ETV Bharat / state

ଛତର ଯାତ୍ରାରେ 2 ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ, ଗାଁରେ 144 ଧାରା

ବଲାଙ୍ଗୀର ଛତର ଯାତ୍ରାରେ ଦୁଇ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ପରେ ଉତ୍ତେଜନା ଜାରି ରହିଛି । ସୁରକ୍ଷାକୁ ଦୃଷ୍ଟିରେ ରଖି 144 ଧାରା ଜାରି ହୋଇଛି । ଅଧିକ ପଢନ୍ତୁ

Group clash during chhatara yatra
ଛତର ଯାତ୍ରାରେ 2 ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ
author img

By ETV Bharat Odisha Team

Published : Oct 27, 2023, 2:09 PM IST

ଛତର ଯାତ୍ରାରେ 2 ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ

ବଲାଙ୍ଗୀର: ଛତର ଯାତ୍ରାରେ ଦୁଇ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ଘଟଣାରେ ଉତ୍ତେଜନା ଜାରି । ଗାଁରେ 144 ଧାରା ଲାଗୁ ହୋଇଛି । ଉଭୟ ଗୋଷ୍ଠୀର 5 ଜଣଙ୍କୁ ଗିରଫ କରାଯାଇଛି । ବଲାଙ୍ଗୀର ବଙ୍ଗୋମୁଣ୍ଡାରେ ଛତର ଯାତ୍ରା ବେଳେ ଦୁଇ ଗୋଷ୍ଠୀ ମଧ୍ୟରେ ଉପୁଜି ଥିବା ଗଣ୍ଡଗୋଳ ଉଗ୍ର ରୂପ ନେଇଥିଲା । ସେପଟେ ଗାଁରେ ତୀବ୍ର ଉତ୍ତେଜନା ଲାଗି ରହି ଥିବାରୁ 144 ଧାରା ଲାଗୁ ହୋଇଛି ।

ବଲାଙ୍ଗୀର ଜିଲ୍ଲା ବଙ୍ଗୋମୁଣ୍ଡାରେ ଗତ 24 ତାରିଖ ଛତର ଯାତ୍ରା ଅନୁଷ୍ଠିତ ହୋଇଥିଲା । ତେବେ ଏହି ଯାତ୍ରା ଚାଲିଥିବା ବେଳେ ଦୁଇ ସମ୍ପ୍ରଦାୟର ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ହୋଇଥିଲା। ଉଭୟ ଗୋଷ୍ଠୀର ଆକ୍ରମଣରେ ଅନେକ ଆହତ ହୋଇଥିବା ବେଳେ 5 ଜଣ ଗୁରୁତର ଆହତ ହୋଇଥିଲେ । ସେପଟେ ଏହାକୁ ନେଇ ଲୋକେ ସ୍ଥାନୀୟ ପୋଲିସ୍ ଥାନା ଘେରାଉ କରି ଧାରଣା ଦେଇଥିଲେ । ତେବେ ଏହି ଗଣ୍ଡଗୋଳ ଧୀରେଧୀରେ ଉଗ୍ର ରୂପ ନେଇଥିବା ବେଳେ ଦୁଇ ଗୋଷ୍ଠୀ ମଧ୍ୟରେ ପୁଣି ଗଣ୍ଡଗୋଳ ହୋଇ ପରିସ୍ଥିତି ଅସମ୍ଭାଳ ହୋଇଥିଲା । ଏହାକୁ ନେଇ ବଙ୍ଗୋମୁଣ୍ଡା ତୀବ୍ର ଉତ୍ତେଜନା ପ୍ରକାଶ ପାଇଥିଲା । ପୋଲିସ୍ ବ୍ୟାପକ ପଦକ୍ଷେପ ନେବା ସହ ସଂପୃକ୍ତ ଗାଁ ରେ 144 ଧାରା ଲାଗୁ ହୋଇଛି । ପୋଲିସର ଫ୍ଲାଗ ମାର୍ଚ୍ଚ ପରେ ବ୍ୟାପକ ଫୋର୍ସ ମୁତୟନ ହୋଇଛନ୍ତି । ଉଭୟ ଗୋଷ୍ଠୀର ପାଞ୍ଚ ଜଣ ଲେଖାଏଁ ଗିରଫ ହୋଇଛନ୍ତି । ପରିସ୍ଥିତି ନିୟନ୍ତ୍ରଣାଧିନ ଥିବା ପୋଲିସ ପକ୍ଷରୁ ସୂଚନା ମିଳିଛି ।

ଏହା ବି ପଢନ୍ତୁ...ମା' ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା ସମ୍ପନ୍ନ, ପଶୁ ବଳିରେ ରକ୍ତରଞ୍ଜିତ ହେଲା ରାସ୍ତା

ସମାନ ଭାବରେ ଏହି ଘଟଣାରେ ଉଭୟ ଗୋଷ୍ଠୀର ପାଞ୍ଚ ଜଣଙ୍କୁ ପୋଲିସ୍ ଗିରଫ କରିଛି । କଣ୍ଟାବଞ୍ଜି ଏସଡିପିଓ ଗୌରଙ୍ଗ ସାହୁ କହିଛନ୍ତି, ''ସମ୍ପୃକ୍ତ ଗଣ୍ଡଗୋଳକୁ ନେଇ ପୋଲିସ୍ ପକ୍ଷରୁ ବ୍ୟାପକ ପଦକ୍ଷେପ ନିଆଯାଇଛି । ପ୍ରଶାସନ ପକ୍ଷରୁ 144 ଧାରା ଲାଗୁ ହୋଇଥିବା ବେଳେ ସବୁଠି ପୋଲିସ୍ ଫୋର୍ସ ମୁତୟନ କରାଯାଇଛି । ସମାନ ଭାବରେ ପୋଲିସର ଫ୍ଲାଗ ମାର୍ଚ୍ଚ ହୋଇଥିବା ବେଳେ ଏବେ ପରିସ୍ଥିତି ନିୟନ୍ତ୍ରଣାଧୀନ ରହିଛି ।'' ଗାଁରେ ପୋଲିସ ପଇଁତରା ମାରୁଥିବା ଦେଖିବାକୁ ମିଳିଛି । ଗାଁ ପୋଲିସ ଛାଉଁଣିରେ ପରିଣତ ହୋଇଛି ।

ଏହା ବି ପଢନ୍ତୁ...ବଲାଙ୍ଗୀରରେ ପ୍ରସିଦ୍ଧ ଲାଖ ବିନ୍ଧା ପର୍ବ ଅନୁଷ୍ଠିତ, ଲକ୍ଷ୍ୟ ଭେଦ କଲେ କନକ ବର୍ଦ୍ଧନ ସିଂହଦେଓ

ଇଟିଭି ଭାରତ, ବଲାଙ୍ଗୀର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.