ETV Bharat / state

ଅଧାରେ ରହିଲା ଓଷା, ଟ୍ରକ ଧକ୍କାରେ ଲିଭିଗଲା 2 ସାବିତ୍ରୀଙ୍କ ଜୀବନ ଦୀପ

author img

By

Published : May 30, 2022, 11:18 AM IST

Updated : May 30, 2022, 1:00 PM IST

ଜରପଡା ଥାନା ଅଞ୍ଚଳରେ ମର୍ମନ୍ତୁଦ ସଡକ ଦୁର୍ଘଟଣା । ଟ୍ରକ୍ ସହ ଧକ୍କା ହେଲା ଅଟୋ । ଘଟଣାସ୍ଥଳରେ ୨ ମହିଳାଙ୍କ ଗଲା ଜୀବନ । ଅଧିକ ପଢନ୍ତୁ

Angul Road Accident:ଅଟୋକୁ ଧକ୍କା ଦେଲା ଟ୍ରକ,୨ମୃତ

ଅନୁଗୋଳ: ଜିଲ୍ଲା 55 ଜାତୀୟ ରାଜପଥ ଜରପଡା ଥାନା ଅଞ୍ଚଳରେ ମର୍ମନ୍ତୁଦ ସଡକ ଦୁର୍ଘଟଣା । ଟ୍ରକ୍ ସହ ଧକ୍କା ହେଲା ଅଟୋ । ଘଟଣାସ୍ଥଳରେ ୨ ମହିଳାଙ୍କ ଗଲା ଜୀବନ । ସୂଚନା ଅନୁସାରେ ମହିଧରପୁରରୁ ୪ ଜଣ ଏକ ଅଟୋ ଯୋଗେ ଦୁର୍ଗାପୁର ଆସୁଥିଲେ । ଏହି ସମୟରେ ଏକ ପିଆଜ ବୋଝେଇ ଟ୍ରକ ଅଟୋକୁ ଧକ୍କା ଦେଇଥିଲା । ଫଳରେ ଘଟଣା ସ୍ଥଳରେ ୨ ମହିଳା ଯାତ୍ରୀଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଦୁଇ ଜଣ ଯାତ୍ରୀ ଓ ଅଟୋ ଚାଳକ ଆହତ ହୋଇଥିଲେ ।

ଅଧାରେ ରହିଲା ଓଷା, ଟ୍ରକ ଧକ୍କାରେ ଲିଭିଗଲା 2 ସାବିତ୍ରୀଙ୍କ ଜୀବନ ଦୀପ

ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଆହତଙ୍କୁ ଉଦ୍ଧାର କରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ମୃତ ମହିଳାମାନେ ହେଲେ ଦୁର୍ଗାପୁର ଗାଁର ମହିଳା କାନ୍ତି ସାହୁ ଓ ଜରପଡା ଗାଁର କୋକିଳ ସାହୁ ।ଅନ୍ୟ ଦୁଇ ଯାତ୍ରୀଙ୍କ ଅବସ୍ଥା ଗୁରୁତର ହେବାରୁ ସେମାନଙ୍କୁ କଟକ ସ୍ଥାନାନ୍ତରିତ କରାଯାଇଛି । ୫୫ ନମ୍ବର ଜାତୀୟ ରାଜପଥ ମରାତିରା ଗଣ୍ଡିମୁଣ୍ଡା ନିକଟରେ ଏହି ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି ।

ଇଟିଭି ଭାରତ, ଅନୁଗୋଳ

Last Updated : May 30, 2022, 1:00 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.