ETV Bharat / state

ଥାନା ସମ୍ମୁଖରେ ମହିଳାଙ୍କ ଆତ୍ମହତ୍ୟା ଉଦ୍ୟମ, ଉଦ୍ଧାର କଲା ପୋଲିସ - ଥାନା ସମ୍ମୁଖରେ ମହିଳାଙ୍କ ଆତ୍ମହତ୍ୟା ଉଦ୍ୟମ

ନିଜ ଦେହରେ କିରୋସିନ ଢାଳି ମହିଳାଙ୍କ ଆତ୍ମହତ୍ୟା ଉଦ୍ୟମ । ଅନୁଗୋଳ ଜିଲ୍ଲାର କୋଲିୟାରି ଥାନାରେ ଦେଖିବାକୁ ମିଳିଛି ଏକ ଅଭାବନୀୟ ଘଟଣା।

ଥାନା ସମ୍ମୁଖରେ ମହିଳାଙ୍କ ଆତ୍ମହତ୍ୟା ଉଦ୍ୟମ, ଉଦ୍ଧାର କଲା ପୋଲିସ

author img

By

Published : Sep 3, 2020, 1:34 PM IST

Updated : Sep 3, 2020, 2:12 PM IST

ଅନୁଗୋଳ: ଥାନା ସମ୍ମୁଖରେ ଦେହରେ କିରୋସିନ ଢାଳି ମହିଳାଙ୍କ ଆତ୍ମହତ୍ୟା ଉଦ୍ୟମ । ଠିକଣା ସମୟରେ ପୋଲିସ ପହଞ୍ଚି ମହିଳାଙ୍କୁ ସୁରକ୍ଷିତ ଭାବରେ ବଞ୍ଚାଇଥିବା ଜଣାପଡିଛି । ଅନୁଗୋଳ ଜିଲ୍ଲାର କୋଲିୟାରି ଥାନାରେ ଦେଖିବାକୁ ମିଳିଛି ଏକ ଅଭାବନୀୟ ଘଟଣା।

ଥାନା ସମ୍ମୁଖରେ ମହିଳାଙ୍କ ଆତ୍ମହତ୍ୟା ଉଦ୍ୟମ, ଉଦ୍ଧାର କଲା ପୋଲିସ

ତାଳଚେର ସେଣ୍ଟ୍ରାଲ କଲୋନୀରେ ରହୁଥିବା ଏହି ମହିଳା ଜଣକ ତାଳଚେର ଶର୍ମା ଛକରେ ବ୍ୟବସାୟ କରୁଥିବା ଜଣେ ଯୁବକଙ୍କୁ ବିବାହ କରିଥିଲେ। କିନ୍ତୁ ଉଭୟଙ୍କ ମଧ୍ୟରେ ଗଣ୍ଡଗୋଳ ହେବାରୁ ମହିଳା ଜଣକ ଗତ ମେ ମାସରେ ଥାନାରେ ଅଭିଯୋଗ କରିଥିଲେ। ଅଭିଯୋଗ ମୁତାବକ ପୋଲିସ ମାମଲା ରୁଜୁ କରି ଯୁବକଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲେ।

ମକଦ୍ଦମା ବର୍ତ୍ତମାନ କୋର୍ଟରେ ବିଚାରାଧୀନ ରହିଛି। ହେଲେ ଉକ୍ତ ମହିଳାଙ୍କ ଦାବି ଯେ ସେ ପୁଣି ଥରେ ତାଙ୍କ ସ୍ବାମୀଙ୍କ ସହ ରହିବେ। କିନ୍ତୁ ମକଦ୍ଦମା କୋର୍ଟରେ ବିଚାରାଧୀନ ଥିବାରୁ ପୋଲିସ ଏଥିରେ କୌଣସି ପ୍ରକାର ହସ୍ତକ୍ଷେପ କରି ପାରିବ ନାହିଁ ବୋଲି କହିବାରୁ ଉତକ୍ଷିପ୍ତ ହୋଇ ମହିଳା ଜଣକ ଏଭଳି ଉଦ୍ୟମ କରିଥିବା ଜଣାପଡିଛି ।

ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ

Last Updated : Sep 3, 2020, 2:12 PM IST

For All Latest Updates

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.