ETV Bharat / state

ପ୍ରଥମ ଥର କଲେଜ ଯିବେ ଅନ୍ଧାରୀ ମୂଲକ ପିଲା - ଅନ୍ଧାରୀ ମୂଲକର ଛାତ୍ରଛାତ୍ରୀ

ପ୍ରଥମ ଥର କଲେଜ ଯିବେ ଅନୁଗୋଳ ଜିଲ୍ଲା ପବଲା ଗାଁର ଆଦିବାସୀ ପିଲା । ସ୍ବାଧୀନତାର ୭୫ ବର୍ଷ ପରେ ଏହି ଅନ୍ଧାରୀ ମୂଲକର ଛାତ୍ରଛାତ୍ରୀ କଲେଜ ପାଠ ପଢିବେ । ଯାହା ଏବେ ଅନ୍ୟ ଆଦିବାସୀ ଆଧ୍ୟୁଷିତ ଅଞ୍ଚଳର ପିଲାଙ୍କ ପାଇଁ ପ୍ରେରଣା ସାଜିିଛି । ଅଧିକ ପଢନ୍ତୁ

ପ୍ରଥମ ଥର କଲେଜ ଯିବେ ଅନ୍ଧାରୀ ମୂଲକ ପିଲା (pendinG)

author img

By

Published : Sep 1, 2022, 4:31 PM IST

ଅନୁଗୋଳ: ସ୍ବାଧୀନତାର ୭୫ ବର୍ଷ ପରେ କଲେଜ ମାଟି ମାଡିବେ ଅନ୍ଧାରୀ ମୂଲକ ପିଲା । ପ୍ରଥମ ଥର କଲେଜ ଯିବେ ଏବଂ ପାଠ ପଢିବେ ଅନୁଗୋଳ ଜିଲ୍ଲାର ଆଦିବାସୀ ଆଧ୍ୟୁଷିତ ପବଲା ଗାଁର ଛାତ୍ରଛାତ୍ରୀ । ଏହି ଗାଁରେ ଅଧିକାଂଶ ପିଲା ସ୍କୁଲ ବାରଣ୍ଡା ମାଡି ନାହାନ୍ତି । କିନ୍ତୁ ଯେଉଁ ଅଞ୍ଚଳରେ ପହଞ୍ଚିବା କଷ୍ଟକର ସେଠାରେ ଶିକ୍ଷାର ଆଲୋକ ବିଛାଇ ପାରିଛନ୍ତି ୪ ଜଣ ଆଦିବାସୀ ଛାତ୍ରଛାତ୍ରୀ । ଚଳିତ ବର୍ଷ ମାଟ୍ରିକ ପାସ୍ କରିଥିବା ପବଲ ଗାଁର ୩ ଜଣ ଛାତ୍ରଛାତ୍ରୀ କଲେଜରେ ନାମ ଲେଖାଇଛନ୍ତି ।

