନ୍ତୁ

ଅଷ୍ଟମ ଲୋକକଳା ଉତ୍ସବ ଉଦଯାପିତ
ଅଷ୍ଟମ ଲୋକକଳା ଉତ୍ସବ ଉଦଯାପିତ
author img

By ETV Bharat Odisha Team

Published : Sep 27, 2023, 6:20 PM IST

ଅଷ୍ଟମ ଲୋକକଳା ଉତ୍ସବ ଉଦଯାପିତ

ବଲାଙ୍ଗୀର: ଅଷ୍ଟମ ଲୋକକଳା ଉତ୍ସବ ଉଦଯାପିତ ହୋଇଯାଇଛି । ଯେଉଁଥିରେ ରାଜ୍ୟ ଓ ରାଜ୍ୟ ବାହାର ବିଭିନ୍ନ କଳାକାର ନିଜ କଳା ମାଧ୍ୟମରେ ଦର୍ଶକଙ୍କୁ ଆତ୍ମବିଭୋର କରିଥିଲେ । ବଲାଙ୍ଗୀର କେନ୍ଦ୍ର ଓ ରାଜ୍ୟ କଲା ସଂସ୍କୃତି ମନ୍ତ୍ରଣାଳୟ , କୋଲକତାର ଇ-ଜେଡ୍‌ ସିସି ସଂଗଠନ ଓ ବଲାଙ୍ଗୀର ଦୁଲଦୁଲି କଳା ପରିଷଦର ମିଳିତ ଭାବେ ଏହି କାର୍ଯ୍ୟକ୍ରମ ଆୟୋଜିତ କରିଛି । ଏହି ଉତ୍ସବ 24ରୁ 26 ତାରିଖ ପର୍ଯ୍ୟନ୍ତ ତିନି ଦିନ ଧରି ଚାଲିଥିଲା । ଯେଉଁଥିରେ ରାଜ୍ୟ ଓ ରାଜ୍ୟ ବାହାର ବିଭିନ୍ନ କଳା ସଂଗଠନ ଓ କଳାକାରମାନେ ତାଙ୍କର କଳାର ପ୍ରଦର୍ଶନ କରିଥିଲେ ।

ଲୋକକଳା ଉତ୍ସବ ଉଦ୍ଦେଶ୍ଯ ହେଉଛି ଲୋପପାଇ ଯାଉଥିବା ଲୋକ କଳାକୁ ପୁନର୍ଜୀବିତ କରିବା । କଳା ଓ କଳାକାରଙ୍କୁ ଏକ ମଞ୍ଚ ଦେବା । ଯାହା ବେଶ ସଫଳ ହୋଇଥିବା ଆୟୋଜକ କହିଛନ୍ତି । ଏହି ମହୋତ୍ସବରେ ରାଜ୍ୟ ବାହାର ଆଠଟି କଳା ସଂଗଠନ ଓ ସ୍ଥାନୀୟ କଳା ସଂଗଠନ ତାଙ୍କର ଲୋକକଳା ନୃତ୍ୟଗୀତ ପରିବେଷଣ କରିଥିଲେ । ତେବେ ବଲାଙ୍ଗୀର କଳାହାଣ୍ଡି ଜିଲ୍ଲାର ଡାଲଖାଇ, ସିଂହାରି ଲୋକନୃତ୍ୟ, ପୁରୀର ଶଙ୍ଖ ଯୋଡି ନୃତ୍ୟ ଏଠି ପରିବେଷଣ ହୋଇଥିଲା । ସେହିପରି ଏହା ସାଙ୍ଗକୁ ରାଜ୍ୟ ବାହାର ଆସାମର ବିହୁ ଓ ବୋଡୋ ନୃତ୍ୟ, ଝାଡଖଣ୍ଡର ନାଟୁଆ, ମଧ୍ୟପ୍ରଦେଶ ଓ ରାଜସ୍ଥାନର କାଳବେଳିଆ, ପଡ଼ିହାଡ଼ି ଲୋକ ନୃତ୍ୟ ତଥା ପଶ୍ଚିମବଙ୍ଗର ଝୁମର ଲୋକ ନୃତ୍ୟ ଏଠିକାର ଦର୍ଶକଙ୍କ ବେଶ ମନ ମୋହିଥିଲା । ସେପଟେ କଳାକାର ଏହି ମଞ୍ଚରେ ତାଙ୍କ ଅଞ୍ଚଳର ଲୋକ ନୃତ୍ୟ ପ୍ରଦର୍ଶନ ପାଇଁ ସୁଯୋଗ ପାଇଥିବାରୁ ବେଶ ଖୁସି ଓ ଗର୍ବିତ ଥିବାର କହିଛନ୍ତି ।

ଯେଉଁଥିରେ ମଧ୍ୟ ପ୍ରଦେଶର କଳାକାର ରଜନୀ ଦୁବେ କହିଛନ୍ତି, ‘‘ଏଭଳି ମଞ୍ଚ ଓ କଳା ପ୍ରେମୀ ଦର୍ଶକ ସମ୍ମୁଖରେ ସେମାନେ କାଳବେଳିଆ ଓ ପଡ଼ିହାଡ଼ି ନୃତ୍ୟ ପରିବେଷଣ କରିଥିଲେ । ଯାହାକୁ ନେଇ ଦର୍ଶକ ସେମାନଙ୍କ ପ୍ରଦର୍ଶନୀକୁ ବେଶ ପସନ୍ଦ କରିଛନ୍ତି ।’’ ସେହିପରି ଆସାମର କଳାକାର ଇନ୍ଦ୍ରାଣୀ ମହତୋ କହିଛନ୍ତି, ‘‘ଏଭଳି ମଞ୍ଚରେ ତାଙ୍କ ଅଞ୍ଚଳର ଲୋକ ନୃତ୍ୟ ପରିବେଷଣ କରିବାର ସୁଯୋଗ ମିଳିଥିବାରୁ ମୁଁ ଗର୍ବିତ । ’’

ଏହା ମଧ୍ଯ ପଢନ୍ତୁ...ଅଷ୍ଟମ ଲୋକକଳା ଉତ୍ସବ ଉଦଘାଟିତ, ନୃତ୍ୟଗୀତ ତାଳେତାଳେ ଝୁମିଲେ ଦର୍ଶକ

ଅନ୍ୟପଟେ ବଲାଙ୍ଗୀର ସାଂସଦ କୁମାରୀ ସଂଗୀତା ସିଂହ ଦେଓ କହିଛନ୍ତି, ‘‘ଏଭଳି ମଞ୍ଚ କଳା ଓ କଳାକାରଙ୍କୁ ଆଗକୁ ଆଣିବ। ଏବଂ ଲୋକକଳାର ବିକାଶ ହେବ । ଲୁପ୍ତ ପ୍ରାୟ ଲୋକକଳା ଜୀବନ୍ତ ହେବ । ’’

ଇଟିଭି ଭାରତ, ବଲାଙ୍ଗୀର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.