ETV Bharat / state

ବାତ୍ୟା ସହାୟତା ରାଶି ଦାବିରେ ଜିଲ୍ଲାପାଳଙ୍କ ଦ୍ବାରସ୍ଥ ଗ୍ରାମବାସୀ

author img

By

Published : Nov 3, 2020, 4:34 PM IST

Updated : Nov 3, 2020, 4:44 PM IST

ଯାଜପୁରରେ ବାତ୍ୟା ତିତଲି ଓ ଫନିରେ ବାସ ହରାଇଥିବା ବ୍ୟକ୍ତିଙ୍କୁ ସାହାୟତା ରାଶି ପ୍ରଦାନ କରିବାକୁ ଦାବି । ଏନେଇ ଜିଲ୍ଲାପାଳଙ୍କୁ ଏକ ଦାବିପତ୍ର ପ୍ରଦାନ କରିଛନ୍ତି ଗ୍ରାମବାସୀ । ଅଧିକ ପଢନ୍ତୁ...

ଘରଭଙ୍ଗା ସହାୟତା ରାଶି ପ୍ରଦାନ ଦାବିରେ ଜିଲ୍ଲାପାଳଙ୍କ ଦ୍ବାରସ୍ତ ହେଲେ ଗ୍ରାମବାସୀ

ଯାଜପୁର: ଆଜି ପର୍ଯ୍ୟନ୍ତ ମିଳଲାନି ବାସହରାଙ୍କୁ ସହାୟତା ରାଶି । ବାଧ୍ୟହୋଇ ଜିଲ୍ଲପାଳଙ୍କୁ ଦାବିପତ୍ର ପ୍ରଦାନ କରିଛନ୍ତି ଗ୍ରାମବାସୀ ।

ଯାଜପୁର ଜିଲ୍ଲା ଦଶରଥପୁର ବ୍ଲକ ଅକରପଡା ଜଳେଶ୍ବରପୁର ବାତ୍ୟାରେ ବାସ ହରାଇଥିବା ଗ୍ରାମବାସୀଙ୍କୁ ଆଜି ପର୍ଯ୍ୟନ୍ତ ସହାୟତା ରାଶି ମିଳିପାରିଲା ନାହିଁ । ବାତ୍ୟା ତିତଲି ଓ ଫନିରେ ଭାଙ୍ଗି ଯାଇଥିବା ଘର ବାବଦରେ ମିଳିଥିବା ଘରଭଙ୍ଗା ଅର୍ଥରାଶି ପହଞ୍ଚିପାରିନି ଏହି ଗ୍ରାମବାସୀଙ୍କ ନିକଟରେ । ଏନେଇ ଗ୍ରାମବାସୀ ବାରମ୍ବାର ଏ ଅଫିସରୁ ସେ ଅଫିସ ଦୌଡି ଦୌଡି ନୟାନ୍ତ ହେବା ପରେ କୌଣସି ସୁଫଳ ମିଳିପାରି ନାହିଁ ।

ଫଳରେ ବାଧ୍ୟ ହୋଇ ଗ୍ରାମବାସୀ ଜିଲ୍ଲାପାଳ ଅଫିସ ଯାଇ ଏକ ଦାବିପତ୍ର ପ୍ରଦାନ କରିଛନ୍ତି । ତେବେ ଖୁବଶୀଘ୍ର ସହାୟତା ରାଶି ପ୍ରଦାନ ନ କଲେ ଆନ୍ଦୋଳନ କରାଯିବ ବୋଲି ଚେତାବନୀ ଦେଇଛନ୍ତି ଗ୍ରାମବାସୀ ।

ଯାଜପୁରରୁ ଜ୍ଞାନ ରଞ୍ଜନ ଓଝା, ଇଟିଭି ଭାରତ

Last Updated : Nov 3, 2020, 4:44 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.