ପ୍ରଥମ ଥର କଲେଜ ଯିବେ ଅନ୍ଧାରୀ ମୂଲକ ପିଲା

ଅନୁଗୋଳ ଜିଲ୍ଲା ସଦାର ମହକୁମା ଠାରୁ ଟିକରପଡା ରାସ୍ତାରେ ପ୍ରାୟ ୨୫ କିଲୋମଟିର ଦୂରରେ ରହିଛି କରତପଟା ଗାଁ । ସେଠାରୁ ଜଙ୍ଗଲ ଭିତରେ ଆଉ ୮ କିଲୋମିଟର ଦୁର୍ଗମ ଓ ମାଟି ରାସ୍ତାରେ ଗଲେ ପଡେ ପବଲା ଗାଁ । ଚାରିପଟେ ଘଞ୍ଚ ଜଙ୍ଗଲ ଓ ଉଚ୍ଚ ପାହାଡ଼। ମଝିରେ ଗାଁର ଅବସ୍ଥିତି। ଗାଁକୁ ଯିବାକୁ ହେଲେ ହାତୀ ଓ ଅନ୍ୟ ଜଙ୍ଗଲୀ ହିଂସ୍ର ଜନ୍ତୁଙ୍କ ଭୟ। ଏହି ଅନ୍ଧାରୀ ମୂଲକରେ ବସବାସ କରନ୍ତି ୩୦ଟି ଆଦିବାସୀ ପରିବାର । ସମସ୍ତଙ୍କର ଝାଟିମାଟି ଘର । ଛେଳି ପାଳନ ଓ ମୂଳ ମଜୁରୀ କରି ପେଟ ପୋଷନ୍ତି । ତେଣୁ ଏଭଳି ପରିସ୍ଥିତିରେ ଏଠାରେ ପାଠପଢା କଥା ପଚାରେ କିଏ । ଗାଁ ଠାରୁ ପ୍ରାୟ ୮ କିମି ଦୂରରେ ସ୍କୁଲ ରହିଛି । ତେଣୁ ଅଧିକାଂଶ ପିଲା ସ୍କୁଲ ବାରଣ୍ଡା ମାଡି ନାହାଁନ୍ତି ।

ଏହି ଅଞ୍ଚଳରେ ଶିକ୍ଷାର ବିକାଶ ପାଇଁ ବର୍ଷ ବର୍ଷ ଧରି ସ୍ବାମୀ ଚିଦାନନ୍ଦ ଅନୁଷ୍ଠାନ କାମ କରି ଆସୁଛି । ଅନୁଷ୍ଠାନ ପକ୍ଷରୁ ଗାଁର କିଛି ପିଲାଙ୍କୁ ପୁରୁଣାଗଡ଼ ଓ ଅନୁଗୁଳ ଠାରେ ଥିବା ଆଶ୍ରମ ସ୍କୁଲରେ ପାଠ ପଢ଼ିବାର ବ୍ୟବସ୍ଥା କରାଯାଇଥିଲା। ଫଳସ୍ବରୁପ, ଚଳିତ ବର୍ଷ ପ୍ରଥମ ଥର ପାଇଁ ୩ ଜଣ ଛାତ୍ରୀ ଓ ଜଣେ ଛାତ୍ର ମାଟ୍ରିକ ପାସ୍ କରିଛନ୍ତି । ମାଟ୍ରିକ ପରେ କୌଣସି ଆଶ୍ରମ ସ୍କୁଲରେ ପାଠ ପଢ଼ିବାର ବ୍ୟବସ୍ଥା ନଥିବାରୁ ସେମାନେ ଆସି ଗାଁରେ ରହିଛନ୍ତି। କଲେଜ ଯାଇ ଉଚ୍ଚ ଶିକ୍ଷା କରିବାକୁ ଏହି ଗରୀବ ଆଦିବାସୀ ପିଲାଙ୍କ ପାଖରେ ସମ୍ବଳ ନାହିଁ। ତେଣୁ ଆଗକୁ ଆଉ ପାଠ ନପଢି ଗାଁରେ ଛେଳି ଚରାଇବା ଓ ମୂଲ ମଜୁରୀ କରିବାକୁ ସେମାନେ ନିଷ୍ପତ୍ତି ନେଇଥିଲେ।

