ETV Bharat / state

ଦୁଇ ଦିନିଆ ବଲାଙ୍ଗୀର ଗସ୍ତରେ ପାଣ୍ଡିଆନ, ବଦଳିବ ଜିଲ୍ଲାର ସବୁ କଲେଜର ରୂପରେଖ - ବିଶ୍ବବିଦ୍ୟାଳୟର ଉନ୍ନତିକରଣ ପାଇଁ ୪୬ କୋଟି ଟଙ୍କା ମଞ୍ଜୁର

ବଲାଙ୍ଗୀର ଗସ୍ତର ଦ୍ବିତୀୟ ଦିନରେ ରାଜେନ୍ଦ୍ର ବିଶ୍ଵବିଦ୍ୟାଳୟ ଗସ୍ତ କରି ସେଠାରେ ଛାତ୍ରଛାତ୍ରୀଙ୍କ ସହ ଆଲୋଚନା କରିଛନ୍ତି 5ଟି ସଚିବ ଭିକେ ପାଣ୍ଡିଆନ । ସେହିପରି ଜିଲ୍ଲାର ସମସ୍ତ କଲେଜ ୫ଟିରେ ସାମିଲ ହେବାକୁ ଘୋଷଣା କରିଛନ୍ତି । ଅଧିକ ପଢନ୍ତୁ

5T ସଚିବଙ୍କ ୨ ଦିନିଆ ବଲାଙ୍ଗୀର ଗସ୍ତ
5T ସଚିବଙ୍କ ୨ ଦିନିଆ ବଲାଙ୍ଗୀର ଗସ୍ତ
author img

By

Published : Aug 7, 2023, 11:30 AM IST

5T ସଚିବଙ୍କ ୨ ଦିନିଆ ବଲାଙ୍ଗୀର ଗସ୍ତ

ବଲାଙ୍ଗୀର: 2 ଦିନିଆ ବଲାଙ୍ଗୀର ଗସ୍ତରେ ଥିଲେ 5ଟି ସଚିବ ଭିକେ ପାଣ୍ଡିଆନ । ବଲାଙ୍ଗୀର ଗସ୍ତର ଦ୍ବିତୀୟ ଦିନରେ ରାଜେନ୍ଦ୍ର ବିଶ୍ଵବିଦ୍ୟାଳୟ ଯାଇ ସେଠାରେ ଛାତ୍ରଛାତ୍ରୀଙ୍କ ସହ ଆଲୋଚନା କରିଥିଲେ । ଏଥି ସହ ବିଶ୍ବବିଦ୍ୟାଳୟର ଉନ୍ନତିକରଣ ପାଇଁ ୪୬ କୋଟି ଟଙ୍କା ମଞ୍ଜୁର କରିଛନ୍ତି । ସେହିପରି ଜିଲ୍ଲାର ସମସ୍ତ କଲେଜ ୫ଟିରେ ସାମିଲ କରିବାକୁ ଘୋଷଣା କରିଛନ୍ତି ।

ବଲାଙ୍ଗୀର ଦୁଇ ଦିନିଆ ଗସ୍ତରେ 5ଟି ସଚିବ ଥିବାବେଳେ ପ୍ରଥମ ଦିନରେ ସେ ବଲାଙ୍ଗୀର ତୁଷୁରା, ଜରାସିଂହା, ଟିଟିଲାଗଡ, ଖପ୍ରାଖୋଲ ଓ ବେଲାପଡା ଗସ୍ତ କରିଥିଲେ । ସେଠାରେ ଲୋକଙ୍କ ବିଭିନ୍ନ ସମସ୍ୟାକୁ ନେଇ ଥିବା ଅଭିଯୋଗକୁ ଶୁଣିଥିଲେ । ସେହିପରି ଗସ୍ତର ଦ୍ବିତୀୟ ଦିନରେ ପାଣ୍ଡିଆନ ଗତକାଲି ବଲାଙ୍ଗୀର ରାଜେନ୍ଦ୍ର ବିଶ୍ଵବିଦ୍ୟାଳୟ ଗସ୍ତ କରିବା ସହ ଛାତ୍ରଛାତ୍ରୀଙ୍କ ସହିତ ଆଲୋଚନା କରି ସେମାନଙ୍କ ସମସ୍ୟା ବୁଝିଥିଲେ । ଏଥିସହ ସେମାନଙ୍କୁ ଆତ୍ମନିର୍ଭରଶୀଳ ହେବା ସହ ସଂକଳ୍ପ ବଦ୍ଧ ହେବା ଓ କଠିନ ପରିଶ୍ରମ କରିବା ନେଇ ଗୁରୁମନ୍ତ୍ର ଦେଇଥିଲେ ।

