ETV Bharat / state

ବିସ୍ଥାପନ ବିରୋଧରେ ଗ୍ରାମବାସୀଙ୍କ ମେଳି - ଅନୁଗୋଳ ଡିଏଫଓ କାର୍ଯ୍ୟାଳୟ ଆଗରେ ଗ୍ରାମବାସୀଙ୍କ ଧାରଣା

ବ୍ୟାଘ୍ର ପ୍ରକଳ୍ପ ପାଇଁ ଉଚ୍ଛେଦ ହୋଇଥିବା ୧୭ଟି ପରିବାରକୁ ବିସ୍ଥାପନ ତାଲିକାରୁ ବାଦ । ଏନେଇ ଗ୍ରାମବାସୀଙ୍କ ବିରୋଧରେ ତେଜୁଛି ଅସନ୍ତୋଷ । ଅଧିକ ପଢ଼ନ୍ତୁ

ବିସ୍ଥାପନ ବିରୋଧରେ ଗ୍ରାମବାସୀଙ୍କ ମେଳି
ବିସ୍ଥାପନ ବିରୋଧରେ ଗ୍ରାମବାସୀଙ୍କ ମେଳି
author img

By

Published : Aug 10, 2022, 9:24 AM IST

ଅନୁଗୋଳ: ସାତକୋଶିଆ ବ୍ୟାଘ୍ର ପ୍ରକଳ୍ପ ପାଇଁ ଉଚ୍ଛେଦ ହୋଇଥିବା କଟରଙ୍ଗ ଗାଁର ୧୭ଟି ପରିବାରକୁ ବିସ୍ଥାପନ ତାଲିକାରୁ ବାଦ ଦିଆଯାଇଛି । ଏନେଇ ମଙ୍ଗଳବାର କଟରଙ୍ଗ ଗ୍ରାମରେ ଉତ୍ତେଜନା ଦେଖାଦେଇଛି । ତେବେ ବାଦ ପଡିଥିବା ୧୭ଟି ପରିବାର ସାତକୋଶିଆ DFO ଅଫିସ ସମ୍ମୁଖରେ ଅନଶନ କରିଛନ୍ତି । ଯାହାକୁ ନେଇ ପରିସ୍ଥିତି ଜଟିଳ ହେବାରେ ଲାଗିଛି ।

ସୂଚନାନୁସାରେ, କଟରଙ୍ଗ ଗାଁରେ ପ୍ରଶାସନ ତରଫରୁ ସାତକୋଶିଆ ବ୍ୟାଘ୍ର ପ୍ରକଳ୍ପ ପାଇଁ ୧୨୧ଟି ପରିବାର ଚିହ୍ନଟ କରାଯାଇଥିଲା । ସେଥି ମଧ୍ୟରୁ ଏବେ ସୁଦ୍ଧା ୭୨ଟି ପରିବାର ଗାଁ ଛାଡି ସାରିଲେଣି । କିନ୍ତୁ ଗାଁର ଆଉ ୧୭ଟି ପରିବାର ଏବେ ବି ସେହି ଗାଁରେ ରହି ନାନା ସମସ୍ୟାର ସମ୍ମୁଖୀନ ହେଉଛନ୍ତି । କାରଣ ସେମାନଙ୍କର ଗାଁରେ ଘର, ଜମି ସବୁ ଅଛି । ସମସ୍ତଙ୍କର ଭୋଟ ପରିଚୟ ପତ୍ର, ଆଧାର କାର୍ଡ ଅଛି । ତଥାପି ୧୭ଟି ପରିବାରକୁ ବିସ୍ଥାପନ ତାଲିକାରୁ ବାଦ ଦିଆଯାଇଛି । ଏନେଇ ବାଦ୍ ପଡିଥିବା ପରିବାର ସଦସ୍ୟମାନେ ସାତକୋଶିଆ କର୍ତ୍ତୃପକ୍ଷ ଏବଂ ପ୍ରଶାସନକୁ ଭେଟି ବାରମ୍ବାର ଅଭିଯୋଗ କରିଥିଲେ । ସେମାନଙ୍କୁ ପୁଣି ଥରେ ତାଲିକା ଅର୍ନ୍ତଭୁକ୍ତ କରିବାକୁ ଦାବି କରିଥିଲେ ।

ବିସ୍ଥାପନ ବିରୋଧରେ ଗ୍ରାମବାସୀଙ୍କ ମେଳି

କିନ୍ତୁ ଏଦିଗରେ ପ୍ରଶାସନ କୌଣସି ପଦକ୍ଷେପ ନନେବାରୁ ମଙ୍ଗଳବାର ଅସନ୍ତୋଷ ପ୍ରକାଶ ପାଇଛି । ବର୍ତ୍ତମାନ କଟରଙ୍ଗ ଗାଁରେ ଉଚ୍ଛେଦ ଆରମ୍ଭ ହୋଇଯାଇଛି । ଏଥିପାଇଁ ପଲ୍ଲିସଭା, ଗାଁ ସଭା ଏବଂ ଅନ୍ୟ ଯାହା ସବୁ ପ୍ରକ୍ରିୟା ରହିଛି ତାହା ପ୍ରଶାସନ ତରଫରୁ ଶେଷ ହେବାପରେ ଲୋକେ ଗାଁ ଛାଡୁଛନ୍ତି । ପ୍ରତ୍ୟେକ ପରିବାରକୁ ନଗଦ ୨୦ଲକ୍ଷ ଟଙ୍କା ଲେଖାଏଁ କ୍ଷତିପୂରଣ ପ୍ରଦାନ କରାଯାଉଛି । କିନ୍ତୁ ଏହି ୧୭ଟି ପରିବାରକୁ ପ୍ରଶାସନ ଚିହ୍ନଟ କରିନାହିଁ । କାରଣ ଘଞ୍ଚ ଜଙ୍ଗଲ ଭିତରେ କୌଣସି କାମ ଧନ୍ଦା ନପାଇ ସେହି ପରିବାର ଗୁଡିକ ଗାଁ ଛାଡି ପେଟ ପୋଷିବାକୁ ବାହାରେ ରହୁଥିଲେ । ତେବେ ଯଦି ଲୋକଙ୍କ ଦାବି ପ୍ରତି ପ୍ରଶାସନ ଅଣଦେଖା କରେ ତେବେ ସେମାନେ ନ୍ୟାୟ ପାଳିକାର ଦ୍ୱାରସ୍ଥ ହେବାକୁ ଚେତାବନୀ ମଧ୍ୟ ଦେଇଛନ୍ତି । ଯାହାକି ଉଭୟ ବନ ବିଭାଗ ଓ ପ୍ରଶାସନ ପାଇଁ ଚିନ୍ତାର କାରଣ ହୋଇପଡିଛି ।

ଇଟିଭି ଭାରତ, ଅନୁଗୋଳ

For All Latest Updates

TAGGED:

Anugul news
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.