ETV Bharat / state

ଅନୁଗୋଳରେ ବରିଷ୍ଠ ନାଗରିକଙ୍କ ଟିକାକରଣ

ଅନୁଗୋଳରେ ଆରମ୍ଭ ହୋଇଛି ବରିଷ୍ଠ ନାଗରିକଙ୍କ ଟିକାକରଣ । ସୋମବାର ପ୍ରଥମ ଦିନରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଟିକାକରଣ ଆରମ୍ଭ ହୋଇଛି । ଅଧିକ ପଢନ୍ତୁ...

ଅନୁଗୋଳରେ ବରିଷ୍ଠ ନାଗରିକଙ୍କ ଟିକାକରଣ
ଅନୁଗୋଳରେ ବରିଷ୍ଠ ନାଗରିକଙ୍କ ଟିକାକରଣ
author img

By

Published : Mar 1, 2021, 5:44 PM IST

ଅନୁଗୋଳ: ଅନୁଗୋଳରେ ଆରମ୍ଭ ହୋଇଛି ବରିଷ୍ଠ ନାଗରିକଙ୍କ ଟିକାକରଣ । ସୋମବାର ପ୍ରଥମ ଦିନରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଟିକାକରଣ ଆରମ୍ଭ ହୋଇଛି । ସୋମବାର ଗୋଟିଏ ଦିନରେ 200 ଜଣ ବରିଷ୍ଠ ନାଗରିକଙ୍କୁ ଟିକାକରଣ ପାଇଁ ଲକ୍ଷ ରଖିଛି ସ୍ବାସ୍ଥ୍ୟ ବିଭାଗ ।

ଅନୁଗୋଳରେ ବରିଷ୍ଠ ନାଗରିକଙ୍କ ଟିକାକରଣ

ଜିଲ୍ଲାରେ ୪୫ ବର୍ଷରୁ ୫୯ ଏବଂ ୬୦ବର୍ଷରୁ ଅଧିକ ବୟସର ଲୋକଙ୍କୁ ଟିକାକରଣ କରାଯାଉଛି। ସୋମବାର ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଏହି ଟିକାକରଣ ଚାଲିଛି । ଆଗାମୀ ଦିନରେ ୮ଟି ଯାକ ବ୍ଲକର ସ୍ବାସ୍ଥ୍ୟକେନ୍ଦ୍ର ଗୁଡିକରେ ଏହି ବ୍ୟବସ୍ଥା କରାଯିବ।

ସ୍ବାସ୍ଥ୍ୟ ବିଭାଗ ତରଫରୁ ଜିଲ୍ଲାରେ ମୋଟ ୩ଲକ୍ଷ ଏହି ବର୍ଗର ଲୋକଙ୍କୁ ଟିକା ଦେବା ପାଇଁ ନିଷ୍ପତ୍ତି ନିଆଯାଇଛି । ଆଜିର ଟୀକାକରଣ କାର୍ଯ୍ୟକ୍ରମରେ ସିଡିଏମଓ ଡ.ଅଭୟ ଦାସ, ଅତିରିକ୍ତ ଜିଲ୍ଲାପାଳ ତପନ ଶତପଥୀ ପ୍ରମୁଖ ଉପସ୍ଥିତ ରହି ତଦାରଖ କରିଥିଲେ । ଆଜି(ସୋମବାର) ପ୍ରଥମେ ଅତିରିକ୍ତ ଜିଲ୍ଲାପାଳ ତପନ ଶତପଥୀ ଟିକା ନେଇଥିଲେ ।

ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.