ତେବେ ଏହି ଅବସରରେ ସେ ଜିଲ୍ଲାର ସମସ୍ତ ଯୁକ୍ତ ଦୁଇ ଓ ଯୁକ୍ତ ତିନି କଲେଜକୁ ୫ଟିରେ ରାଜ୍ୟ ସରକାର ସାମିଲ କରିଥିବାର ଘୋଷଣା କରିଥିଲେ । ଏଣିକି ସବୁ କଲେଜରେ ସ୍ମାର୍ଟ କ୍ଲାସ ରୁମ୍, ଇ-ଲାଇବ୍ରେରୀ, ଆଧୁନିକ ଲ୍ୟାବ ସହ ଅନ୍ୟାନ୍ୟ ବ୍ୟବସ୍ଥା ଶୀଘ୍ର କରାଯିବ ବୋଲି ସେ କହିଥିଲେ । ସେହିପରି ସେ ରାଜେନ୍ଦ୍ର ବିଶ୍ଵବିଦ୍ୟାଳୟ ପାଇଁ 40 କୋଟି ଟଙ୍କା ଅନୁଦାନ ଘୋଷଣା କରିଛନ୍ତି । ଏହାଛଡା ବିଭିନ୍ନ କଲେଜରେ ଖାଲି ପଡ଼ିଥିବା ଅଧ୍ୟାପକ ପଦବୀ ମଧ୍ୟ ଶୀଘ୍ର ପୂରଣ ହେବ ବୋଲି ସେ ପ୍ରତିଶ୍ରୁତି ଦେଇଛନ୍ତି । ସେପଟେ ଛାତ୍ରଛାତ୍ରୀ ତାଙ୍କ ପ୍ରତିଶୃତି ଓ ତାଙ୍କଠୁ ମିଳିଥିବା ଗୁରୁମନ୍ତ୍ର ନିହାତି ଭାବରେ ଉପାଦେୟ ହେବ ବୋଲି କହିଛନ୍ତି ।

ପ୍ରକାଶ ଥାଉକି, ଗସ୍ତର ପ୍ରଥମ ଦିନରେ ୫ଟି ସଚିବ ପ୍ରଥମେ ଗୁଡଭେଲା ବ୍ଲକ ତୁଷୁରାକୁ ପ୍ରଥମେ ଯାଇଥିଲେ । ମା' ସମଲେଇଙ୍କ ପୀଠରେ ପୂଜାର୍ଚ୍ଚନା କରି ଏକ ସଭାରେ ଲୋକଙ୍କ ଅଭିଯୋଗ ଗ୍ରହଣ କରିଥିଲେ । ସେହିପରି ଲୋକଙ୍କ ଦାବିକୁ ନେଇ ସେ 7 ଦିନ ମଧ୍ୟରେ ପଦକ୍ଷେପ ନେବେ ବୋଲି ପ୍ରତିଶ୍ରୁତି ଦେଇଥିଲେ । ଏହାଛଡା ସେଠାରେ ଦୀର୍ଘ ଦିନରୁ ଦାବି ହୋଇ ଆସୁଥିବା ସମଲେଇ ପୀଠର ବିକାଶ ଶୀଘ୍ର ହେବ ଓ ପୀଠକୁ ଭବ୍ୟ ଓ ସୁନ୍ଦର କରାଯିବା ସହ ସବୁ ସୁବିଧା କରାଯିବ ବୋଲି ସେ କହିଥିଲେ । ଏଥିପାଇଁ ଜିଲ୍ଲା ପ୍ରଶାସନକୁ ଏକ ବିସ୍ତୃତ ପ୍ଲାନ୍ ତିଆରି କରି ପଠାଇବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି ।

ଏହା ମଧ୍ୟ ପଢନ୍ତୁ- 5T ସଚିବଙ୍କ ୨ ଦିନିଆ ବଲାଙ୍ଗୀର ଗସ୍ତ, ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର କଲେ ସମୀକ୍ଷା

ସେହିପରି ତୁଷୁରା ଡାକ୍ତରଖାନାରେ ଡାକ୍ତର ସମସ୍ୟା ଓ ତାର ବିକାଶ ପାଇଁ ମଧ୍ୟ ଶୀଘ୍ର ପଦକ୍ଷେପ ନିଆଯିବ ବୋଲି 5ଟି ସଚିବ କହିଥିଲେ । ସେଠାରେ ଥିବା ଚର୍ଚ୍ଚ, ମସଜିଦ ଓ କମ୍ୟୁନିଟି ସେଣ୍ଟର୍ ପାଇଁ ମଧ୍ୟ ସରକାର ଆସନ୍ତା 7 ଦିନ ମଧ୍ୟରେ ଅନୁଦାନ ଘୋଷଣା କରିବେ ବୋଲି ସେ କହିଥିଲେ । ଏହାଛଡ଼ା ଚାଷୀମାନଙ୍କ ପାଇଁ ସେ ଏକ ବଡ଼ ଘୋଷଣା କରିବା ସହ କୌଣସି ଚାଷୀଙ୍କୁ ଆଉ ଫସଲ ବୀମା ପାଇଁ ପ୍ରିମିୟମ ଟଙ୍କା ଦେବାକୁ ପଡ଼ିବ ନାହିଁ ବୋଲି ଘୋଷଣା କରିଥିଲେ ।

ଇଟିଭି ଭାରତ, ବଲାଙ୍ଗୀର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.