ETV Bharat / state

ସାତକୋଶିଆ ଅଭୟାରଣ୍ୟରୁ ୨ କଲରାପତରିଆ ବାଘଙ୍କ ମୃତଦେହ ଉଦ୍ଧାର

ଗୁରୁବାର ସାତକୋଶିଆ ଅଭୟାରଣ୍ୟରେ ଦୁଇଟି କଲରାପତରିଆ ବାଘଙ୍କ ମୃତଦେହ ଉଦ୍ଧାର କରାଯାଇଛି । ଏନେଇ ସୂଚନା ଦେଇଛନ୍ତି ସାତକୋଶିଆ ବନ୍ୟପ୍ରାଣୀ ବନଖଣ୍ଡ ଅଧିକାରୀ ସରୋଜ କୁମାର ପଣ୍ଡା। ଅଧିକ ପଢନ୍ତୁ

ସାତକୋଶିଆ ଅଭୟାରଣ୍ୟରୁ ୨ କଲରାପତରିଆ ବାଘଙ୍କ ମୃତଦେହ ଉଦ୍ଧାର
ସାତକୋଶିଆ ଅଭୟାରଣ୍ୟରୁ ୨ କଲରାପତରିଆ ବାଘଙ୍କ ମୃତଦେହ ଉଦ୍ଧାର
author img

By

Published : Oct 28, 2022, 10:03 AM IST

Updated : Oct 28, 2022, 11:02 AM IST

ଅନୁଗୋଳ: ସାତକୋଶିଆରୁ ଏକ ଦୁଃଖଦ ଖବର ସାମ୍ନାକୁ ଆସିଛି । ଗତକାଲି (ଗୁରୁବାର) ସାତକୋଶିଆ ଅଭୟାରଣ୍ୟରେ ଦୁଇଟି କଲରାପତରିଆ ବାଘଙ୍କ ମୃତଦେହ ଉଦ୍ଧାର କରାଯାଇଛି । ଏନେଇ ସୂଚନା ଦେଇଛନ୍ତି ସାତକୋଶିଆ ବନ୍ୟପ୍ରାଣୀ ବନଖଣ୍ଡ ଅଧିକାରୀ ସରୋଜ କୁମାର ପଣ୍ଡା।

ଏହା ମଧ୍ୟ ପଢନ୍ତୁ: ଚିକିତ୍ସାଧିନ ଅବସ୍ଥାରେ ଆଖି ବୁଜିଲା ଧଳା ବାଘୁଣୀ ବିଜୟା

ସାତକୋଶିଆ ଅଭୟାରଣ୍ୟରେ ଦୁଇଟି କଲରାପତରିଆ ବାଘଙ୍କ ମୃତ୍ୟୁ ହୋଇଛି । ଅଭୟାରଣ୍ୟର ପମ୍ପାସର ରେଞ୍ଜ କୁଲାଙ୍ଗୀ ଗାଁ ପାଖ ଜଙ୍ଗଲରୁ ଦୁଇ ଅଣ୍ଡିରା କଲରାପତରିଆ ବାଘଙ୍କ ମୃତଦେହ ଉଦ୍ଧାର କରାଯାଇଛି । ବାଘ ଦୁଇଟି ପ୍ରାୟ ୧୦ ଦିନ ତଳୁ ମରିଥିବା ସୂଚନା ଦେଇଛନ୍ତି DFO । ମୃତ୍ୟୁର କାରଣ ସ୍ପଷ୍ଟ ହୋଇ ନଥିବାବେଳେ ଏହା କୌଣସି ଶିକାରୀ ଫାସରେ ପଡି ମୃତ୍ୟୁ ହୋଇ ଥାଇ ପାରେ ବୋଲି ଅନୁମାନ କରାଯାଉଛି । ଏନେଇ ବନ ବିଭାଗ ଅଧିକ ତଦନ୍ତ ଜାରି ରଖିଛି । ତେବେ ବାଘ ଦୁଇଟି ମଧ୍ୟରୁ ଗୋଟିଏ ବଡ ଥିବାବେଳେ ଅନ୍ୟଟି ତାଠାରୁ ଛୋଟ ଥିବା ସୂଚନା ମିଳିଛି ।

ଇଟିଭି ଭାରତ, ଅନୁଗୋଳ

Last Updated : Oct 28, 2022, 11:02 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.