ETV Bharat / state

୧୨ଘଣ୍ଟିଆ ବଲାଙ୍ଗୀର ବନ୍ଦ, ସମ୍ବଲପୁର ହନୁମାନ ଜୟନ୍ତୀ ହିଂସା ବିରୋଧରେ ପ୍ରତିବାଦ - ବିଶ୍ବହିନ୍ଦୁ ପରିଷଦ ବଜରଙ୍ଗ ଦଳ

ସମ୍ବଲପୁର ହନୁମାନ ଜୟନ୍ତୀରେ ଘଟିଥିବା ଆକ୍ରମଣକୁ ବିରୋଧ କରି ବନ୍ଦ ପାଳନ କରୁଛି ବିଶ୍ବହିନ୍ଦୁ ପରିଷଦ ବଜରଙ୍ଗ ଦଳ । ଅଧିକ ପଢନ୍ତୁ

୧୨ ଘଣ୍ଟିଆ ବଲାଙ୍ଗୀର ବନ୍ଦ
୧୨ ଘଣ୍ଟିଆ ବଲାଙ୍ଗୀର ବନ୍ଦ
author img

By

Published : Apr 19, 2023, 4:56 PM IST

୧୨ ଘଣ୍ଟିଆ ବଲାଙ୍ଗୀର ବନ୍ଦ

ବଲାଙ୍ଗୀର: ଆଜି 12 ଘଣ୍ଟିଆ ବଲାଙ୍ଗୀର ବନ୍ଦ । ସମ୍ବଲପୁରରେ ହନୁମାନ ଜୟନ୍ତୀରେ ଘଟିଥିବା ଆକ୍ରମଣକୁ ବିରୋଧ କରି ବନ୍ଦ ପାଳନ କରିଛି ବିଶ୍ବହିନ୍ଦୁ ପରିଷଦ ବଜରଙ୍ଗ ଦଳ । ଅନ୍ୟପଟେ ଏହି ଆନ୍ଦୋଳନକୁ ସହଯୋଗ କରିଛନ୍ତି ବଲାଙ୍ଗୀରର ବିଭିନ୍ନ ସଂଗଠନ । ଯାହା ଫଳରେ ବଲାଙ୍ଗୀର ଜିଲ୍ଲାରେ ଗାଡି ଚଳାଚଳ , ଦୋକାନ ବଜାର ଓ ସରକାରୀ ବେସରକାରୀ ଅନୁଷ୍ଠାନ ସବୁ ବନ୍ଦ ରହିଛି । ସେପଟେ ସୁରକ୍ଷା ଦୃଷ୍ଟିରୁ ଜିଲ୍ଲାରେ ପୋଲିସର ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରା ଯାଇଛି।

ତେବେ ବନ୍ଦ ଯୋଗୁଁ ଜିଲ୍ଲାରେ ସାଧାରଣ ଜୀବନ ଯାପନ ପ୍ରଭାବିତ ହୋଇଛି। ସମ୍ବଲପୁର ହନୁମାନ ଜୟନ୍ତୀ ସମୟରେ ହୋଇଥିବା ଆକ୍ରମଣ ଓ ଗଣ୍ଡଗୋଳ ପାଇଁ ସ୍ଥାନୀୟ କିଛି ଗୋଷ୍ଠୀ ଓ ସେଠିକାର ପ୍ରଶାସନିକ ତଥା ପୋଲିସର ବିଫଳତା ଦାୟୀ କରି ଏମାନେ ଏଠି 12 ଘଣ୍ଟିଆ ବନ୍ଦ ଡାକରା ଦେଇଛନ୍ତି । ସେହିପରି ଏମାନେ ଜିଲ୍ଲାର ମୁଖ୍ୟ ରାସ୍ତାମାନଙ୍କୁ ଟାୟାର ଜାଳି ଅବରୋଧ କରିଛନ୍ତି । ତେବେ ଏହି ବନ୍ଦ ଡ଼ାକରାରେ ଜିଲ୍ଲାର ସବୁ ସ୍କୁଲ କଲେଜ, ଦୋକାନ ବଜାର ଗାଡି ଚଳାଚଳ ସମ୍ପୂର୍ଣ୍ଣ ବନ୍ଦ ରହିଛି । ସେପଟେ ଏହି ସବୁ ସଂଗଠନ ଦ୍ୱାରା ବଲାଙ୍ଗୀର ଜିଲ୍ଲାପାଲଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ମଧ୍ୟ ଦିଆ ଯାଇଛି । ବଜରଙ୍ଗ ଦଳ ସଭାପତି କାଁହା ଶତପଥି ସମ୍ବଲପୁରରେ ହୋଇଥିବା ଆକ୍ରମଣକୁ ଦୃଢ ସ୍ୱରରେ ନିନ୍ଦା କରିଥିବା ବେଳେ ସେଠି ପ୍ରଶାସନ ଦୋ ମୁହାଁ ନୀତି ଅବଲମ୍ବନ କରୁଥିବାର କହିଛନ୍ତି।

ଏହା ମଧ୍ୟ ପଢନ୍ତୁ-Sambalpur Violence: 12 ଘଣ୍ଟିଆ ବନ୍ଦ ପାଳନ, ଦୋକାନ ବଜାର ବନ୍ଦ

ସେହିପରି ଆକ୍ରମଣକାରୀଙ୍କୁ ପୋଲିସ ଗିରଫ କରିବା ବଦଳରେ ଘଣ୍ଟ ଘଡାଉ ଥିବାର ସେ କହିଛନ୍ତି। ଏହାର ପ୍ରତିବାଦରେ ଏହି ବନ୍ଦ ଡାକରା ଦିଆଯିବା ସହ ଲୋକେ ଅଭୂତ ପୂର୍ବ ସମର୍ଥନ ଦେଇଥିବାର ସେ କହିଛନ୍ତି । ସମାନ ଭାବରେ ବିଶ୍ୱ ହିନ୍ଦୁ ପରିଷଦ ପ୍ରଚାର ପ୍ରସାର ଜିଲ୍ଲା ପ୍ରମୁଖ ଅନ୍ତର୍ଯ୍ୟାମୀ କରଣ ମଧ୍ୟ ସମ୍ବଲପୁରରେ ହୋଇଥିବା ଏହି ଆକ୍ରମଣକୁ ନିନ୍ଦା କରିଛନ୍ତି । ସରକାର ତଥା ପ୍ରଶାସନର ବିଫଳତାକୁ ନେଇ ବନ୍ଦ ଡାକରା ଦେଇଥିବା ବେଳେ ବନ୍ଦକୁ ସମସ୍ତେ ବେଶ ସମର୍ଥନ ଦେଇଥିବା ସେ କହିଛନ୍ତି । ଏନେଇ ବଲାଙ୍ଗୀରର ସବୁ ସରକାରୀ ବେସରକାରୀ ଅନୁଷ୍ଠାନ, ବ୍ୟାଙ୍କ, ସ୍କୁଲ ,କଲେଜ ,ଦୋକାନ , ଗାଡି ଚଳାଚଳ ସମ୍ପୂର୍ଣ୍ଣ ବନ୍ଦ ରହିଥିବା ବେଳେ ସବୁ ଜରୁରୀ ବ୍ୟବସ୍ଥା ଓ ପ୍ରତିଷ୍ଠାନକୁ ଏଥିରୁ ବାଦ ଦେଇଥିବାର ସେ କହିଛନ୍ତି।

ଇଟିଭି ଭାରତ, ବଲାଙ୍ଗୀର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.