ETV Bharat / state

ଡାକ୍ତରଖାନା ଛାତରୁ ଡେଇଁ ଯୁବକଙ୍କ ଆତ୍ମହତ୍ୟା, କାରଣ ଅସ୍ପଷ୍ଟ

ଢେଙ୍କାନାଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଡାକ୍ତରଖାନାର ଛଅ ମହଲାରୁ ଡେଇଁ ଜୀବନ ହାରିଲେ ରୋଗୀ । ତେବେ ଏହାର କାରଣ ଏବେ ସୁଦ୍ଧା ଜଣାପଡିନଥିବା ବେଳେ ତଦନ୍ତ ଜାରି ରହିଛି ।

author img

By

Published : May 17, 2019, 2:35 PM IST

ଫଟୋ ସୌଜନ୍ୟ: ସମ୍ବାଦଦାତା, ଅନୁଗୋଳ

ଅନୁଗୋଳ: ଡାକ୍ତରଖାନାର ଛଅ ମହଲାରୁ ଡେଇଁ ଜୀବନ ହାରିଲେ ରୋଗୀ । ଏଭଳି ଅଭାବନୀୟ ଘଟଣା ଘଟିଛି ଢେଙ୍କାନାଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ । ଆତ୍ମହତ୍ୟା କରିଥିବା ଅନୁମାନ କରାଯାଉଥିବା ବେଳେ ଏବେ ସୁଦ୍ଧା ମୃତ୍ୟୁର କାରଣ ଜଣାପଡିନାହିଁ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଅନୁଗୋଳ

ତେବେ ଗୁରୁବାର ରାତିରେ ଦେହ ଅସୁସ୍ଥ କାରଣରୁ ମେଡିସିନ୍ ଓ୍ବାର୍ଡରେ ତାଙ୍କୁ ଆଡମିଟ କରାଯାଇଥିଲା । ପରିବାର ଲୋକମାନଙ୍କ କହିବାନୁଯାୟୀ ଟୁନାର ଦେହ ଅସୁସ୍ଥ ଥିବାରୁ ପ୍ରଥମେ ଗଁଦିଆ ମେଡିକାଲଠାରେ ଦେଖାଇଥିଲେ ଓ ପରେ ଢେ଼ଙ୍କାନାଳ ମୁଖ୍ୟ ଚିକିତ୍ସାଳୟକୁ ଆଣିଥିଲେ । ମୃତ ରୋଗୀ ଜଣକ ଗଁଦିଆ ଥାନା ମହୁଲଖୋଳି ଗାଁ ଟୁନା ବେହେରା ବୋଲି ଜଣାପଡିଛି ।

ଶୁକ୍ରବାର ସକାଳୁ ସୁସ୍ଥ ଅନୁଭବ କରିବାରୁ ସେ ବାହାରେ ବୁଲିବାକୁ ଯାଇଥିଲେ କିନ୍ତୁ ସେ ୬ ମହଲାରୁ କାହିଁକି ଡେଇଁଲେ ତାହା ଜଣାପଡୁନାହିଁ । ଘଟଣା ସ୍ଥଳରେ ଟାଉନଥାନା ପୋଲିସ ପହଞ୍ଛି ତଦନ୍ତ ଆରମ୍ଭ କରିଛି ।

ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ

Intro:Body:

gfgf

Conclusion:

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.