ETV Bharat / state

ବନ୍ଧୁକ ମୁନରେ 2 ସୁପରଭାଇଜରଙ୍କୁ ଅପହରଣ !

ଅନୁଗୋଳ ଜିଲ୍ଲାର ପାଲଲହଡା ଥାନା ଅନ୍ତର୍ଗତ କମ୍ପରକିଲାରେ ଥିବା ଏକ ଠିକାସଂସ୍ଥାର ଦୁଇ ଜଣ କର୍ମଚାରୀଙ୍କୁ ବନ୍ଧୁକ ଦେଖାଇ ଅପହରଣ କରାଯାଇଛି।

2 ସୁପରଭାଇଜରଙ୍କୁ ଅପହରଣ
2 ସୁପରଭାଇଜରଙ୍କୁ ଅପହରଣ
author img

By

Published : Dec 29, 2020, 1:21 PM IST

ଅନୁଗୋଳ: ଠିକାସଂସ୍ଥାର 2 ଜଣ କର୍ମଚାରୀଙ୍କୁ ବନ୍ଧୁକ ମୁନରେ ଅପହରଣ ଅଭିଯୋଗ । ଅନୁଗୋଳ ଜିଲ୍ଲାର ପାଲଲହଡା ଥାନା ଅନ୍ତର୍ଗତ କମ୍ପରକିଲାରେ ଥିବା ଏକ ଠିକାସଂସ୍ଥାର ଦୁଇ ଜଣ କର୍ମଚାରୀଙ୍କୁ ବନ୍ଧୁକ ଦେଖାଇ ଅପହରଣ କରାଯାଇଛି। ଗତକାଲି(ସୋମବାର) ବିଳମ୍ବିତ ରାତିରେ କିଛି ଦୁର୍ବୃତ୍ତ ସାଥିରେ ବନ୍ଧୁକ ଆଣି 2 ଜଣଙ୍କୁ ଉଠାଇ ନେଇଛନ୍ତି ।

2 ସୁପରଭାଇଜରଙ୍କୁ ଅପହରଣ

ଅପହୃତ କର୍ମଚାରୀ 2ଜଣ ହେଲେ ନରୋତ୍ତମ ବେହେରା ଓ ସନାତନ ବିଶ୍ବାଳ। ସୂଚନା ଅନୁସାରେ, କମ୍ପରକିଲାରେ ଥିବା ଏକ ଠିକାସଂସ୍ଥା ପକ୍ଷରୁ ପୋଲ ନିର୍ମାଣ ଚାଲିଛି। ସେଥିପାଇଁ କର୍ମଚାରୀମାନେ କ୍ୟାମ୍ପ କରି ରହୁଛନ୍ତି। ଅପହୃତ କର୍ମଚାରୀ ଦୁଇଜଣ ସୁପରଭାଇଜର ଭାବେ କାମ କରୁଥିଲେ।

ଏନେଇ ଠିକା ସଂସ୍ଥାର ମାଲିକ ପାଲଲହଡା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ତେବେ କେଉଁ କାରଣରୁ କର୍ମଚାରୀମାନଙ୍କୁ ଅପହରଣ କରାଯାଇଛି, ତାହା ସ୍ପଷ୍ଟ ଜଣା ପଡିନାହିଁ।

କିନ୍ତୁ କ୍ୟାମ୍ପ ପରିସରରୁ ବିପୁଳ ପରିମାଣର ଡିଜେଲ ଚୋରି ହୋଇଥିବା ଘଟଣା ଆହୁରି ସନ୍ଦେହ ଭିତରକୁ ଆସୁଛି। ପୋଲିସ ତଦନ୍ତ ପରେ ପ୍ରକୃତ ସତ୍ୟାସତ୍ୟ ସାମ୍ନାକୁ ଆସିବା ସହ ଘଟଣାରେ କୌଣସି ଦୁର୍ବୃତ୍ତ ନା ମାଓବାଦୀଙ୍କ ସମ୍ପୃକ୍ତି ତାହା ତଦନ୍ତ ପରେ ହିଁ ଜଣାପଡିବ ।

ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.