ଅନୁଗୋଳ: ମଙ୍ଗଳବାର ଓଡ଼ିଆ ସଙ୍ଗୀତଜ୍ଞ ସ୍ବର୍ଗତ ଅକ୍ଷୟ ମହାନ୍ତିଙ୍କ ଶ୍ରାଦ୍ଧ ବାର୍ଷିକୀ । ଏହି ଅବସରରେ ଅନୁଗୋଳବାସୀ ଅକ୍ଷୟଙ୍କୁ ମନେ ପକାଇ ମାରୱାଡ଼ି ଧର୍ମଶାଳାଠାରେ ତାଙ୍କ ଶ୍ରାଦ୍ଧବାର୍ଷିକୀ ପାଳନ କରିଛନ୍ତି ।
କାର୍ଯ୍ୟକ୍ରମ ଆରମ୍ଭରେ ଅକ୍ଷୟଙ୍କ ଫଟୋ ଚିତ୍ରରେ ମାଲ୍ୟାର୍ପଣ କରିବା ସହ ପ୍ରଦୀପ ପ୍ରଜ୍ଵଳନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଅକ୍ଷୟଙ୍କ ସଙ୍ଗୀତ, ସାହିତ୍ୟ ଓ ଗଳ୍ପ ସମ୍ପର୍କରେ ଆଲୋଚନା କରାଯିବା ସହ ତାଙ୍କ ସ୍ମୃତି ଚାରଣ କରାଯାଇଥିଲା । ସହରର ଅନେକ ଅକ୍ଷୟପ୍ରେମୀଙ୍କ ସମେତ ବୁଦ୍ଧିଜୀବୀମାନେ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ । ତେବେ ପ୍ରତିବର୍ଷ ଅକ୍ଷୟଙ୍କ ଶ୍ରାଦ୍ଧ ଦିବସରେ ତାଙ୍କର ବିଭିନ୍ନ ସଙ୍ଗୀତର ଚର୍ଚ୍ଚା ଶୀର୍ଷକ କାର୍ଯ୍ୟକ୍ରମ କରାଯାଉଥିବାବେଳେ ଏଥର କୋଭିଡ କଟକଣା ସହିତ ଏହି କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା ।
ଅକ୍ଷୟ ମହାନ୍ତିଙ୍କୁ ଖୋକା ଭୋଇ ନାମରେ ବେଶ୍ ପରିଚିତ । ସେ ଜଣେ ଭାରତୀୟ ଗାୟକ, ଗୀତିକାର, ରଚନା, ସଂଗୀତକାର ତଥା ଓଡିଆରେ ଲେଖକ ଥିଲେ। ଓଡ଼ିଶାର ଲୋକପ୍ରିୟ କିମ୍ବଦନ୍ତୀ ଉପରେ ଆଧାରିତ ଓଡିଆ ଭଜନ, ଓଡିଶା ଗୀତ, ଲୋକଗୀତ, ଚଳଚ୍ଚିତ୍ର ଏବଂ ଅଣ-ଚଳଚ୍ଚିତ୍ର ଆଦି ଗୀତ ଗାଇବା ସହିତ ଏହାର ରଚନା କରୁଥିଲେ । 1959 ମସିହାରେ ଆକାଶବାଣୀ ତଥା ଅଲ ଇଣ୍ଡିଆ ରେଡିଓରେ ମ୍ୟୁଜିକ କମ୍ପୋଜର ଭାବେ ଯୋଗ ଦେଇଥିଲେ ।
ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