ETV Bharat / state

ସରକାରୀ ଚାକିରୀ ଛାଡି ଆରମ୍ଭ କଲେ ଆମ୍ବ ଚାଷ, ଏବେ ବର୍ଷକୁ ଲକ୍ଷ ଲକ୍ଷ ରୋଜଗାର - ଜୈବିକ ପଦ୍ଧତିରେ ଆମ୍ବ ଚାଷ

ଅନୁଗୋଳ ଜିଲ୍ଲା ପୋକଟୁଙ୍ଗା ଗାଁର ପ୍ରଶାନ୍ତ ପ୍ରଧାନ ଚାକିରୀ ଛାଡି ଏବେ ସେ ଜଣେ ସଫଳ ଆମ୍ବ ଚାଷୀ। ୪ ଏକର ଜାଗାରେ ଲଗାଇଛନ୍ତି ବିଭିନ୍ନ କିସମର ୩ ଶହରୁ ଅଧିକ ଆମ୍ବ ଗଛ । ଅଧିକ ପଢନ୍ତୁ

ଚାକିରୀ ଛାଡି ସଫଳ ଆମ୍ବ ଚାଷୀ
ଚାକିରୀ ଛାଡି ସଫଳ ଆମ୍ବ ଚାଷୀ
author img

By

Published : May 15, 2023, 10:19 PM IST

ଚାକିରୀ ଛାଡି ସଫଳ ଆମ୍ବ ଚାଷୀ

ଅନୁଗୋଳ: ଚାକିରୀ ଛାଡି ଏବେ ସେ ସଫଳ ଆମ୍ବ ଚାଷୀ। ନିଜସ୍ବ ଜ୍ଞାନ କୌଶଳ ଏବଂ ସମ୍ପୂର୍ଣ୍ଣ ଜୈବିକ ପଦ୍ଧତିରେ ବିଭିନ୍ନ ପ୍ରଜାତିର ଆମ୍ବ ଚାଷ କରି ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରି ପାରିଛନ୍ତି । ବର୍ଷକୁ ପ୍ରାୟ ୪ ରୁ ୫ଲକ୍ଷ ଟଙ୍କା ଆୟ କରୁଛନ୍ତି। ଖାଲି ସେତିକି ନୁହେଁ ଅନ୍ୟ ଆମ୍ବ ଚାଷୀ ମାନଙ୍କୁ ମଧ୍ୟ କିଭଳି ଭଲ ଓ ଉନ୍ନତ ମାନର ଆମ୍ବ ଉତ୍ପାଦନ ହୋଇ ପାରିବ ସେନେଇ ପ୍ରଶିକ୍ଷଣ ମଧ୍ୟ ଦେଉଛନ୍ତି। ତେବେ ଏଭଳି ଜଣେ ଆମ୍ବ ଚାଷୀ ହେଉଛନ୍ତି ଅନୁଗୋଳ ଜିଲ୍ଲା ପୋକଟୁଙ୍ଗା ଗାଁର ପ୍ରଶାନ୍ତ ପ୍ରଧାନ ।

ସେ ପ୍ରାୟ ୪ ଏକର ଜାଗାରେ ଲଗାଇଛନ୍ତି ବିଭିନ୍ନ କିସମର ୩ ଶହରୁ ଅଧିକ ଆମ୍ବ ଗଛ। ଯେଉଁ ଗଛକୁ ଦେଖିଲେ ଫଳରେ ଭରପୁର। ଡାଳ ନଇଁ ପଡୁଛି। ଏହା କେବଳ ସମ୍ଭବ ହୋଇ ପାରିଛି ପ୍ରଶାନ୍ତଙ୍କ ଦୃଢ଼ ଇଚ୍ଛା, ଅକ୍ଲାନ୍ତ ପରିଶ୍ରମ ଏବଂ ମନରେ ଥିବା ଆଗ୍ରହ ଯୋଗୁଁ। ପ୍ରଶାନ୍ତ ସିଲକ ଓ ଟସର ଫେଡରେସନରେ ଚାକିରି କରୁଥିଲେ କିନ୍ତୁ ସେଥିରେ ତାଙ୍କର ମନ ଲାଗି ନ ଥିଲା। ତେଣୁ ସେ ଗତ ୨୦୦୪ରେ ଚାକିରୀ ଛାଡି ଗାଁ ଠାରୁ କିଛି ଦୂର ହମାମିରା ଗାଁ ନିକଟରେ ୪ ଏକର ଜାଗା କିଣି ଆମ୍ବ ଗଛ ଲଗାଇଥିଲେ। ଏଥିପାଇଁ ସେ କାହାର ସହାୟତା ନେଇ ନ ଥିଲେ । ଉଦ୍ୟାନ ବିଭାଗ ଠାରୁ ଆର୍ଥିକ ଓ ବୈଷୟିକ ସହାୟତା ମଧ୍ୟ ଆବଶ୍ୟକ କରି ନାହାନ୍ତି । ନିଜସ୍ୱ ଉଦ୍ୟମରେ ସବୁ କିଛି କରି ପାରିଛନ୍ତି । ସେ ତାଙ୍କ ବଗିଚାରେ ବମ୍ବେ ଗ୍ରୀନ, ଲେଙ୍ଗଡା, ଆଖୁରସ, ଦଶରୀ, ଅମ୍ରପଲ୍ଲୀ, ତୋଟା ପଲ୍ଲୀ, ହେମସାଗର, ମଲ୍ଲିକା ଭଳି ବିଭିନ୍ନ କିସମର ଆମ୍ବ ଫଳାଇଛନ୍ତି। ବର୍ଷକୁ ୨୦୦ କ୍ୱିଣ୍ଟାଲ ଆମ୍ବ ଉତ୍ପାଦନ କରୁଥିବା ବେଳେ ତାଙ୍କ ଆମ୍ବ ବଗିଚା ଦେଖିବାକୁ ଅନେକ ଆମ୍ବ ଚାଷୀ ଆସୁଛନ୍ତି ।

