ETV Bharat / state

ଅସ୍ବଭାବିକ ଜଳବାୟୁ, ଦିନରେ ତାତି ରାତିରେ ଶୀତ - weather of angul

ଜଳବାୟୁରେ ଅସ୍ବଭାବିକ ପରିବର୍ତ୍ତନ । ଦିନର ତାପମାତ୍ରା 40 ଡିଗ୍ରୀ ହେଉଥିବା ବେଳେ ସକାଳେ କୁହୁଡି ଓ ରାତିରେ ଶୀତ। ଯାହାକୁ ନେଇ ଲୋକେ ଚିନ୍ତାରେ । ଅଧିକ ପଢନ୍ତୁ...

ଅସ୍ବଭାବିକ ଜଳବାୟୁ, ଦିନରେ ତାତି ରାତିରେ ଶୀତ
ଅସ୍ବଭାବିକ ଜଳବାୟୁ, ଦିନରେ ତାତି ରାତିରେ ଶୀତ
author img

By

Published : Mar 2, 2021, 9:28 AM IST

ଅନୁଗୋଳ: ଜଳବାୟୁରେ ଅସ୍ବଭାବିକ ପରିବର୍ତ୍ତନ । ଦିନର ତାପମାତ୍ରା 40 ଡିଗ୍ରୀ ହେଉଥିବା ବେଳେ ସକାଳେ କୁହୁଡି ଓ ରାତିରେ ଶୀତ। ଯାହାକୁ ନେଇ ଲୋକେ ଚିନ୍ତାରେ । ଅନୁଗୋଳରେ ଦୀର୍ଘ ଦିନର ବ୍ୟବଧାନ ପରେ ଆଜି ପୁଣି କୁହୁଡି ଦେଖିବାକୁ ମିଳିଥିଲା। ସକାଳୁ ପ୍ରାୟ ୮ଟା ପର୍ଯ୍ୟନ୍ତ କୁହୁଡି ଲାଗି ରହିଥିଲା।

ଅସ୍ବଭାବିକ ଜଳବାୟୁ, ଦିନରେ ତାତି ରାତିରେ ଶୀତ

କୁହୁଡି ସାଙ୍ଗକୁ କୋହଲା ପବନ ବହୁଥିଲା। ଫଳରେ ୨-୩ଘଣ୍ଟା ପର୍ଯ୍ୟନ୍ତ ସାଧାରଣ ଜୀବନଯାତ୍ରା ବ୍ୟାହତ ହୋଇଥିଲା। ତେବେ ଗତ ଫେବୃଆରୀ 28 ତାରିଖରେ ଅନୁଗୋଳରେ ତାପମାତ୍ରା 40 ଡିଗ୍ରୀ ପାର ହୋଇ ଯାଇଥିଲା। ବିଗତ 10 ବର୍ଷର ରେକର୍ଡ ଭାଙ୍ଗିଥିଲା। ରାଜ୍ୟର ସବୁଠାରୁ ଅଧିକ ଉତ୍ତପ୍ତ ସହର ପାଲଟି ଯାଇଥିଲା ଅନୁଗୋଳ।

ଏଭଳି ପରିସ୍ଥିତିରେ ସକାଳୁ ହଠାତ କୁହୁଡି ଯୋଗୁଁ ଲୋକେ କିଛି ବୁଝି ପାରି ନଥିଲେ। ଜଳବାୟୁରେ ଏଭଳି ପରିବର୍ତ୍ତନ ଯୋଗୁଁ ଏବେ ସମସ୍ତେ ଚିନ୍ତାରେ ପଡ଼ି ଯାଇଛନ୍ତି। ଆଗକୁ କ'ଣ ପରିସ୍ଥିତି ହେବ ତାହାକୁ ନେଇ ମଧ୍ୟ ଲୋକେ ଭୟଭୀତ ଅବସ୍ଥାରେ ଅଛନ୍ତି।

ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.