ETV Bharat / state

ଅନୁଗୋଳରେ ଘରକୁ ଘର ବୁଲି କୋଭିଡ ଟିକାକରଣ

author img

By

Published : Nov 2, 2021, 9:27 PM IST

ଟିକାକରଣ କେନ୍ଦ୍ରକୁ ଯାଇପାରୁନଥିବା ଲୋକଙ୍କୁ ଘର ଘର ବୁଲି କୋଭିଡ ଟିକାକରଣ ପ୍ରକ୍ରିୟା ଆରମ୍ଭ ହୋଇଛି । ଆଜି(ମଙ୍ଗଳବାର) ପ୍ରଥମ ଦିନରେ ଅନୁଗୋଳ ଜିଲ୍ଲାରେ ସ୍ବାସ୍ଥ୍ୟ ବିଭାଗର କର୍ମଚାରୀମାନେ ଘର ଘର ବୁଲି ବୃଦ୍ଧ ବୃଦ୍ଧା ଓ ଦିବ୍ୟାଙ୍ଗଙ୍କୁ ଟିକା ଦେବା ଆରମ୍ଭ କରିଛନ୍ତି । ଅଧିକ ପଢନ୍ତୁ...

Angul
Angul

ଅନୁଗୋଳ: ଟିକାକରଣ କେନ୍ଦ୍ରକୁ ଯାଇପାରୁନଥିବା ଲୋକଙ୍କୁ ଘର ଘର ବୁଲି କୋଭିଡ ଟିକାକରଣ ପ୍ରକ୍ରିୟା ଆରମ୍ଭ ହୋଇଛି । ଆଜି(ମଙ୍ଗଳବାର) ପ୍ରଥମ ଦିନରେ ଅନୁଗୋଳ ଜିଲ୍ଲାରେ ସ୍ବାସ୍ଥ୍ୟ ବିଭାଗର କର୍ମଚାରୀମାନେ ଘର ଘର ବୁଲି ବୃଦ୍ଧ ବୃଦ୍ଧା ଓ ଦିବ୍ୟାଙ୍ଗଙ୍କୁ ଟିକା ଦେବା ଆରମ୍ଭ କରିଛନ୍ତି ।

ଅନୁଗୋଳରେ ଆରମ୍ଭ ହେଲା ଘରକୁ ଘର ଯାଇ ଟିକାକରଣ

ଆଜି ଠାରୁ ଅନୁଗୋଳରେ ଆରମ୍ଭ ହୋଇଛି ଘର ଘର ବୁଲି କରୋନା ଟିକାକରଣ କାର୍ଯ୍ୟକ୍ରମ । ସକାଳେ ଜିଲା ମୁଖ୍ୟ ଚିକିତ୍ସାଧିକାରୀଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ହୋଇଥିଲା। ବୈଠକରେ ଜିଲ୍ଲାର ସମସ୍ତ ସ୍ବାସ୍ଥ୍ୟ କେନ୍ଦ୍ରର ଅଧିକାରୀମାନେ ଯୋଗ ଦେଇଥିଲେ । ସରକାରଙ୍କ ନିଷ୍ପତ୍ତି ଅନୁସାରେ କିଭଳି ଘର ଘର ବୁଲି ଟିକାକରଣ କରାଯାଇ ପାରିବ, ସେନେଇ ଆଲୋଚନା କରାଯାଇଥିଲା।

ବିଶେଷ କରି ବୃଦ୍ଧ, ବୃଦ୍ଧା, ରୋଗୀ, ଶାରୀରିକ ଭିନ୍ନକ୍ଷମ ଏବଂ ଯେଉଁମାନେ ଟିକା କେନ୍ଦ୍ରକୁ ଆସି ପାରିବେ ନାହିଁ । ସେଭଳି ବ୍ୟକ୍ତିଙ୍କୁ ଚିହ୍ନଟ କରି ଟିକା ଦେବା ପାଇଁ ନିଷ୍ପତ୍ତି ନିଆଗଲା। ଏହାଛଡା ଯେ କୌଣସି କାରଣରୁ ଯେଉଁମାନେ ଟିକା ନେଇ ପାରିନାହାନ୍ତି ସେମାନଙ୍କୁ ମଧ୍ୟ ଖୋଜି ଖୋଜି ଟିକା ଦେବାପାଇଁ ନିଷ୍ପତ୍ତି ହୋଇଛି । ଅନୁଗୋଳ ସହରରେ ଗୋଟିଏ ଟିମ ପରୀକ୍ଷା ମୂଳକ ଭାବେ ଘର ଘର ବୁଲି ଏକଶହ ଡୋଜ ଟିକା ଦେଇଥିଲେ ।

ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.