ETV Bharat / state

ବଲାଙ୍ଗୀରରୁ 5 ଜଣିଆ ଡକାୟତି ଗ୍ୟାଙ୍ଗ ଗିରଫ

author img

By

Published : Nov 30, 2019, 9:09 PM IST

ଡିକି ଭାଙ୍ଗି ଲୁଟ କରୁଥିବା ଏକ 5 ଜଣିଆ ଡକାୟତି ଗ୍ୟାଙ୍ଗକୁ ଗିରଫ କରିଛି ବଲାଙ୍ଗୀର ପୋଲିସ । ସେମାନଙ୍କ ନିକଟରୁ ଲୁଟରେ ବ୍ୟବହାର ହେଉଥିବା ସାମଗ୍ରୀ ସହ ନଗଦ 20 ଟଙ୍କା, 11ଟି ମୋବାଇଲ ଓ 2ଟି ବାଇକ ଜବତ ହୋଇଛି ।

5 docait gang arresed by bolangir police
ଫଟୋ ସୌଜନ୍ୟ: ସମ୍ବାଦଦାତା, ବଲାଙ୍ଗୀର

ବଲାଙ୍ଗୀର: ଜିଲ୍ଲା ପୋଲିସକୁ ବଡ ସଫଳତା । ପୋଲିସ ମୋଟର ସାଇକେଲ ଡିକି ଭାଙ୍ଗି ଲୁଟ କରୁଥିବା ଏକ 5 ଜଣିଆ ଗ୍ୟାଙ୍ଗକୁ ଗିରଫ କରିଛି । ଗିରଫ ଅଭିଯୁକ୍ତ ହେଲେ ଏମ ସାଲୁ ରେଡ୍ଡୀ, ଏ ଶିବା, ଏ ସନ୍ତୋଷ, ଡ଼ି ଗାନ୍ଧୀ ଏବଂ ଜଣେ ମହିଳା ସହକର୍ମୀ । ଏମାନେ ସମସ୍ତେ ଗଞ୍ଜାମ ଆସ୍କାର ହୋଇଥିବା ଜଣାପଡିଛି । ସେମାନଙ୍କ ନିକଟରୁ ଲୁଟରେ ବ୍ୟବହାର ହେଉଥିବା ସାମଗ୍ରୀ ସହ ନଗଦ 20 ଟଙ୍କା, 11ଟି ମୋବାଇଲ ଓ 2ଟି ବାଇକ ଜବତ ହୋଇଛି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ବଲାଙ୍ଗୀର

ସୂଚନାନୁସାରେ, ଦୀର୍ଘ ଦିନରୁ ଏହି ଗ୍ୟାଙ୍ଗ ବଲାଙ୍ଗୀରର ଏକ ଭଡା ଘରେ ରହୁଥିଲେ । ସକାଳ ହେଲେ ଲୁଟ କରିବାକୁ ସମସ୍ତେ ବାହାରି ପଡୁଥିଲେ । ବିଶେଷ କରି ଏମାନେ ଗ୍ରାମାଞ୍ଚଳ ଲୋକଙ୍କୁ ଟାର୍ଗେଟ କରୁଥିଲେ । ଏହା ସହିତ ବ୍ୟାଙ୍କରୁ ଟଙ୍କା ଉଠାଉଥିବା ଲୋକଙ୍କ ପିଛା କରିବା ସହ ତାଙ୍କ ଗାଡି ଡିକି ଭାଙ୍ଗି ଟଙ୍କା ସବୁ ଲୁଟୁଥିଲେ ।

ଏମାନଙ୍କ ନାଁରେ ଟିଟିଲାଗଡ଼ରେ ୩ ଟି ମାମଲା, ମୁରି ବହାଳରେ ଗୋଟିଏ, ସୈନ୍ତଳାରେ ଗୋଟିଏ ମାମଲା ରୁଜୁ ହୋଇଥିଲା । ପୋଲିସ ଘଟଣାର ତଦନ୍ତ ପରେ ଶନିବାର ଏହି ଗ୍ୟାଙ୍ଗକୁ ଧରିବାରେ ସଫଳ ହୋଇଥିଲା । ଗିରଫ ପରେ ସମସ୍ତଙ୍କୁ କୋର୍ଟ ଚାଲାଣ କରିଥିବାବେଳେ ପୁଣି ରିମାଣ୍ଡରେ ଆଣି ପଚରାଉଚରା କରିବ ବୋଲି ସୂଚନା ରହିଛି ।

