ETV Bharat / state

ପର୍ଶୁରାମ ମୂର୍ତ୍ତି ହଟାଇବା ବିବାଦ, 12 ଘଣ୍ଟିଆ ବେଲାପଡା ବନ୍ଦ କଳା ପର୍ଶୁରାମ ସେନା

author img

By

Published : Jul 22, 2023, 11:00 PM IST

ବଲାଙ୍ଗୀର ଥମୁନି ପାଟଣାଗଡ଼ ପର୍ଶୁରାମ ମୂର୍ତ୍ତି ହଟାଇବା ବିବାଦ । ଆଜି ବାର ଘଣ୍ଟିଆ ବେଲାପଡା ବନ୍ଦ କଳା ପର୍ଶୁରାମ ସେନା । ଅଧିକ ପଢ଼ନ୍ତୁ

ବଲାଙ୍ଗୀର ଥମୁନି ପାଟଣାଗଡ଼ ପର୍ଶୁରାମ ମୂର୍ତ୍ତି ହଟାଇବା ବିବାଦ

ବଲାଙ୍ଗୀର: ପାଟଣାଗଡ଼ ଥମୁନି ପର୍ଶୁରାମ ମୂର୍ତ୍ତି ହଟାଇବା ବିବାଦ । ଆଜି ପର୍ଶୁରାମ ସେନା ଦ୍ଵାରା ବେଳାପଡ଼ା 12 ଘଣ୍ଟିଆ ବନ୍ଦ କରାଯାଇଥିଲା । ବିଜୁ ପଟ୍ଟନାୟକ ମୂର୍ତ୍ତି ହଟାଇ ପୁଣି ଭଗବାନ ପର୍ଶୁରାମ ମୂର୍ତ୍ତି ସ୍ଥାପିତ ନକଲେ ଆଗକୁ ପରିଣାମ ଭୟାବହ ହେବ ବୋଲି ପ୍ରଶାସନକୁ ଚେତାବନୀ ଦେଲା ପର୍ଶୁରାମ ସେନା । ବଲାଙ୍ଗୀର ଜିଲ୍ଲା ପାଟଣାଗଡ ବ୍ଲକ ନିକଟ ପର୍ଶୁରାମ ଛକରେ ରହି ଆସିଥିବା ଭଗବାନ ପର୍ଶୁରାମଙ୍କ ମୂର୍ତ୍ତିକୁ ହଟାଇ ପ୍ରବାଦ ପୁରୁଷ ବିଜୁବାବୁଙ୍କ ପ୍ରତିମୂର୍ତ୍ତି ଲଗାଇବା ପରେ ବିବାଦୀୟ ପରିସ୍ଥିତି ଉପୁଜିଛି । ଯାହାଫଳରେ ସମଗ୍ର ହିନ୍ଦୁ ସମାଜ ପାଟଣାଗଡ ବିଧାୟକ ସରୋଜ ମେହେରଙ୍କୁ ଏଥିପାଇଁ ଦାୟୀ କରି ଆନ୍ଦୋଳନକୁ ଓହ୍ଲାଇଛନ୍ତି ।

ଏହି ଘଟଣାରେ ଆଜି ପାଟଣାଗଡ ଉପଖଣ୍ଡ ବେଲପଡା ବ୍ଲକକୁ 12 ଘଣ୍ଟିଆ ବନ୍ଦ ଡାକରା ଦେଇଥିଲେ ପର୍ଶୁରାମ ସେନା । ଆଜି ସକାଳ 6 ଟା ରୁ ଏହି ସେନାର କର୍ମକର୍ତ୍ତାମାନେ ପ୍ରିକେଟିଂ କରିବା ସହ ଦୋକାନ ବଜାର ସରକାରୀ ବେସରକାରୀ ସଂଗଠନ ସବୁ ବନ୍ଦ କରିଥିଲେ । ତେବେ ଏଥିରେ ବେଲପଡାର ସମସ୍ତ ଦୋକାନ ବଜାର ଆନ୍ଦୋଳନକୁ ସମର୍ଥନ ଜଣାଇ ବନ୍ ରେ ସାମିଲ ହୋଇଛନ୍ତି । ସେହିପରି ସମସ୍ତ ସରକାରୀ ବେସରକାରୀ ସ୍କୁଲ କଲେଜ, କାର୍ଯ୍ଯାଳୟ ବନ୍ଦ ରହିଛି । ତେବେ ଏଥିରେ ଗାଡି ଚଳାଚଳ ସ୍ବାଭାବିକ ରହିଛି ।

ପର୍ଶୁରାମ ସେନାର ସଦସ୍ୟ ଅଶୋକ ମେହେର କହିଛନ୍ତି, ‘‘ପାଟଣାଗଡ଼ ବ୍ଲକ ଛକରେ ଭଗବାନ ପର୍ଶୁରାମଙ୍କ ମୂର୍ତ୍ତି ସ୍ଥାପିତ ହୋଇଥିଲା । ଲୋକେ ନୀତି ଦିନ ପୂଜା ଅର୍ଚ୍ଚନା କରିବା ସହ ସେ ଛକକୁ ପର୍ଶୁରାମ ଛକ ଭାବରେ ଜାଣିଥିଲେ । ହେଲେ ସ୍ଥାନୀୟ ବିଧାୟକ ସରୋଜ ମେହେର ନିଜେ ଏହାକୁ ଉଚ୍ଛେଦ କରି ସେଠି ବିଜୁ ପଟ୍ଟନାୟକଙ୍କ ମୂର୍ତ୍ତି ସ୍ଥାପିତ କରିଛନ୍ତି । ଯାହା ସମଗ୍ର ହିନ୍ଦୁ ସମାଜକୁ କୁଠାରଘାତ୍ କରିଛି । ଶୀଘ୍ର ସେଠି ପୁଣି ପର୍ଶୁରାମ ମୂର୍ତ୍ତି ସ୍ଥାପନ କରା ନଗଲେ ଆଗକୁ ଏହାର ପରିଣାମ ଭୟାବହ ହେବ । ହିନ୍ଦୁ ହୋଇ ହିନ୍ଦୁ ଦେବାଦେବୀଙ୍କୁ ଅସମ୍ମାନ କରିବା ଏକ ଅଶୋଭନୀୟ କାର୍ଯ୍ୟ ।’’

ତେବେ ପୂର୍ବରୁ ଏହି ବିବାଦକୁ ନେଇ ପାଟଣାଗଡ଼ 12 ଘଣ୍ଟିଆ ବନ୍ଦ ଡାକରା ଦେଇ ଆନ୍ଦୋଳନ କରିଛନ୍ତି ପାଟଣାଗଡ଼ର ବିଭିନ୍ନ ହିନ୍ଦୁ ସଂଗଠନ । ସେହିପରି ଆଜି ଏହା ବେଲପଡ଼ାକୁ ବ୍ୟାପିଥିବା ବେଳେ ସେଠି ମଧ୍ୟ ତୀବ୍ର ପ୍ରତିକ୍ରିୟା ଦେଖିବାକୁ ମିଳିଛି ।

ଇଟିଭି ଭାରତ, ବଲାଙ୍ଗୀର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.