ETV Bharat / state

ମୋଦି ସରକାରଙ୍କ ସଫଳତାକୁ ସାମାଜିକ ଗଣମାଧ୍ୟମରେ ପ୍ରଚାର କର: କେନ୍ଦ୍ରମନ୍ତ୍ରୀ ନିତ୍ୟାନନ୍ଦ ରାୟ - ନିତ୍ୟାନନ୍ଦ ରାୟ

ଅନୁଗୋଳ ଗସ୍ତରେ କେନ୍ଦ୍ର ଗୃହରାଷ୍ଟ୍ର ମନ୍ତ୍ରୀ ନିତ୍ୟାନନ୍ଦ ରାୟ । ମୋଦି ସରକାରଙ୍କ 9 ବର୍ଷର ସଫଳତାକୁ ସାମାଜିକ ଗଣମାଧ୍ୟମରେ ପ୍ରଚାର କରିବାକୁ ଦେଲେ ଆହ୍ୱାନ । ଅଧିକ ପଢ଼ନ୍ତୁ

union minister nityanad rai visits angul
ଅନୁଗୋଳ ଗ୍ରସ୍ତରେ କେନ୍ଦ୍ର ଗୃହରାଷ୍ଟ୍ର ମନ୍ତ୍ରୀ
author img

By

Published : Jul 20, 2023, 9:25 AM IST

ଅନୁଗୋଳ ଗ୍ରସ୍ତରେ କେନ୍ଦ୍ର ଗୃହରାଷ୍ଟ୍ର ମନ୍ତ୍ରୀ

ଅନୁଗୋଳ: ଅନୁଗୋଳ ଜିଲ୍ଲା ଗସ୍ତରେ କେନ୍ଦ୍ର ଗୃହରାଷ୍ଟ୍ର ମନ୍ତ୍ରୀ ନିତ୍ୟାନନ୍ଦ ରାୟ । ମୋଦି ସରକାରଙ୍କ 9 ବର୍ଷର ସଫଳତାକୁ ନେଇ ଆୟୋଜିତ କାର୍ଯ୍ୟକ୍ରମରେ କେନ୍ଦ୍ରମନ୍ତ୍ରୀ ନିତ୍ୟାନନ୍ଦ ରାୟ ଯୋଗ ଦେଇଛନ୍ତି । ସେବା ସୁଶାସନ ଗରିବ କଲ୍ୟାଣର ୯ ବର୍ଷର ଶାସନର ସଫଳତାକୁ ସାମାଜିକ ଗଣମାଧ୍ୟମରେ ସ୍ଥାନିତ କରିବାକୁ ମନ୍ତ୍ରୀ ଆହ୍ୱାନ ଦେଇଛନ୍ତି । ଅନୁଗୋଳ ଜିଲ୍ଲାରେ ମୋଦି ସରକାର ଏବଂ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ପ୍ରୟାସରେ ଯେଉଁ ସବୁ କାର୍ଯ୍ୟ ହୋଇଛି ତାହାକୁ ଲୋକଲୋଚନକୁ ଆଣିବାକୁ ସାମାଜିକ ଗଣମାଧ୍ୟମର କାର୍ଯ୍ୟକର୍ତ୍ତା ସଦା ସର୍ବଦା ପ୍ରୟାସ ଜାରି ରଖନ୍ତୁ ବୋଲି ମତ ପ୍ରକାଶ କରିଛନ୍ତି ।

