ETV Bharat / state

ଫୋକସରେ ଯୁବପିଢି, ୟଙ୍ଗ ଇଣ୍ଡିଆ ବୋଲ ସିଜିନ-୨ ଆରମ୍ଭ କଲା କଂଗ୍ରେସ - ଓଡିଶା ଯୁବ କଂଗ୍ରେସର ସାମ୍ବାଦିକ ସମ୍ମିଳନୀ

ଯୁବ ନେତୃତ୍ବକୁ କଂଗ୍ରେସର ଫୋକସ । ମୁଦ୍ଦା ନେଇ ଯୁବ ପିଢ଼ି ଆଗକୁ ଆସିବାକୁ ଆହ୍ୱାନ କଲା କଂଗ୍ରେସ । ନୂତନ ଯୁବ ପିଢ଼ିଙ୍କୁ ସାମାଜିକ ଓ ରାଜନୈତିକ କ୍ଷେତ୍ରରେ ଆଗକୁ ନେବା ପାଇଁ କଂଗ୍ରେସର ନୂଆ ଫର୍ମୁଲା । ଆରମ୍ଭ ହୋଇଛି ‘ୟଙ୍ଗ ଇଣ୍ଡିଆ ବୋଲ’ ସିଜିନ-୨ । ଅଧିକ ପଢନ୍ତୁ

ଫୋକସରେ ଯୁବପିଢି, ୟଙ୍ଗ ଇଣ୍ଡିଆ ବୋଲ ସିଜିନ-୨ ଆରମ୍ଭ କଲା କଂଗ୍ରେସ

author img

By

Published : Apr 27, 2022, 7:07 AM IST

ଅନୁଗୋଳ: ଯୁବ ନେତୃତ୍ବକୁ କଂଗ୍ରେସର ଫୋକସ । ମୁଦ୍ଦା ନେଇ ଯୁବ ପିଢ଼ି ଆଗକୁ ଆସିବାକୁ ଆହ୍ୱାନ କଲା କଂଗ୍ରେସ । ନୂତନ ଯୁବ ପିଢ଼ିଙ୍କୁ ସାମାଜିକ ଓ ରାଜନୈତିକ କ୍ଷେତ୍ରରେ ଆଗକୁ ନେବା ପାଇଁ କଂଗ୍ରେସର ନୂଆ ଫର୍ମୁଲା । ଆରାମ୍ଭ ହୋଇଛି ‘ୟଙ୍ଗ ଇଣ୍ଡିଆ ବୋଲ’ ସିଜିନ-୨ ।

ଫୋକସରେ ଯୁବପିଢି, ୟଙ୍ଗ ଇଣ୍ଡିଆ ବୋଲ ସିଜିନ-୨ ଆରମ୍ଭ କଲା କଂଗ୍ରେସ

ତେବେ ନିଜ ଅଞ୍ଚଳର ହେଉ କି ଦେଶ କିମ୍ବା ରାଜ୍ୟର ମୁଦ୍ଦାକୁ ଯିଏ ଉଠାଇ ପାରିବ ସେହିଭଳି ଯୁବକଙ୍କୁ ଆଗକୁ ନେବା ପାଇଁ ଭାରତୀୟ ଜାତୀୟ କଂଗ୍ରେସ ଏହି ଫର୍ମୁଲା ଆପଣେଇଛି । ୟଙ୍ଗ ଇଣ୍ଡିଆ ବୋଲ ସିଜିନ-୨ ନାମରେ ଏକ ସର୍ବଭାରତୀୟ ପ୍ରତିଯୋଗିତା ଆରମ୍ଭ କରିଛି କଂଗ୍ରେସ । ଏହି ପ୍ରତିଯୋଗିତାରେ ଅନଲାଇନରେ ଭାଗ ନେଇ ପାରିବେ ବୋଲି କଂଗ୍ରେସ ଯୁବ ରାଷ୍ଟ୍ରୀୟ ପ୍ରବକ୍ତା ନମ୍ରତା ସୋନି ସୂଚନା ଦେଇଛନ୍ତି ।

ଏଥିରେ ଭାଗ ନେଉଥିବା ବ୍ୟକ୍ତି ଅବା ଯୁବକ ଆଞ୍ଚଳିକ ସମସ୍ୟା ହେଉ କି ଦେଶ କିମ୍ବା ରାଜ୍ୟର ସମସ୍ୟାକୁ ଉଠାଇବା ପାଇଁ କଂଗ୍ରେସ ଏକ ପ୍ଲାଟଫର୍ମ ଯୋଗାଇବ । ମଙ୍ଗଳବାର ଅନୁଗୋଳ ଠାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ଯୁବ କଂଗ୍ରେସ ସଭାପତି ସ୍ମୃତି ରଞ୍ଜନ ଲେଙ୍କା ସାମିଲ ହୋଇଥିବା ବେଳେ ସବୁ ଜିଲାରେ ସ୍ଥାନୀୟ ସମସ୍ୟାକୁ ନେଇ କଂଗ୍ରେସ ଆନ୍ଦୋଳନକୁ ଓହ୍ଲାଇବ ବୋଲି କହିଛନ୍ତି । ବିଶେଷ କରି ଶିଳ୍ପ ଜିଲ୍ଲା ଅନୁଗୋଳରେ ବେକାରୀ ସମସ୍ୟା ଓ ୫୫ନଂ ଜାତୀୟ ରାଜପଥ ନିର୍ମାଣ ପ୍ରସଙ୍ଗ ରହିବ ବୋଲି କହିଛନ୍ତି ।

ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.