ETV Bharat / state

ଶୋଷ ମେଣ୍ଟାଇବାରେ ପ୍ରକଳ୍ପ ଫେଲ, ହନ୍ତସନ୍ତ ଜନଜୀବନ

ଅନୁଗୋଳ ଜିଲ୍ଲା ଅନୁଗୋଳ ବ୍ଲକ ଖଲାରି ପଞ୍ଚାୟତରେ ପାଣି ପାଇଁ ହାହାକାର । ପାଞ୍ଚ ବର୍ଷ ହେବ ପାଇପ ପଡିସାରିଛି । ହେଲେ ପାଇପରେ ପାନୀୟ ଜଳ ଆସିବ ବୋଲି କହି ଦିନ ଗଡାଇ ଚାଲିଛି ବିଭାଗ ।

author img

By

Published : Jun 3, 2019, 6:39 PM IST

ଫଟୋ ସୌଜନ୍ୟ- ସମ୍ବାଦଦାତା, ଅନୁଗୋଳ

ଅନୁଗୋଳ: ଏବେ ପାଣି ମାଗି ଚଳିବାକୁ ପଡୁଛି । ଯଦି ପଡୋଶୀ ପାଣି ନ ଦେଲେ ତେବେ କଥା ସରିଲା । ଦିନେ ଆଣିଲେ ଦୁଇରୁ ତିନି ଦିନ କେବଳ ଜୀବନ ବଞ୍ଚାଇବା ପାଇଁ ଚଳିବାକୁ ପଡୁଛି । ଏହି ଅସୁବିଧାର ସ୍ଥାୟୀ ସମାଧାନ ପାଇଁ ପାନୀୟ ଜଳ ପ୍ରକଳ୍ପ ହୋଇଛି । ପାଞ୍ଚ ବର୍ଷ ହେବ ପାଇପ ପଡିଛି ହେଲେ ତାହା କାମରେ ଲାଗୁନି । ଏଭଳି ଅବ୍ୟବସ୍ଥା କୌଣସି ଉପାନ୍ତ ଅଞ୍ଚଳର ନୁହେଁ ବରଂ ଜିଲ୍ଲା ପ୍ରଶାସନର ନାକ ତଳେ ।

ଭିଡିଓ ସୌଜନ୍ୟ- ସମ୍ବାଦଦାତା, ଅନୁଗୋଳ

ଅନୁଗୋଳ ଜିଲ୍ଲା ଅନୁଗୋଳ ବ୍ଲକ ଖଲାରି ପଞ୍ଚାୟତର ଦୃଶ୍ୟ । ପଞ୍ଚାୟତ ଲାଗିଛି ସହରକୁ, ଅର୍ଥାତ ଜିଲ୍ଲା ସଦର ମହକୁମାକୁ ଲାଗିଛି ଏହି ଗାଁ । ହେଲେ ଏଠାରେ ପାଣି ପାଇଁ ହାହାକାର । ପାଞ୍ଚ ବର୍ଷ ହେବ ପାଇପ ପଡିସାରିଛି। ହେଲେ ପାଇପରେ ପାନୀୟ ଜଳ ଆସିବ ବୋଲି କହି ଦିନ ଗଡାଇ ଚାଲିଛି ବିଭାଗ । କହିବାକୁ ଗଲେ ବ୍ୟବସ୍ଥା ଥାଇ ବି ଶୋଷରେ ଛଟପଟ ଲୋକେ । ଯେଉଁ ଗୋଟିଏ ସରକାରୀ ନଳକୂପ ଅଛି ତା ପାଖରେ ଲାଗୁଛି ଲମ୍ବା ଲାଇନ ।