ଏହା ମଧ୍ୟ ପଢ଼ନ୍ତୁ: ଦୁଇଦିନିଆ ମାଲକାନଗିରି ଗସ୍ତରେ ଜୁଏଲ ଓରାମ୍, ଶାସକ ଦଳ ଉପରେ ବର୍ଷିଲେ

କେନ୍ଦ୍ରମନ୍ତ୍ରୀ ନିତ୍ୟାନନ୍ଦ ରାୟଙ୍କର ଲୋକସଭା ପ୍ରବାସ ଯୋଜନାରେ ମହାଜନସମ୍ପର୍କ ଅଭିଯାନ କାର୍ଯ୍ୟକ୍ରମରେ ଦୁଇଦିନିଆ ଅନୁଗୋଳ ଓ ଢେଙ୍କାନାଳ ଜିଲ୍ଲା ଗସ୍ତରେ ଆସିଛନ୍ତି । ଏହି ପରିପ୍ରେକ୍ଷୀରେ ଜିଲ୍ଲା ବିଜେପି କାର୍ଯ୍ୟାଳୟରେ ଆୟୋଜିତ ଜିଲ୍ଲା ସାମାଜିକ ଗଣମାଧ୍ୟମ କାର୍ଯ୍ୟକର୍ତ୍ତାଙ୍କ ସହ ଏକ ବୈଠକରେ ଯୋଗଦେଇଥିଲେ କେନ୍ଦ୍ରମନ୍ତ୍ରୀ ନିତ୍ୟାନନ୍ଦ । ଗଣମାଧ୍ୟ କାର୍ଯ୍ୟକର୍ତ୍ତାଙ୍କୁ ଉଦବୋଧନ ଦେଇ ସେ କହିଛନ୍ତି, "ମୋଦି ସରକାରଙ୍କ ଶାସନରେ ଓଡ଼ିଶା ବିଶେଷ ଭାବେ ଲାଭାନ୍ବିତ ହୋଇଛି । ମୋଦି ସରକାର ୯ ବର୍ଷରେ ଅନୁଗୋଳ ଜିଲ୍ଲାକୁ ଷାଠିଏ ହଜାର କୋଟି ଟଙ୍କା ବିଭିନ୍ନ ଯୋଜନାରେ ପ୍ରଦାନ କରିଛନ୍ତି । ରାଜପଥ, ରେଳପଥ, ନୂତନ ପ୍ଲାଣ୍ଟ ପ୍ରତିଷ୍ଠା ସବୁ କ୍ଷେତ୍ରରେ ଅନୁଗୋଳ ଜିଲ୍ଲାକୁ ବିଶେଷ ଭାବେ ଗୁରୁତ୍ୱ ଦେଇଛନ୍ତି ମୋଦି ସରକାର ।" ମୋଦି ସରକାରଙ୍କ ସଫଳତାକୁ ସାମାଜିକ ଗଣମାଧ୍ୟମ ମାଧ୍ୟମରେ ପ୍ରଚାର ପ୍ରସାର କରିବାକୁ ସେ କାର୍ଯ୍ୟକର୍ତ୍ତାଙ୍କୁ ପରାମର୍ଶ ଦେଇଛନ୍ତି ।

ଏହା ମଧ୍ୟ ପଢ଼ନ୍ତୁ: 9 Years of Modi Govt: ରାଉରକେଲାରେ ଗସ୍ତରେ କେନ୍ଦ୍ରମନ୍ତ୍ରୀ, ଆୟୁଷ୍ମାନ ଯୋଜନା ନେଇ ରାଜ୍ୟ ସରକାରଙ୍କୁ ଟାର୍ଗେଟ

ଏହା ମଧ୍ୟ ପଢ଼ନ୍ତୁ: ଦିନିକିଆ ବୌଦ୍ଧ ଗସ୍ତରେ କେନ୍ଦ୍ର ଗୃହରାଷ୍ଟ୍ର ମନ୍ତ୍ରୀ, ସାଧାରଣ ନିର୍ବାଚନ ପୂର୍ବରୁ କର୍ମକର୍ତ୍ତାଙ୍କୁ ଦେଲେ ଗୁରୁମନ୍ତ୍ର

ଜିଲ୍ଲା ବିଜେପି ପକ୍ଷରୁ କେନ୍ଦ୍ରମନ୍ତ୍ରୀଙ୍କୁ ସମ୍ବର୍ଦ୍ଧନା ଦିଆଯାଇଥିଲା । ଜିଲ୍ଲା ସଭାପତି ଡିଲେଶ୍ୱର ପ୍ରଧାନଙ୍କର ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଜିଲ୍ଲା ପ୍ରଭାରୀ ତଥା ରାଜ୍ୟ ସମ୍ପାଦକ ସିମାଞ୍ଚଳ ଖଟେଇ, ରାଜ୍ୟ ସମ୍ପାଦକ କାଳନ୍ଦି ସାମଲ, ଲୋକସଭା ସଂଯୋଜକ ପ୍ରେମାନନ୍ଦ ଜେନା, ବିସ୍ତାରକ ଅମୃତ ରଞ୍ଜନ ସ୍ୱାଇଁ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ପ୍ରତାପ ଚନ୍ଦ୍ର ପ୍ରଧାନ, ପ୍ରତିମା ମିଶ୍ର ଯୋଗ ଦେଇଥିଲେ । ସେହିପରି ଜିଲ୍ଲାର ସାମାଜିକ ଗଣମାଧ୍ୟମର ଶତାଧିକ କାର୍ଯ୍ୟକର୍ତ୍ତା ସାମିଲ ହୋଇଥିଲେ ।

ଇଟିଭି ଭାରତ, ଅନୁଗୋଳ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.