ବଲାଙ୍ଗୀରୁ ଶେଖ ମହମ୍ମଦ ୱାହିଦ୍‌, ଇଟିଭି ଭାରତ

Intro:ବଲାଂଗୀର ପୋଲିସ୍କୁ ପୁଣି ଏକ ସଫଳତା ମିଳିଛି। ଯେଉଁଥିରେ ପୋଲିସ ମୋଟର ସାଇକଲ ଡିକି ଭାଙ୍ଗି ଲୂଟ କରୁଥିବା ଏକ ପାଂଚ ଜଣିଆ ଗେଙ୍ଗ କୁ ଧରିବାରେ ସଫଳ ହୋଇଛି। ତେବେ ପୋଲିସ ଏମାନଙ୍କ ଠାରୁ ଲୂଟରେ ବ୍ୟବହାର ହେଉଥିବା ସାମଗ୍ରୀ ସହ ନଗଦ ଟଙ୍କା ଓ 11ଟି ମୋବାଇଲ ଜବତ କରିଛି। ତେବେ ଜିଲ୍ଲାର ବିଭିନ୍ନ ସ୍ଥାନରେ ଆଣେ ଲୂଟ କରୁଥିବା ବେଳେ ପୋଲିସ ଏବେ ଲୂଟ ହୋଇଥିବା ଟଙ୍କା ର ଖୋଜ ବିନ ଜାରି ରଖିଛି।

Body:ବଲାଂଗୀର ପୋଲିସ୍କୁ ପୁଣି ଏକ ସଫଳତା ମିଳିଛି। ଯେଉଁଥିରେ ପୋଲିସ ମୋଟର ସାଇକଲ ଡିକି ଭାଙ୍ଗି ଲୂଟ କରୁଥିବା ଏକ ପାଂଚ ଜଣିଆ ଗେଙ୍ଗ କୁ ଧରିବାରେ ସଫଳ ହୋଇଛି। ଏହି ଗେଙ୍ଗ ଦୀର୍ଘ ଦିନରୁ ବଲାଙ୍ଗୀରରେ ଏକ ଭଡା ଘରେ ରହି ସକାଳୁ ନିଜ ଲୂଟ କାମ ପାଇଁ ବାହାରିଥିଲେ। ଯେଉଁଥିରେ ବିଶେଷ କରି ଏମାନେ ଗ୍ରାମାଞ୍ଚଳ ଲୋକଙ୍କୁ ତଥା ଅସଚେତନ ଲୋକଙ୍କୁ ତାରଗେଟ କରୁଥିଲେ । ଏବଂ ଏମାନେ ବିଭିନ୍ନ ବେଙ୍କରେ ନେକି କରି ଯିଏ ଟଙ୍କା ଉଠାଉ ଥିଲା ତାକୁ ପିଛା କରି ଖାଲି ପାଇଲେ ତାଙ୍କ ଡିକି ଭାଙ୍ଗି ଟଙ୍କା ସବୁ ନେଇ ଉଭାନ ହୋଇ ଯାଉଥିଲେ। ଏହିଭଳି ନିକଟରେ ଟିଟିଲାଗଡ଼ରେ ୩ ଟି ମାମଲା,ମୁରି ବହାଳରେ ଗୋଟିଏ, ସୈନ୍ତଳା ରେ ଗୋଟିଏ ମାମଲା ରୁଜୁ ହୋଇଥିଲା। ଜାହାପରେ ପୋଲସ ତଦନ୍ତ କରି ଏସବୁ ପଛରେ ଥିବା ଏହି ଗେଙ୍ଗ କୁ ଧରିବାରେ ସଫଳ ହୋଇଥିଲା। ତେବେ ଏହି ଗେଙ୍ଗରେ ଏମ ସାଲୁ ରେଡ୍ଡୀ,ଏ ଶିବା, ଏ ସନ୍ତୋଷ, ଡ଼ି ଗାନ୍ଧୀ ଓ ଜଣେ ମହିଳା ସହ କାର୍ମୀ କୁ ପୋଲିସ ଗିରଫ କରିଛି । ଗିରଫ ହୋଇଥିବା ସମସ୍ତ ଅଭିଯୁକ୍ତ ଆସ୍କା ଗଞ୍ଜାମର ହୋଇଥିବା ଜଣା ପଡ଼ିଛି। ସେହିପରି ଗିରଫ ଅଭିଯୁକ୍ତଙ୍କ ଠାରୁ ପୋଲିସ ଲୂଟରେ ବ୍ୟବହାର ହେଉଥିବା ସାମଗ୍ରୀ ସହ ନଗଦ 20 ହଜାର ଟଙ୍କା ଓ 11ଟି ମୋବାଇଲ ଓ ଦୁଇଟି ବାଇକ ଜବତ କରିଛି। ଏବଂ ଏମାନଙ୍କୁ ଆଜି କୋର୍ଟ ଚାଲାଣ କରି ଥିବା ବେଳେ ପୁଣି ରିମାଣ୍ଡ ରେ ଆଣି ପଚରା ଉଚରା କରିବ ବୋଲି କହିଛି।
ବାଇଟ ସନ୍ଦୀପ ମଦକର ଏସ ପି ବଲାଂଗୀର

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.