ETV Bharat / state

ବଲାଙ୍ଗୀରରେ ଆଉ 7 ଆକ୍ରାନ୍ତ ଚିହ୍ନଟ, 16 ଛୁଇଁଲା ପଜିଟିଭ ସଂଖ୍ୟା

author img

By

Published : May 24, 2020, 8:43 AM IST

ବଲାଙ୍ଗୀର ଜିଲ୍ଲାରେ ରବିବାର ଆଉ 7 କୋରୋନା ଆକ୍ରାନ୍ତ ଚିହ୍ନଟ ସହ 16 ଛୁଇଁଲା ଜିଲ୍ଲାରେ ମୋଟ କୋରୋନା ପଜିଟିଭ ସଂଖ୍ୟା । ସମସ୍ତ ନୂଆ ଆକ୍ରାନ୍ତଙ୍କୁ ଭୁବନେଶ୍ବର କିମ୍ସ ହସ୍ପିଟାଲ ସ୍ଥାନାନ୍ତର । ଅଧିକ ପଢନ୍ତୁ...

ବଲାଙ୍ଗୀରରେ ଆଉ 7 ଆକ୍ରାନ୍ତ ଚିହ୍ନଟ, 16 ଛୁଇଁଲା ପଜିଟିଭ ସଂଖ୍ୟା
ବଲାଙ୍ଗୀରରେ ଆଉ 7 ଆକ୍ରାନ୍ତ ଚିହ୍ନଟ, 16 ଛୁଇଁଲା ପଜିଟିଭ ସଂଖ୍ୟା

ବଲାଙ୍ଗୀର: ଜିଲ୍ଲାରେ ରବିବାର ଆଉ 7 କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ଜିଲ୍ଲାରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା 16ରେ ପହଞ୍ଚିଛି । ତେବେ ଚିହ୍ନଟ ହୋଇଥିବା ସମସ୍ତ ଆକ୍ରାନ୍ତ ନିକଟରେ ବାହାର ରାଜ୍ୟରୁ ଫେରି ଜିଲ୍ଲାର ବିଭିନ୍ନ ସଙ୍ଗରୋଧ କେନ୍ଦ୍ରରେ ଥିଲେ।

ଜିଲ୍ଲାରେ ଚିହ୍ନଟ ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ଲୋଇସିଙ୍ଗ ବ୍ଲକ ବୁଢ଼ୀପଦର ଗ୍ରାମ ପଞ୍ଚାୟତରୁ ଜଣେ, ବଙ୍ଗୋମୁଣ୍ଡା ବ୍ଲକ ସିଂଧେକେଲା ପଞ୍ଚାୟତରୁ ଜଣେ, ଆଗଲ ପୁର ବ୍ଲକରୁ ଦୁଇ ଜଣ, ସାଇଁତଲା ବ୍ଲକ ଶିଷକେଲା ଗ୍ରାମ ପଞ୍ଚାୟତରୁ ଜଣେ ଓ ମୁରିବାହାଲ ବ୍ଲକ ପତ୍ରପାଲି ପଞ୍ଚାୟତରୁ ଜଣେ ଲେଖାଏଁ ପଜିଟିଭ ରହିଛନ୍ତି ।

କୋରୋନା ରିପୋର୍ଟ ପଜିଟିଭ ଆସିବା ପରେ ସମସ୍ତଙ୍କୁ ଭୁବନେଶ୍ବର କିମ୍ସ ଡାକ୍ତରଖାନାକୁ ପଠାଇ ଦିଆଯାଇଛି। ସେହିପରି ଜିଲ୍ଲାରେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢିଥିଲେ ମଧ୍ୟ ସମସ୍ତେ ସଙ୍ଗରୋଧ କେନ୍ଦ୍ରରେ ଥିବାରୁ ଗୋଷ୍ଠୀ ସଂକ୍ରମଣର ଭୟ ନଥିବାର ଜଣା ପଡ଼ିଛି।

ବଲାଙ୍ଗୀରରୁ ଏସ.କେ ମହମ୍ମଦ ଓ୍ବାହିଦ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.