ETV Bharat / state

ନୂଆ ଧାନର ସଫଳ ପରୀକ୍ଷଣ, କମ ଖର୍ଚ୍ଚରେ ଅଧିକ ଅମଳ

author img

By ETV Bharat Odisha Team

Published : Nov 12, 2023, 8:29 PM IST

ଚାଷୀଙ୍କୁ ମିଳିବ ଉନ୍ନତ କିସମର ଧାନ ବିହନ । ଏହି ଉନ୍ନତ କିସମର ଧାନରେ ରହିବ ଭିଟାମିନ,ମିନେରାଲ ଓ ପ୍ରୋଟିନ । ଯେକୌଣସି ପ୍ରତିକୂଳ ସ୍ଥିତିରେ ବି ଏହି ଚାଷ ହୋଇପାରିବ । ମଧୁମେହ ରୋଗୀମାନଙ୍କ ପାଇଁ ବି ଲାଭ ଦାୟକ ହେବ ଚାଉଳ । ସଫଳ ପରୀକ୍ଷଣ ପରେ ଏନେଇ କୃଷି ଅଧିକାରୀଙ୍କ ପକ୍ଷରୁ ସୂଚନା ଦିଆଯାଇଛି । ଦେଖନ୍ତୁ ସ୍ପେଶାଲ ରିପୋର୍ଟ

26 new varieties of paddy
26 new varieties of paddy
ନୂଆ ଧାନର ସଫଳ ପରୀକ୍ଷଣ, କମ ଖର୍ଚ୍ଚରେ ଅଧିକ ଅମଳ

ବଲାଙ୍ଗୀର: ପଶ୍ଚିମ ଓଡିଶା ଚାଷୀ ଭାଇଙ୍କ ପାଇଁ ଖୁସି ଖବର । କମ ଖର୍ଚ୍ଚରେ ଅଧିକ ଅମଳ ପାଇବେ ଧାନ ଚାଷୀ । ପାଗ ପରିବର୍ତ୍ତନ ହେଲେ ବି ଚାଷରେ ପଡିବନି ଫରକ । ଚାଉଳରୁ ମିଳିବ ଭିଟାମିନ,ମିନେରାଲ ଓ ପ୍ରୋଟିନ । ମଧୁମେହ ରୋଗୀମାନଙ୍କ ପାଇଁ ବି ଲାଭ ଦାୟକ ହେବ ଚାଉଳ । ବଲାଙ୍ଗୀରରେ ଏଭଳି 26 ପ୍ରକାର ନୂଆ ଉନ୍ନତ ମାନର ଧାନ ଚାଷର ପରୀକ୍ଷଣ ସଫଳ ହୋଇଛି ।

ଏହାମଧ୍ୟ ପଢନ୍ତୁ..ଧାନ ଫସଲରେ ମାଡୁଛି ଚକଡ଼ା ପୋକ, ମୁଣ୍ଡରେ ହାତ ଦେଲେଣି ଚାଷୀ

ସେହିପରି ପାରମ୍ପରିକ ଧାନ ଯାହା କମ ଦାମ ସହ ସବୁ ଦିନ ଲୋକେ ଖାଇ ପାରିବେ ସେଭଳି ଧାନ କିସମର ମଧ୍ୟ ପରିକ୍ଷଣ ହୋଇଛି । ଏହି ବିହନଗୁଡିକ ହେଲା କଟକ ଏନ ଆରଆରଆଇ ଦ୍ୱାରା ପ୍ରସ୍ତୁତ ସିଆର 310, ସିଆର 315, ପ୍ରୋଟିନ ଯୁକ୍ତ ଡି ଆର ଆର 48 ଧାନ, କମ ଜିଆଇ ଥିବା ଧାନ । କୃଷି ବିଭାଗର ଅଧିକାରୀ, କୃଷି ବିଜ୍ଞାନ କେନ୍ଦ୍ରର ବୈଜ୍ଞାନିକ ଗବେଷକ ଓ ଅନ୍ତର୍ଜାତୀୟ ଧାନ ଗବେଷଣା କେନ୍ଦ୍ରର ଅଧିକାରୀ ମାନେ ଏହାର ପୁଙ୍ଖାନୁପୁଙ୍ଖ ଯାଞ୍ଚ କରିଛନ୍ତି । ଏହାର ସଫଳତା ନେଇ ସୂଚନା ଦେଇଛନ୍ତି ।