ପ୍ରଶାନ୍ତ ଏହି ଆମ୍ବ ଚାଷ କେବଳ ଜୈବିକ ପଦ୍ଧତିରେ କରୁଛନ୍ତି। ସେ ଆବଶ୍ୟକ ବେଳେ କେବଳ ପାଣି ସିଞ୍ଚନ କରିବା ଛଡା କୌଣସି ରାସାୟନିକ ସାର ଓ ଔଷଧ ଆଦୌ ବ୍ୟବହାର କରନ୍ତିନି। ତେଣୁ ଗଛରେ ଗୋଟିଏ ହେଲେ ଆମ୍ବ ଖରାପ ହେଉ ନାହିଁ। ଅଧିକାଂଶ ଫଳ ରସାଳ ଓ ସୁଆଦିଆ ହୋଇ ପାରୁଛି। ତେଣୁ ଆଖପାଖ ଗାଁର ଲୋକେ ଆମ୍ବ କିଣିବାକୁ ଏଠାକୁ ଆସିଥାନ୍ତି। ଏହାଛଡା ଆଉ କେତେକ ପ୍ରଜାତିର ଆମ୍ବ ବିହାର, ଉତ୍ତରପ୍ରଦେଶ, ଛତିଶଗଡ଼ ପରି ପଡୋଶୀ ରାଜ୍ୟର ବେପାରୀ ମାନେ ଆସି କିଣିଥାନ୍ତି। ଏଭଳି ସଫଳତା ପାଇବା ପରେ ମଧ୍ୟ ପ୍ରଶାନ୍ତ ଆଗକୁ ଆମ୍ବ ଚାଷକୁ ଆହୁରି ବଢାଇବା ପାଇଁ ଆଗ୍ରହ ଦେଖାଉ ନାହାଁନ୍ତି। କାରଣ ହାତୀ ବ୍ୟାପକ ନଷ୍ଟ କରୁଥିବା ବେଳେ ବିକ୍ରି ପାଇଁ ପର୍ଯ୍ୟାପ୍ତ ବଜାର ନାହିଁ। ତେଣୁ ଅନେକ ଆମ୍ବ ଚାଷୀ ଆଉ ଆଗ୍ରହ ଦେଖାଉ ନାହାନ୍ତି।

ଏହା ମଧ୍ୟ ପଢନ୍ତୁ- ପାଖଉଛି ଘୋଷଯାତ୍ରା, ମହାପ୍ରଭୁଙ୍କ ଅଙ୍ଗବସ୍ତ୍ର ବୁଣାରେ ବ୍ୟସ୍ତ ରାଉତପଡ଼ା ବୁଣାକାର

ତେବେ ଆମ୍ବ ଏକ ଲାଭ ଦାୟକ ଫସଲ ହୋଇଥିବା ବେଳେ ପ୍ରଶାନ୍ତ ଏହାକୁ ସଠିକ ବୁଝିପାରିଛନ୍ତି। ହେଲେ ହାତୀ ଉପଦ୍ରଵ ନିୟନ୍ତ୍ରଣ କରାଯିବା ସହ ବିକ୍ରି ପାଇଁ ସରକାରୀ ସ୍ତରରେ ସୁବିଧା କରାଗଲେ ଚାଷୀ ଆହୁରି ଲାଭ ପାଇ ପାରିବେ ଏବଂ ଆମ୍ବ ଚାଷ ପାଇଁ ଆଗ୍ରହ ପ୍ରକାଶ କରିବେ ବୋଲି ପ୍ରଶାନ୍ତ କହିଛନ୍ତି।

ଇଟିଭି ଭାରତ, ଅନୁଗୋଳ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.