ETV Bharat / state

ମାଟି ଅତଡା ଖସି ଶ୍ରମିକଙ୍କ ମୃତ୍ୟୁ, କ୍ଷତିପୂରଣ ଦାବି - ମାଟି ଅତଡା ଖସିପଡି ଶ୍ରମିକଙ୍କ ମୃତ୍ୟୁ

ପାନୀୟ ଜଳ ପ୍ରକଳ୍ପ କାମ ଚାଲୁଥିବାବେଳେ ଅଘଟଣ । ମାଟି ଅତଡା ଖସିପଡି ଶ୍ରମିକଙ୍କ ମୃତ୍ୟୁ ଘଟିଛି । ଅଧିକ ପଢ଼ନ୍ତୁ

worker death in landslide in angul
ମାଟି ଅତଡା ଖସି ଶ୍ରମିକଙ୍କ ମୃତ୍ୟୁ, କ୍ଷତିପୂରଣ ଦାବି
author img

By

Published : Sep 11, 2022, 1:57 PM IST

ଅନୁଗୋଳ: ମାଟି ଅତଡା ଖସି ଶ୍ରମିକଙ୍କ ମୃତ୍ୟୁ । ଅନୁଗୋଳ ଜିଲ୍ଲା ଛେଣ୍ଡିପଦା ଥାନା ଅଞ୍ଚଳର ଧଉରାଖମଣ ନିକଟରେ ଏଭଳି ଏକ ଅଘଟଣ ଘଟିଛି । ପାଇପ ଲିକେଜ ମରାମତି ବେଳେ ମାଟି ଅତଡା ଖସିଯିବାରୁ ପୋତି ହୋଇ ଶ୍ରମିକଙ୍କ ମୃତ୍ୟୁ ହୋଇଛି ।

ମାଟି ଅତଡା ଖସି ଶ୍ରମିକଙ୍କ ମୃତ୍ୟୁ

ଏହା ମଧ୍ୟ ପଢ଼ନ୍ତୁ: ୬ କୁଇଣ୍ଟାଲ ଗଞ୍ଜେଇ ନଷ୍ଟ କଲା ଅନୁଗୋଳ ପୋଲିସ, ୭ ବର୍ଷ ଧରି ଚାଲିଥିଲା ଅପରେସନ

ଛେଣ୍ଡିପଦା ବ୍ଲକ ନାଗାର୍ଜୁନ କମ୍ପାନୀ ପକ୍ଷରୁ ମେଗା ପାନୀୟ ଜଳ ପ୍ରକଳ୍ପ ନିମନ୍ତେ ଛେଣ୍ଡିପଦାରୁ ହାଣ୍ଡିଗୋଡା ଯାଇଥିବା ପାଇପ ଲାଇନ ବିଛାଯାଇଥିବା ବେଳେ ଶନିବାର ରାତିରେ ଧଉରାଖମଣ ନିକଟରେ ପାଇପର ଲିକେଜ ମରାମତି କାର୍ଯ୍ୟ ଚାଲିଥିଲା । କୋଶଳା ଗ୍ରାମର ସନୁ ରାଉଳ ୫ ଫୁଟର ଗାତ ଭିତରେ ପଶି କାର୍ଯ୍ୟ କରୁଥିବା ସମୟରେ ପାର୍ଶ୍ବରେ ଗଦା ହୋଇଥିବା ମାଟି ଅତଡା ଖସି ପଡିବାରୁ ଗାତରେ ପୋତି ହୋଇଯାଇଥିଲେ । ପ୍ରାୟ 1 ଘଣ୍ଟା ପରେ ସନୁଙ୍କୁ ଉଦ୍ଧାରକରି ଛେଣ୍ଡିପଦା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା । ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିଲା । କମ୍ପାନୀର ସୁରକ୍ଷା ଅବହେଳାରୁ ସନୁଙ୍କର ମୃତ୍ୟୁ ହୋଇଥିବା ନେଇ ସ୍ଥାନୀୟ ଲୋକମାନେ ଅଭିଯୋଗ କରିଛନ୍ତି । ମେଗା ପାନୀୟ ଜଳ ପ୍ରକଳ୍ପ କାର୍ଯ୍ୟାଳୟ ଫାଟକରେ ତାଲା ପକାଇ ଶ୍ରମିକମାନେ କ୍ଷତିପୂରଣ ଦାବି କରିଛନ୍ତି ।

ଇଟିଭି ଭାରତ, ଅନୁଗୋଳ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.