ତେବେ ଅନ୍ତର୍ଜାତୀୟ ଧାନ ଗବେଷଣା କେନ୍ଦ୍ର, ରାଜ୍ୟ କୃଷି ଓ କୃଷି ସଶକ୍ତି ବିଭାଗ ଓ ବଲାଙ୍ଗୀର କୃଷି ବିଜ୍ଞାନ କେନ୍ଦ୍ର ମିଳିତ ପ୍ରଚେଷ୍ଟାରେ ଏହି ପରିକ୍ଷଣ କରାଯାଇଥିଲା । ବଲାଙ୍ଗୀର ଜିଲ୍ଲାର ଲର୍କୀ ପାଳି ଗ୍ରାମରେ ଏହି 26ଟି ଉନ୍ନତ କିସମର ଧାନର ଚାଷ ପରୀକ୍ଷାମୂଳକ ଭାବେ କରାଯାଇଥିବା ବେଳେ ଚାଷ ସଫଳ ହୋଇଥିବାରୁ ନେଇ କୃଷି ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଏହି ଉନ୍ନତ କିସମର ଧାନ ବିହନ ଚାଷୀଙ୍କୁ ବେଶ ଲାଭ ଦେବ ବୋଲି କୃଷି ଅଧିକାରୀ ପକ୍ଷରୁ ସୂଚନା ଦିଆଯାଇଛି ।

ଏହାମଧ୍ୟ ପଢନ୍ତୁ..ଧାନ କେଣ୍ଡାରୁ ବାହାରୁଛି ଅଗାଡି, ଚକଡା ସାଙ୍ଗକୁ ମରୁଡି ସମସ୍ୟା ନେଇ ଚିନ୍ତାରେ ଚାଷୀ

ପଶ୍ଚିମ ଓଡିଶାର ବଲାଙ୍ଗୀର ସମେତ କିଛି ଜିଲ୍ଲାରେ ବର୍ଷ ତମାମ ପାଗରେ ପରିବର୍ତ୍ତନ ପରିଲକ୍ଷିତ ହୋଇଥାଏ । କେତେ ବେଳେ ଅଧିକ ବର୍ଷା ତା କେତେ ବେଳେ ବର୍ଷା ଅଭାବ ଯୋଗୁଁ ଏଠିକାର ଚାଷୀ ବହୁ କ୍ଷତି ସହିଥାନ୍ତି । ଏଠିକାର ଚାଷୀ ମୁଖ୍ୟତଃ ଧାନ ଚାଷ ଉପରେ ବେଶୀ ନିର୍ଭରଶୀଳ ହୋଇଥିବା ବେଳେ ପ୍ରତିକୂଳ ପାଗ ଚାଷରେ ସମସ୍ୟା ସଷ୍ଟି କରିଥାଏ । ଏଭଳି ସ୍ଥଳେ ଉନ୍ନତ କିସମର ବିହନ ଏହି ଚାଷୀଙ୍କ ପାଇଁ ଲାଭଦାୟକ ହେବ ବୋଲି ଆଶା ରହିଛି । ଅନ୍ୟପଟେ ରାଜ୍ୟ ବିହନ କର୍ପୋରେସନ କିଭଳି ଏହି ସବୁ ଧାନ ବିହନକୁ ସୁଲଭ ମୂଲ୍ୟରେ ଚାଷୀଙ୍କୁ ଯୋଗାଇ ଦେବ ସେନେଇ ପଦକ୍ଷେପ ନିଆଯିବ ବୋଲି କୃଷି ଅଧିକାରୀ କହିଛନ୍ତି ।

ଓଡିଶାର ଚାଷୀ ମୁଖ୍ୟତଃ ଧାନ ଚାଷକୁ ଅଧିକ ପ୍ରାଧାନ୍ୟ ଦେଇଥାନ୍ତି । ହେଲେ ବର୍ତ୍ତମାନର ପାଣିପାଗ ପାଇଁ ଧାନ ଚାଷୀଙ୍କୁ ଅଧିକ କ୍ଷତି ସହିବାକୁ ପଡୁଛି । ଏଭଳି ସ୍ଥିତିରେ ଯଦି ଚାଷୀ ଭାଇମାନଙ୍କୁ ଉନ୍ନତ କିସମର ଧାନ ବିହନ ମିଳେ ତେବେ ଚାଷ କାର୍ଯ୍ୟ ବେଶ ଲାଭଦାୟକ ହୋଇପାରିବ ।

ଇଟିଭି ଭାରତ, ବଲାଙ୍ଗୀର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.