ETV Bharat / state

ପ୍ରବାସୀ ଶ୍ରମିକଙ୍କ ଘର ବାହୁଡା, ସନ୍ଧ୍ୟାରେ ପୁଣି ଆସିବେ ପ୍ରବାସୀ - labour from balangir

ତାମିଲନାଡୁର ତିରପୁର ଜିଲ୍ଲାରୁ ବୁଧବାର ବାହାରି ଗୁରୁବାର ବଲାଙ୍ଗୀରରେ ପହଞ୍ଚିଛି । ଏହି ଟ୍ରେନରେ ଓଡ଼ିଶାର ବିଭିନ୍ନ ପ୍ରାନ୍ତର 12 ଶହ ପ୍ରବାସୀ ଓଡ଼ିଆ ଶ୍ରମିକ ଓଡିଶା ପହଞ୍ଚିଛନ୍ତି। ଅଧିକ ପଢନ୍ତୁ...

ପ୍ରବାସୀ ଶ୍ରମିକଙ୍କ ଘର ବାହୁଡା, ସନ୍ଧ୍ୟାରେ ପୁଣି ଆସିବେ ପ୍ରବାସୀ

author img

By

Published : May 14, 2020, 5:17 PM IST

ବଲାଙ୍ଗୀର: ଜାରି ରହିଛି ପ୍ରବାସୀ ଶ୍ରମିକଙ୍କ ଘର ବାହୁଡା । ଗୁରୁବାର ଏକ ସ୍ବତନ୍ତ୍ର ଟ୍ରେନ ପ୍ରବାସୀ ଶ୍ରମିକଙ୍କୁ ନେଇ ବଲାଙ୍ଗୀରରେ ପହଞ୍ଚିଛି । ଏହି ଟ୍ରେନଟି ତାମିଲନାଡୁର ତିରପୁର ଜିଲ୍ଲାରୁ ବୁଧବାର ବାହାରି ଗୁରୁବାର ବଲାଙ୍ଗୀରରେ ପହଞ୍ଚିଛି । ଏହି ଟ୍ରେନରେ ଓଡ଼ିଶାର ବିଭିନ୍ନ ପ୍ରାନ୍ତର 12 ଶହ ପ୍ରବାସୀ ଓଡ଼ିଆ ଶ୍ରମିକ ଓଡିଶା ପହଞ୍ଚିଛନ୍ତି। ଏ ମଧ୍ୟରୁ 210 ଜଣ ବଲାଙ୍ଗୀର ଜିଲ୍ଲାର ହୋଇଥିବା ବେଳେ ଅନ୍ୟମାନେ ବରଗଡ଼, ବୌଦ୍ଧ, ଝାରସୁଗୁଡା, ସୁନ୍ଦରଗଡ଼, ଦେବଗଡ଼, କନ୍ଧମାଳ ଓ ନୂଆପଡା ଜିଲ୍ଲାର ଶ୍ରମିକ ଅଟନ୍ତି।

ପ୍ରବାସୀ ଶ୍ରମିକଙ୍କ ଘର ବାହୁଡା, ସନ୍ଧ୍ୟାରେ ପୁଣି ଆସିବେ ପ୍ରବାସୀ

ଏମାନେ ସମସ୍ତେ ବଲାଙ୍ଗୀରରେ ଓହ୍ଲାଇ ଥିବାବେଳେ ସମସ୍ତଙ୍କୁ ସ୍ବାଗତ କରାଯିବା ସହ ତାଙ୍କୁ ଖାଇବା ପିଇବା ଦିଆଯାଇ ଡାକ୍ତରୀ ମାଇନା ପରେ ବସ ଯୋଗେ ନିଜ ନିଜ ଜିଲ୍ଲାକୁ ପଠାଇ ଦିଆ ଯାଇଛି। ଏମାନଙ୍କ ଆଗମନ ଓ କୋରୋନା ନବ୍ୟାପିବା ତଥା ସୁରୁଖୁରୁରେ ସବୁ କାମ ସମାପ୍ତ କରିବା ପାଇଁ ବଲାଙ୍ଗୀରର କିଛି ଅଞ୍ଚଳରେ କର୍ଫ୍ୟୁ ଜାରି କାରାଯାଇଛି। ଯାହା ରାତି 9ଟା ପର୍ଯ୍ୟନ୍ତ ବଳବତ୍ତର ରହିବ।

ଗୁରୁବାର ସନ୍ଧ୍ୟାରେ ଆନ୍ଧ୍ର ପ୍ରଦେଶ ଗୁଣ୍ଟୁର ଜିଲ୍ଲାରୁ ପୁଣି ଏକ ସ୍ବତନ୍ତ୍ର ଟ୍ରେନ ଶ୍ରମିକଙ୍କୁ ନେଇ ବଲାଙ୍ଗୀର ଆସିବା ସହ ଜାହାଜ ପାଇଁ ଜିଲ୍ଲା ପ୍ରଶାସନ ସବୁ ପ୍ରସ୍ତୁତି କରିଥିବାର ଜଣା ପଡ଼ିଛି।

ବଲାଙ୍ଗୀରରୁ ଶେଖ୍ ମହମ୍ମଦ ୱାହିଦ୍, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.