ETV Bharat / state

ବଲାଙ୍ଗୀରରେ ବ୍ୟାଙ୍କ ସାମନାରୁ 4 ଲକ୍ଷ ଝାମ୍ପି ନେଲେ ଲୁଟେରା

ବଲାଙ୍ଗୀର କଣ୍ଟାବାଞ୍ଜି ବ୍ୟବସାୟୀ କିଶୋର ଅଗ୍ରୱାଲଙ୍କ ମ୍ୟାନେଜର ସୁନିଲ ଶର୍ମା କଣ୍ଟାବାଞ୍ଜି ଭାରତୀୟ ଷ୍ଟେଟ ବ୍ୟାଙ୍କ ଶାଖାରୁ ଟଙ୍କା ଉଠାଇ ଘରକୁ ଫେରିବା ସମୟରେ ତାଙ୍କ ନିକଟରୁ ହୋଇଛ ଲୁଟ । ବ୍ୟାଗରେ ଥିଲା 4 ଲକ୍ଷ 85 ହଜାର ଟଙ୍କା ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ବଲାଙ୍ଗୀର
author img

By

Published : Jun 20, 2019, 7:44 PM IST

ବଲାଙ୍ଗୀର: ବ୍ୟାଙ୍କ ସମ୍ମୁଖରୁ ଝାମ୍ପି ନେଲେ 4 ଲକ୍ଷ 85 ହଜାର ଟଙ୍କା । ବଲାଙ୍ଗୀର କଣ୍ଟାବାଞ୍ଜି ବ୍ୟବସାୟୀ କିଶୋର ଅଗ୍ରୱାଲଙ୍କ ମ୍ୟାନେଜର ସୁନିଲ ଶର୍ମା କଣ୍ଟାବାଞ୍ଜି ଭାରତୀୟ ଷ୍ଟେଟ ବ୍ୟାଙ୍କ ଶାଖାରୁ ଟଙ୍କା ଉଠାଇ ଘରକୁ ଫେରୁଥିବା ବେଳେ ଆଖି ପିଛୁଳାକେ ଟଙ୍କା ବ୍ୟାଗଟି ଝାମ୍ପି ନେଲେ ଲୁଟେରା ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ବଲାଙ୍ଗୀର

ସୂଚନା ଅନୁସାରେ ସୁନିଲ ଶର୍ମା ବ୍ୟାଙ୍କରୁ ଟଙ୍କା ଉଠାଇ ଏକ ସ୍କୁଟି ଯୋଗେ କିଶୋରଙ୍କ ଘରକୁ ଫେରୁଥିଲେ । ଏହି ସମୟରେ କିଶୋର ଅଗ୍ରୱାଲଙ୍କ ଘର ଠାରୁ କିଛି ଦୂରରେ ଏକ ପଲସର ବାଇକରେ 2ଜଣ ଦୁର୍ବୃତ୍ତ ଆସି ସ୍କୁଟିରୁ ଟଙ୍କା ବ୍ୟାଗ ଝାମ୍ପି ନେଇ ଆଖି ପିଛୁଳାକେ ଫେରାର ହୋଇଗଲେ । ଏନେଇ କଣ୍ଟାବାଞ୍ଜି ଥାନାରେ ବ୍ୟବସାୟୀ କିଶୋର ଅଗ୍ରୱାଲ ଅଭିଯୋଗ କରିବାପରେ ପୋଲିସ ତଦନ୍ତ ଆରମ୍ଭ କରିଛି । ଏହାସହ ଏଥିରେ ସଂପୃକ୍ତ ଥିବା ଅଭିଯୁକ୍ତଙ୍କୁ ଖୋଜୁଛି ପୋଲିସ ।

ବଲାଙ୍ଗୀରରୁ ଶେଖ୍ ମହମ୍ମଦ ୱାହିଦ୍ଦ, ଇଟିଭି ଭାରତ

sample description
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.