ETV Bharat / state

ପୁଣି ତେଜିଲା ଜିଲ୍ଲା ମାନ୍ୟତା ଦାବି, ୧୨ ଘଣ୍ଟିଆ କଣ୍ଟାବାଞ୍ଜି ବନ୍ଦ

author img

By

Published : Mar 25, 2023, 4:14 PM IST

ଜିଲ୍ଲା ମାନ୍ୟତା ଦାବିରେ ୧୨ ଘଣ୍ଟିଆ କଣ୍ଟାବାଞ୍ଜି ବନ୍ଦ ଡାକରା । କଣ୍ଟାବାଞ୍ଜି ଜିଲ୍ଲା ସଂଘର୍ଷ ସମିତି ପକ୍ଷରୁ ଦିଆଯାଇଥିବା ବନ୍ଦ ଡାକରାରେ ସବୁ ଦଳ ସାମିଲ । ଅଧିକ ପଢ଼ନ୍ତୁ

12 hours bandh in kantabanji
ଜିଲ୍ଲା ମାନ୍ୟତା ଦାବିରେ କଣ୍ଟାବାଞ୍ଜି ବନ୍ଦ
ଜିଲ୍ଲା ମାନ୍ୟତା ଦାବିରେ କଣ୍ଟାବାଞ୍ଜି ବନ୍ଦ

ବଲାଙ୍ଗୀର: ପୁଣି ଜୋର ଧରିଛି ଜିଲ୍ଲା ଦାବି । ଦୀର୍ଘ ଦିନରୁ କଣ୍ଟାବାଞ୍ଜିକୁ ଜିଲ୍ଲା ଦାବି ନେଇ ଆନ୍ଦୋଳନ କରୁଛନ୍ତି ଅଞ୍ଚଳବାସୀ । ଏହି କ୍ରମରେ ଆଜି (ଶନିବାର) କଣ୍ଟାବାଞ୍ଜି ଜିଲ୍ଲା ସଂଘର୍ଷ ସମିତି ପକ୍ଷରୁ 12 ଘଣ୍ଟିଆ ବନ୍ଦ ପାଳନ କରାଯାଇଛି । ଏହି ବନ୍ଦ ଡାକରାରେ ବିଜେପି, କଂଗ୍ରେସ ଓ ବିଜେଡି ଦଳ ସମର୍ଥନ ଦେଇ ସିଧାସଳଖ ଆନ୍ଦୋଳନରେ ସାମିଲ ହୋଇଛନ୍ତି । ବନ୍ଦ ପାଳନ ସମୟରେ କଣ୍ଟାବାଞ୍ଜିର ସମସ୍ତ ଦୋକାନ, ବଜାର, ଗାଡ଼ି ଚଳାଚଳ ଆଦି ବନ୍ଦ ରହିଛି ।

ଆନ୍ଦୋଳନକାରୀ ମାନେ ସକାଳୁ ପିକେଟିଂ କରିଥିଲେ । କଣ୍ଟାବାଞ୍ଜି ସମେତ ମୁରିବାହାଲ, ବଙ୍ଗୋମୁଣ୍ଡା ତୁରେକେଲା ବ୍ଲକରେ ସବୁ ସରକାରୀ ବେସରକାରୀ ଅନୁଷ୍ଠାନ ସହ ଦୋକାନ ବଜାର ଓ ଗାଡ଼ି ଚଳାଚଳ ସମ୍ପୂର୍ଣ୍ଣ ବନ୍ଦ ରହିଛି । ଏଥିସହ ଆନ୍ଦୋଳନକାରୀ ମାନେ ବିଭିନ୍ନ ସ୍ଥାନରେ ଧାରଣା ଦେଇଛନ୍ତି । ବିଜେଡି ଏହି ବନ୍ଦ ଡାକରା ଓ ଜିଲ୍ଲା ଦାବିକୁ ସମର୍ଥନ ଦେଇ ଆନ୍ଦୋଳନରେ ସାମିଲ ହୋଇଛି । ଏହା କଣ୍ଟାବାଞ୍ଜି ବାସୀଙ୍କ ନ୍ୟାର୍ଯ୍ୟ ଦାବି ବୋଲି ବିଜେଡି ରାଜ୍ୟ ସମ୍ପାଦକ ଉଦ୍ଧବ ବେହେରା କହିଛନ୍ତି । ଏନେଇ ସାଲୁଜା କହିଛନ୍ତି, "କଣ୍ଟାବାଞ୍ଜୀ ଅଞ୍ଚଳରେ ଅନେକ ଗରିବଲୋକ ରହିଛନ୍ତି । ଜରୁରୀ କାମ ପାଇଁ ସେମାନଙ୍କୁ ବଲାଙ୍ଗୀର ଯିବାକୁ ପଡୁଛି । କଣ୍ଟାବାଞ୍ଜିକୁ ଜିଲ୍ଲା ମାନ୍ୟତା ଦିଆଗଲେ ସେମାନେ ଉପକୃତ ହେବେ ଏବଂ କୌଣସି କାମ ପାଇଁ ଆଉ ଖର୍ଚ୍ଚାନ୍ତ ହେବେ ନାହିଁ । କଣ୍ଟାବାଞ୍ଜି ଜିଲ୍ଲା ହେଲେ ଏଠିକାର ଚାରୋଟି ବ୍ଲକର ଲୋକ ଉପକୃତ ହେବେ ।"