ଆଜକୁ ପାଞ୍ଚ ବର୍ଷ ତଳେ ଏହି ଗାଁ ଲୋକଙ୍କୁ ବିଶୁଦ୍ଧ ପାନୀୟ ଜଳ ଯୋଗାଇ ଦେବା ପାଇଁ ଗ୍ରାମ୍ୟ ଜଳ ଯୋଗାଣ ବିଭାଗ ପକ୍ଷରୁ ସମସ୍ତ ବନ୍ଦୋବସ୍ତ କରା ଯାଇଥିଲା । ଓଭର ହେଡ ଟ୍ୟାଙ୍କ ଠାରୁ ଆରମ୍ଭ କରି ଇନଟେକ ୱେଲ ଓ ପାଇପରେ ପାଣି ଯିବା ପାଇଁ ବ୍ୟବସ୍ଥା ହୋଇଥିଲା । ସେତେବେଳେ 45 ଲକ୍ଷ ରୁ ଅଧିକ ଟଙ୍କା ଖର୍ଚ୍ଚ ବି ହୋଇଥିଲା । ମାତ୍ର ଆଜି ଯାଏଁ ଲୋକଙ୍କ ଶୋଷ ମେଣ୍ଟାଇ ପାରିଲା ନାହିଁ ଏହି ପ୍ରକଳ୍ପ । ଖରାଦିନରେ ଦୁର୍ଦ୍ଦଶା ବଢୁଥିବା ବେଳେ ଗୁହାରି କେହି ଶୁଣୁନାହାଁନ୍ତି । ଏନେଇ ବିଭାଗୀୟ ଅଧିକାରୀ କହିଛନ୍ତି ଯାହାବି ଅସୁବିଧା ଅଛି ଖୁବଶୀଘ୍ର ସମାଧାନ କରାଯିବ ।

ପ୍ରକଳ୍ପ ଉପରେ ପ୍ରକଳ୍ପ ହେଉଛି, ଏଥିପାଇଁ ଟଙ୍କା ବି ଖର୍ଚ୍ଚ ହେଉଛି । ହେଲେ କାହିଁକି ଯେ, ସରକାରୀ ବ୍ୟବସ୍ଥା ଏଭଳି ଅଧାପନ୍ତରିଆ ଭାବେ ପଡିରହୁଛି ତାକୁ ନେଇ ସନ୍ଦେହ ।

ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ

Anchor-

ଏବେ ପାଣି ମାଗି ଚଳିବାକୁ ପଡୁଛି । ଯଦି ପଡୋଶୀ ପାଣି ନ ଦେଲେ ତେବେ କଥା ସାରିଲା । ଦିନେ ଆଣିଲେ ଦୁଇରୁ ତିନି ଦିନ କେବଳ ଜୀବନ ବଞ୍ଚାଇବା ପାଇଁ ଚଳିବାକୁ ପଡୁଛି । ଏହି ଅସୁବିଧାର ସ୍ଥାୟୀ ସମାଧାନ ପାଇଁ ପାନୀୟ ଜଳ ପ୍ରକଳ୍ପ ହୋଇଛି । ପାଞ୍ଚ ବର୍ଷ ହେବ ପାଇପ ପଡିଛି ହେଲେ ତାହା କାମରେ ଲାଗୁନି । ଏଭଳି ଅବ୍ୟବସ୍ଥା କୌଣସି ଉପାନ୍ତ ଅଞ୍ଚଳ ର ନୁହଁ ବରଂ ଜିଲ୍ଲା ପ୍ରଶାସନ ର ନାକ ତଳେ ।  

Vo – 1

ଏ ହେଉଛି ଅନୁଗୋଳ ଜିଲ୍ଲା ଅନୁଗୋଳ ବ୍ଲକ ଖଲାରି ପଞ୍ଚାୟତ ର ଦୃଶ୍ୟ । ପଞ୍ଚାୟତ ଲାଗିଛି ସହର କୁ , ଅର୍ଥାତ ଜିଲ୍ଲା ସଦର ମହକୁମା ଲାଗିଛି ଏହି ଗାଁ । ହେଲେ ଏଠାରେ ପାଣି ପାଇଁ ହାହାକାର । ପାଞ୍ଚ ବର୍ଷ ହେବେ ପାଇପ ପକାଇ ପାଇପ ରେ ପାନୀୟ ଜଳ ଆସିବ ବୋଲି କହି ଦିନ ଗଡାଇ ଚାଲିଛି ବିଭାଗ । ହେଲେ ପାଣିର ଦେଖା ନାହିଁ । କହିବାକୁ ଗଲେ ବ୍ୟବସ୍ଥା ଥାଇ ବି ଶୋଷରେ ମାରୁଛନ୍ତି ଲୋକେ । ଯେଉଁ ଗୋଟିଏ ସରକାରୀ କୂଅ ଅଛି ନଳକୂଅ ପାଖରେ ଲମ୍ବା ଲାଇନ କୂଅକୁ ପାଣି ପାଇଁ ଆସିଲେ ଅପେକ୍ଷା କରିବାକୁ ପଡୁଛି ଘଣ୍ଟା ଘଣ୍ଟା ଏବେ ଶୁଣନ୍ତୁ ଲୋକଙ୍କ ଦୁର୍ଦଶା

