ବଲାଙ୍ଗୀର: ଜିଲ୍ଲାରେ ସୁସ୍ଥ ହେଲେ ଦୁଇ କରୋନା ଆକ୍ରାନ୍ତ । ଗତ ଏକ ତାରିଖରେ ବଲାଙ୍ଗୀରର ଋଷୁଡା ପଞ୍ଚାୟତର ଲିଖିରୀୟା ଗ୍ରାମର ଦୁଇ ଜଣ ତାମିଲନାଡୁ ଫେରନ୍ତା ଯୁବକ କୋରୋନା ଆକ୍ରାନ୍ତ ଥିବା ଜଣା ପଡିଥିଲା । ଯାହାପରେ ଦୁଇ ଯୁବକଙ୍କୁ ଭୁବନେଶ୍ବର କିସ୍ସ କୋଭିଡ ଡାକ୍ତର ଖାନାକୁ ଚିକିତ୍ସା ପାଇଁ ପଠାଇ ଦିଆ ଯାଇଥିଲା। ତେବେ ଏହି ଦୁଇ ଜଣ ଯୁବକ ଏବେ ସୁସ୍ଥ ହୋଇଥିବାର ସରକାର କହିଛନ୍ତି।
ବଲାଙ୍ଗିରରେ ବର୍ତ୍ତମାନ ଚାରି ଜଣ କରୋନା ଆକ୍ରାନ୍ତ ଥିବାର ସ୍ପଷ୍ଟ ହୋଇଛି। ଜିଲ୍ଲାର ତୁଷୁରା, ଦେଓଗାଁ ଓ ଋଷୁଡ଼ା ପଞ୍ଚାୟତକୁ କଣ୍ଟେନମେଣ୍ଟ ଜୋନ ଘୋଷଣା କରାଯାଇ ଏସବୁ ଅଞ୍ଚଳକୁ ସଟଡାଉନ କରାଯାଇଥିଲା । ତେବେ ଏଠିକାର ସବୁ ସ୍ବାବ ରିପୋର୍ଟ ନେଗେଟିଭ ଆସିଥିବା ବେଳେ ଏହି ଅଞ୍ଚଳରୁ କଣ୍ଟେନମେଣ୍ଟ ମଧ୍ୟ ଉଠାଇଇ ଦିଆଯାଇଛି।
ବଲାଙ୍ଗୀରରୁ ଏସକେ ମହମ୍ମଦ ୱାହିଦ, ଇଟିଭି ଭାରତ