ETV Bharat / state

ବଲାଙ୍ଗୀରରେ ଆଉ 7 କୋରୋନା ପଜିଟିଭ ଚିହ୍ନଟ, ମୋଟ 194କୁ ବୃଦ୍ଧି

author img

By

Published : Jul 2, 2020, 2:46 PM IST

Updated : Jul 2, 2020, 3:19 PM IST

ବଲାଙ୍ଗୀରରେ ପୁଣି ପୁଣି 7 ଜଣ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ, ମୋଟ ସଂଖ୍ୟା 194କୁ ଛୁଇଁଛି। ଯାହା ଦ୍ବାରା ପ୍ରଶାସନ ଓ ଜିଲ୍ଲାବାସୀଙ୍କ ମୁଣ୍ଡବିନ୍ଧାର କାରଣ ପାଲଟିଛି । ଅଧିକ ପଢନ୍ତୁ...

ବଲାଙ୍ଗୀରରେ ଆଉ 7 କୋରୋନା ପଜିଟିଭ ରିପୋର୍ଟ, ମୋଟ 194କୁ ବୃଦ୍ଧି

ବଲାଙ୍ଗୀର: ଜିଲ୍ଲାରେ କୋରୋନା ସଂକ୍ରମଣ ମାମଲା ବଢି ଚାଲିଥିବା ବେଳେ ଏବେ ଲୋକାଲ କଣ୍ଟାକ୍ଟ ସମସ୍ତଙ୍କ ଚିନ୍ତା ବଢ଼ାଇଛି । ଯେଉଁଥିରେ କଣ୍ଟେନମେଣ୍ଟ ଜୋନ ହାତୀ ସାଲ ପଡାରୁ ଆଜି(ଗୁରୁବାର) ଆଉ 4 ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ତେବେ ଏହି ପଡାରୁ ଏଯାବତ 19 ଜଣ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ବଲାଙ୍ଗୀରରେ ଆଉ 7 କୋରୋନା ପଜିଟିଭ ଚିହ୍ନଟ, ମୋଟ 194କୁ ବୃଦ୍ଧି

ସେହିପରି ପୁଇନ୍ତଳା ବ୍ଲକ ଜାମସର ଗ୍ରାମରୁ ଜଣେ ମହିଳା ଲୋକାଲ କଣ୍ଟାକ୍ଟ ଭାବରେ ଆଜି ଚିହ୍ନଟ ହୋଇଛନ୍ତି। ତେବେ ଏ ସମସ୍ତ ଆକ୍ରାନ୍ତଙ୍କ କଣ୍ଟାକ୍ଟ ଟ୍ରେସିଂ ଜାରି ରହିଛି। ଏହା ବ୍ୟତୀତ ବଲାଙ୍ଗୀର ଆଗଲପୁର ପଣ୍ଡକେଇ ଟାଲ ଗ୍ରାମ ସଙ୍ଗରୋଧ କେନ୍ଦ୍ରରୁ 2 ଜଣ ମହାରାଷ୍ଟ୍ର ଫେରନ୍ତା କୋରୋନା ଆକ୍ରାନ୍ତ ବୋଲି ଜଣା ପଡ଼ିଛି।

ତେବେ ଗୁରୁବାର ମୋଟ 7 ଜଣ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଜିଲ୍ଲାରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା 194ରେ ପହଞ୍ଚିଛି। ସେହିପରି ଏଥି ମଧ୍ୟରୁ 150 ଜଣ ସୁସ୍ଥ ହୋଇଥିବା ବେଳେ 44 ଜଣ ଚିକିତ୍ସାଧୀନ ଅଛନ୍ତି ।

ବଲାଙ୍ଗୀରରୁ ଶେଖ ମହମ୍ମଦ ୱାହିଦ, ଇଟିଭି ଭାରତ

Last Updated : Jul 2, 2020, 3:19 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.