ETV Bharat / state

ଅନୁଗୋଳରେ ଅନିର୍ଦ୍ଦିଷ୍ଟ କାଳ ପାଇଁ ଟୀକାକରଣ ବନ୍ଦ

author img

By

Published : Jun 30, 2021, 7:37 PM IST

କୋରୋନା ସଂକ୍ରମଣରୁ ଦୂରେଇ ରହିବାକୁ ଲୋକେ ଆଗ୍ରହ ପ୍ରକାଶ କରୁଥିବା ବେଳେ ଜିଲ୍ଲାରେ ହଠାତ୍ ଟିକା ସରିଯିବାରୁ ଲୋକଙ୍କ ମଧ୍ୟରେ ଅସନ୍ତାେଷ ପ୍ରକାଶ ପାଇଛି । ଅଧିକ ପଢନ୍ତୁ...

ଅନୁଗୋଳରେ ଅନିର୍ଦ୍ଦିଷ୍ଟ କାଳ ପାଇଁ ଟୀକାକରଣ ବନ୍ଦ
ଅନୁଗୋଳରେ ଅନିର୍ଦ୍ଦିଷ୍ଟ କାଳ ପାଇଁ ଟୀକାକରଣ ବନ୍ଦ

ଅନୁଗୋଳ: ଜିଲ୍ଲାର ସମସ୍ତ ଟୀକାକରଣ କେନ୍ଦ୍ରରେ ଆଜି ଠାରୁ ଅନିର୍ଦ୍ଦିଷ୍ଟ ସମୟ ପର୍ଯ୍ୟନ୍ତ ଟୀକାଦାନ ବନ୍ଦ ରହିଛି । ଏନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ ପ୍ରେସ ବିଜ୍ଞପ୍ତିରେ ସୂଚନା ଦିଆଯାଇଛି । ଟିକାଦାନ ଆରମ୍ଭ ହେବା ନେଇ କୌଣସି ନିର୍ଦ୍ଦିଷ୍ଟ ସୂଚନା ଦିଆ ଯାଇନଥିବାରୁ ଲୋକଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି ।

କ୍ୟାମ୍ପେନ ମୋଡରେ ଜିଲ୍ଲାର ବିଭିନ୍ନ ସ୍ଥାନରେ ଥିବା ୫୩ଟି ଟୀକାକରଣ କେନ୍ଦ୍ରରେ ଦୁଇ ଦିନ ପାଇଁ ଟିକାଦାନ କରାଯାଇଥିଲା । ଏହାପରେ ଜିଲା ମୁଖ୍ୟ ଡାକ୍ତରଖାନା ସମେତ ସମସ୍ତ ପିଏଚସି, ସିଏଚସି ଓ ଛୋଟ ମୋଟ ସ୍ୱାସ୍ଥ୍ୟକେନ୍ଦ୍ର ଗୁଡିକରେ ପ୍ରାୟ ୨୯ଟି କେନ୍ଦ୍ରରେ ଟୀକାକରଣ କରାଯାଉଥିଲା । କିନ୍ତୁ ଆଜି ଠାରୁ ଟିକା ମହଜୁଦ ନଥିବା କାରଣରୁ ଟୀକା ଦାନ ସମ୍ପୂର୍ଣ୍ଣ ବନ୍ଦ ରହିଛି । ଅନୁଗୋଳ ଜିଲ୍ଲାରେ ୧୨ଲକ୍ଷରୁ ଅଧିକ ଜନସଂଖ୍ୟା ରହିଛି ।

ସେମାନଙ୍କ ମଧ୍ୟରୁ ୧୮ବର୍ଷରୁ ଊର୍ଦ୍ଧ୍ବ ୮ଲକ୍ଷରୁ ଅଧିକ ହେବେ । କିନ୍ତୁ ବୁଧବାର ପର୍ଯ୍ୟନ୍ତ ମାତ୍ର ୨ଲକ୍ଷ ୯୨ହଜାର ଡୋଜ ଦିଆଯାଇ ପାରିଛି । ଯାହାକି ଲୋକଙ୍କ ପାଇଁ ଆଦୌ ଯଥେଷ୍ଟ ନୁହେଁ । ଆଗକୁ କୋରୋନା ତୃତୀୟ ଲହର ଆଶଙ୍କା କରାଯାଉଛି । ତେଣୁ ବ୍ୟାପକ ଟୀକାକରଣ ହିଁ ଏକମାତ୍ର ବିକଳ୍ପ ହୋଇଥିବାରୁ ଜିଲ୍ଲାବାସୀ ତୁରନ୍ତ ଟୀକା ଯୋଗାଇ ଦେବାକୁ ଦାବି କରିଛନ୍ତି ।

ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.