ETV Bharat / state

ବଲାଙ୍ଗୀରରେ ଆଉ 11 ପଜିଟିଭ ଚିହ୍ନଟ, 116 ଛୁଇଁଲା ଆକ୍ରାନ୍ତ ସଂଖ୍ୟା

author img

By

Published : Jun 6, 2020, 3:56 PM IST

ବଲାଙ୍ଗୀରରେ ଶନିବାର ଆଉ 11 କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ଜିଲ୍ଲାରେ ମୋଟ ପଜିଟିଭ ମାମଲା 116ରେ ପହଞ୍ଚିଛି । ଚିହ୍ନଟ ନୂଆ ଆକ୍ରାନ୍ତ ସମସ୍ତେ ବାହାର ରାଜ୍ୟରୁ ଫେରିଥିବା ଜଣାପଡିଛି । ଅଧିକ ପଢନ୍ତୁ...

ବଲାଙ୍ଗୀରରେ ଆଉ 11 ପଜିଟିଭ ଚିହ୍ନଟ, 116 ଛୁଇଁଲା ଆକ୍ରାନ୍ତ ସଂଖ୍ୟା
ବଲାଙ୍ଗୀରରେ ଆଉ 11 ପଜିଟିଭ ଚିହ୍ନଟ, 116 ଛୁଇଁଲା ଆକ୍ରାନ୍ତ ସଂଖ୍ୟା

ବଲାଙ୍ଗୀର: ରାଜ୍ୟରେ ଥମୁନାହିଁ କୋରୋନା ଆତଙ୍କ । ଦିନକୁ ଦିନ ବଢିବାରେ ଲାଗିଛି ଆକ୍ରାନ୍ତଙ୍କ ସଂଖ୍ୟା । ବଲାଙ୍ଗୀରରେ ଶନିବାର ଆଉ 11 କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ଜିଲ୍ଲାରେ ପଜିଟିଭ ମାମଲା 116ରେ ପହଞ୍ଚିଛି ।

ତେବେ ଚିହ୍ନଟ ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ବଲାଙ୍ଗୀର ଆଗଲ ପୁର ବ୍ଲକର ସାଲେନ ଡୁଙ୍ଗୁରି, ତେତେଲ ଖୁଣ୍ଟି ଓ କୁଦାପାଲିରୁ ସାତ ଜଣ ତାମିଲନାଡୁ ଫେରନ୍ତା ହୋଇଥିବା ବେଳେ ବଙ୍ଗୋମୁଣ୍ଡା ବ୍ଲକ ବିରିପାଲିରୁ 2 ଜଣ ମୁମ୍ବାଇ ଫେରନ୍ତା ବୋଲି ଜଣାପଡିଛି । ସେହିପରି ଟିଟିଲାଗଡ଼ ପରସର ଗ୍ରାମ ପଞ୍ଚାୟତରୁ ଜଣେ ଓ ମୁରିବାହାଲ ବ୍ଲକ ବୁଢ଼ୀପଦର ଗ୍ରାମ ପଞ୍ଚାୟତରୁ ଜଣେ ପଜିଟିଭ ଚିହ୍ନଟ ହୋଇଛନ୍ତି । ଏମାନେ ମଧ୍ୟ ମୁମ୍ବାଇ ଫେରନ୍ତା ବୋଲି ଜଣାପଡିଛି ।

ତେବେ ସମସ୍ତ ଆକ୍ରାନ୍ତଙ୍କୁ ବଲାଙ୍ଗୀର କିମ୍ସ କୋଭିଡ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବା ବେଳେ ସେମାନଙ୍କର ଚିକିତ୍ସା ଚାଲିଥିବା ଜିଲ୍ଲା ପ୍ରଶାସନ ସୂଚନା ଦେଇଛି । ସେପଟେ ବଲାଙ୍ଗୀର ଜିଲ୍ଲାରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା 116ରେ ପହଞ୍ଚିଛି । ଏମାନଙ୍କ ମଧ୍ୟରୁ 38 ଜଣ ସୁସ୍ଥ ହୋଇସାରିଥିବା ବେଳେ 78ଟି ସକ୍ରିୟ ମାମଲା ରହିଛି ।

ବଲାଙ୍ଗୀରରୁ ଏସ.କେ ମହମ୍ମଦ ଓ୍ବାହିଦ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.