ଅନୁଗୋଳ:ପାଉଁଶ ବୋଝେଇ ଟ୍ରକ ଧକ୍କାରେ ଶ୍ରମିକ ମୃତ। ଅନୁଗୋଳ ଜିଲ୍ଲା ତାଳଚେର-କଣିହାଁ 53ନମ୍ବର ଜାତୀୟ ରାଜପଥର ନୂଆ ବଲଣ୍ଡା ନିକଟରେ ଘଟିଛି ଏହି ଦୁର୍ଘଟଣା। ମୃତ ଶ୍ରମିକ ଜଣକ ବରାଳମୁଣ୍ଡା ଗାଁର ଜଗା ନାଏକ। ସେ ଇଟା ତିଆରି କାରଖାନାରେ ଶ୍ରମିକ ଭାବେ କାମ କରୁଥିଲେ।
ସେ କାମ ସାରି ଫେରୁଥିବା ବେଳେ ଟ୍ରକ ଚାପି ଦେଇଥିଲା। ଫଳରେ ଘଟଣାସ୍ଥଳରେ ହିଁ ମୃତ୍ୟୁ ହୋଇଥିଲା। ସ୍ଥାନୀୟ ଲୋକେ ଦୁର୍ଘଟଣା ଘଟାଇଥିବା ଟ୍ରକକୁ ଅଟକ ରଖି ଆନ୍ଦୋଳନ କରିଛନ୍ତି। ମୃତ ଶ୍ରମିକଙ୍କ ପରିବାରକୁ କ୍ଷତିପୂରଣ, ସେହି ରାସ୍ତାରେ ଭାରି ଯାନ ଚଳାଚଳ ଉପରେ ନିୟନ୍ତ୍ରଣ ଓ ରାସ୍ତା ମରାମତି ଦାବିରେ ଲୋକେ ଆନ୍ଦୋଳନ ଚାଲୁ ରଖିଛନ୍ତି। ପୋଲିସ ପହଞ୍ଚି ସେମାନଙ୍କୁ ବୁଝାସୁଝା କରୁଛି।
ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