Byte – 1 ସରସ୍ଵତୀ ଶେଠୀ , ଖଲାରି ଗ୍ରାମବାସୀ

Byte – 2 ସୁକାନ୍ତି ସାହୁ , ଖଲାରି ଗ୍ରାମବାସୀ

Byte – 3 ଯଶୋବନ୍ତୀ ସାହୁ , ଖଲାରି ଗ୍ରାମବାସୀ  

Vo – 2

ଆଜକୁ ପାଞ୍ଚ ବର୍ଷ ତଳେ ଏହି ଗାଁ ଲୋକଙ୍କୁ ବିଶୁଦ୍ଧ ପାନୀୟ ଜଳ ଯୋଗାଇ ଦେବା ପାଇଁ ଗ୍ରାମ୍ୟ ଜଳ ଯୋଗାଣ ବିଭାଗ ପକ୍ଷରୁ ସମସ୍ତ ବନ୍ଦୋବସ୍ତ କରା ଯାଇଥିଲା । ଓଭର ହେର୍ଡ ଟ୍ୟାଙ୍କ ଠାରୁ ଆରମ୍ଭ କରି ଇନଟେକ ୱେଲ ଓ ପାଇପ ରେ ପାଣି ଜୀବ ପାଇଁ ବ୍ୟବସ୍ଥା ହୋଇଥିଲା । ସେବେବେଳେ 45 ଲକ୍ଷ ରୁ ଅଧିକ ତାଙ୍କ ଖର୍ଚ ହୋଇଥିଲା । ମାତ୍ର ଆଜି ଯାଏଁ ଲୋକଙ୍କ ଶୋଷ ମେଣ୍ଟାଇ ପାରିଲା ନାହିଁ ଏହି ପ୍ରକଳ୍ପ । ଅନ୍ୟ ରିତୁ ରେ ଯାହା ଯେମିତି ଲୋକେ ଚାଲି ଯାଇଥିବା ବେଳେ ଖରା ଦିନ ଆସିଲେ ଦୁର୍ଦଶା ବଢି ଯାଉଛି । ସମାଧାନ ପାଇଁ ଯାହାକୁ ଗୁହାରି କଲେବି କେହି ଶୁଣୁ ନାହାନ୍ତି । ଏନେଇ ବିଭାଗୀୟ ଅଧିକାରୀ କହିଛନ୍ତି ଯାହାବି ଅସୁବିଧା ଅଛି ଖୁବ ଶୀଘ୍ର ସମାଧାନ କରାଯିବ ।

Byte – 4 ବିଳାସୀ ସାହୁ , ଖଲାରି ଗ୍ରାମବାସୀ  

Byte – 5 ଅଞ୍ଜଳି ସାହୁ , ଖଲାରି ଗ୍ରାମବାସୀ

Byte – 6 ସୁଦର୍ଶନ ପତି , ଉପଖଣ୍ଡ ଗ୍ରାମ୍ୟ ଜଳ ଯୋଗାଣ ଅଧିକାରୀ 

Final Vo –  

ବିଭାଗ ପ୍ରକଳ୍ପ କରୁଛି ଏଥିପାଇଁ ଟଙ୍କା ମଧ୍ୟ ଖର୍ଚ ହେଉଛି । ହେଲେ କାହିଁକି ଯେ ଏଭଳି ଅଧା ପାନ୍ତରିଆ ଭାବେ ପଡିରହୁଛି ସରକାରୀ ବ୍ୟବସ୍ଥା ତାକୁ ନେଇ ସନ୍ଦେହ ।

      ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ ଇଟିଭି ଭାରତ     

Visual On FTP

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.