ସେହିପରି କଂଗ୍ରେସ ବିଧାୟକ ସନ୍ତୋଷ ସିଂହ ସାଲୁଜା ମଧ୍ୟ ଏହାକୁ ସମ୍ପୂର୍ଣ୍ଣ ଭାବେ ସମର୍ଥନ ଜଣାଇଛନ୍ତି । କଣ୍ଟାବାଞ୍ଜି ଜିଲ୍ଲା ହେଲେ ଏଠିକାର ଗରିବ ଲୋକ ଉପକୃତ ହେବା ସହ ସବୁ ସରକାରୀ ଯୋଜନାର ଲାଭ ନେଇ ପାରିବେ ବୋଲି ସନ୍ତୋଷ ସିଂହ କହିଛନ୍ତି । ସମାନ ଭାବରେ ସେମାନେ ପୂର୍ବରୁ ଆନ୍ଦୋଳନ କରି ବଙ୍ଗୋମୁଣ୍ଡାରେ ତହସିଲ, କଣ୍ଟାବାଞ୍ଜିରେ କୋର୍ଟ ମୁରିବହାଳରେ କୋର୍ଟ ସ୍ଥାପନ କରିବାରେ ସଫଳ ହୋଇଛନ୍ତି । ଆଗକୁ କଣ୍ଟାବାଞ୍ଜି ଜିଲ୍ଲା ପାଇଁ ମଧ୍ୟ ସେମାନେ ଦାବି କରିବା ସହ ବିଧାନସଭାରେ ଏହାକୁ ଉପସ୍ଥାପିତ କରାଯାଇଛି । କଣ୍ଟାବାଞ୍ଜି ଜିଲ୍ଲା ଦାବି ଉପରେ ବିଚାର କରାଯାଉଛି । ସେହିପରି ବଙ୍ଗୋମୁଣ୍ଡାକୁ ଏନଏସସି ଦାବି ପ୍ରସଙ୍ଗ ବିଧାନସଭାରେ ଉଠାଇବେ ବୋଲି ସେ କହିଛନ୍ତି । ତେବେ କଣ୍ଟାବାଞ୍ଜିକୁ ଜିଲ୍ଲା ମାନ୍ୟତା ଦାବି ନେଇ ଆନ୍ଦୋଳନ ଜାରି ରହିବ । ସରକାର ଆଗାମୀ 14ଟି ନୂଆ ଜିଲ୍ଲା ଗଠନରେ କଣ୍ଟାବାଞ୍ଜିକୁ ମଧ୍ୟ ପ୍ରାଧାନ୍ୟ ଦେବେ ବୋଲି କହିଛନ୍ତି ସନ୍ତୋଷ ସିଂହ ସାଲୁଜା ।

ଇଟିଭି ଭାରତ, ବଲାଙ୍ଗୀର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.