ବଲାଙ୍ଗୀର: ଜିଲ୍ଲାରେ ପୁଣି 2 ଜଣ କୋରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏଥିସହ ଜିଲ୍ଲାରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା 82 ଛୁଇଁଛି ।
ଚିହ୍ନଟ ଆକ୍ରାନ୍ତ 2 ଜଣ ନିକଟରେ ମୁମ୍ବାଇରୁ ବଲାଙ୍ଗୀର ଫେରିଥିବା ବେଳେ ଏଠାକାର ସଙ୍ଗରୋଧ କେନ୍ଦ୍ରରେ ରହୁଥିଲେ । ସୋମବାର ଉଭୟ କୋରୋନା ପଜିଟିଭ ଥିବା ଜଣାପଡିବା ପରେ ସେମାନଙ୍କୁ ବଲାଙ୍ଗୀର କିମ୍ସ କୋଭିଡ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।
ବର୍ତ୍ତମାନ ସୁଦ୍ଧା ଜିଲ୍ଲାରେ 6 ଜଣ ସୁସ୍ଥ ହୋଇଥିବା ବେଳେ 76ଟି ମାମଲା ଏବେ ବି ସକ୍ରିୟ ରହିଛି ।
ବଲାଙ୍ଗୀରରୁ ଶେଖ ମହମ୍ମଦ ୱାହିଦ, ଇଟିଭି ଭାରତ