ହେଲେ ସ୍ବାମୀ ଚିଦାନନ୍ଦ ଅନୁଷ୍ଠାନର କର୍ମକର୍ତ୍ତାମାନେ ନିଜେ ଖର୍ଚ୍ଚ କରି ୨ ଜଣ ଛାତ୍ରୀ ଏବଂ ଜଣେ ଛାତ୍ରଙ୍କ ବନ୍ତଳା କଲେଜରେ ନାଁ ଲେଖାଇଛନ୍ତି । ଅନ୍ୟ ଜଣେ ଛାତ୍ରୀଙ୍କ ପାରିବାରିକ ସମସ୍ୟା ଥିବାରୁ ତାଙ୍କୁ ସିଲେଇ ମେସିନ ଯୋଗାଇ ଦେଇ ସ୍ବାବଲମ୍ବୀ ହେବାକୁ ପ୍ରେରଣା ଦେଇଛନ୍ତି । ଗାଁ ଠାରୁ ବନ୍ତଳା ପ୍ରାୟ ୩୦ କିମି ଦୂର। ତେଣୁ ଏହି ଛାତ୍ରଛାତ୍ରୀ ଗାଁରୁ କରତପଟା ପର୍ଯ୍ୟନ୍ତ ସାଇକେଲରେ ଯାଇ ସେଠାରୁ କଲେଜ ପର୍ଯ୍ୟନ୍ତ ଗାଡ଼ିରେ ଯିବାକୁ ନିଷ୍ପତି ନେଇଛନ୍ତି । ଏହି ଯାତାୟତ ଖର୍ଚ୍ଚ ମଧ୍ୟ ଚିଦାନନ୍ଦ ଅନୁଷ୍ଠାନ ଯୋଗାଇ ଦେବାକୁ ପ୍ରତିଶ୍ରୁତି ଦେଇଛି ।

ଗାଁର ଅଧିବାସୀମାନେ ଦାରିଦ୍ର୍ୟର ଚରମ ସୀମାରେ ଅଛନ୍ତି । କେବଳ ସରକାରୀ ଚାଉଳ ସେମାନଙ୍କ ପାଇଁ ସାହା । ମାଟ୍ରିକ ପାସ୍ କରିଥିବା ଛାତ୍ର ଅଜୟ ପ୍ରଧାନ ପିଲାଟି ଦିନରୁ ମାଆକୁ ହରାଇଛନ୍ତି । ବାପା ବୃଦ୍ଧ ଓ ରୁଗ୍‌ଣ । ଏହି ବାପପୁଅ ଯେଉଁ ଘରେ ରହୁଛନ୍ତି ଅଖିରେ ନ ଦେଖିଲେ ବିଶ୍ବାସ କରି ହେବନାହିଁ । ଅଜୟ ନିଜେ ରୋଷେଇ କରି ବାପାଙ୍କୁ ଦେଉଛନ୍ତି ଓ ନିଜେ ଖାଉଛନ୍ତି । କୀଟ ପତଙ୍ଗ ଓ ସରୀସୃପ ସେମାନଙ୍କର ସହୋଦର। ତଥାପି ମନରେ ଆଗ୍ରହ ଆଗକୁ ପାଠ ପଢି ଚାକିରୀ କରିବେ।

ତାଙ୍କ ବୃଦ୍ଧ ବାପାଙ୍କର ମଧ୍ୟ ପୁଅ ପାଇଁ ମନରେ ଅନେକ ଆଶା ରହିଛି । କେବଳ ଅଜୟ ନୁହଁନ୍ତି ଅନ୍ୟ ଛାତ୍ରଛାତ୍ରୀଙ୍କ ଅବସ୍ଥା ମଧ୍ୟ ଠିକ୍ ସେମିତି । ସେମାନଙ୍କର ଅଭିଭାବକମାନେ ନିଜେ ଶିକ୍ଷାର ଅନ୍ଧାର ଭିତରେ ରହିଥିଲେ ହେଁ ପିଲାମାନେ କିଭଳି ଆଗକୁ ଭଲ ପାଠ ପଢି ରୋଜଗାରକ୍ଷମ ହୋଇପାରିବେ ସେଥିପାଇଁ ମନରେ ଅସୁମାରୀ ଆଶା ବାନ୍ଧିଛନ୍ତି । ଗାଁରେ ସ୍କୁଲ ନାହିଁ। ଦୁର୍ଗମ ରାସ୍ତା । ବାହାରକୁ ବାହାରିଲେ ଜଙ୍ଗଲୀ ହିଂସ୍ରଜନ୍ତୁଙ୍କ ଭୟ । ତଥାପି ସ୍ବାମୀ ଚିଦାନନ୍ଦ ଅନୁଷ୍ଠାନର ସହାୟତାରେ ୪ ଆଦିବାସୀ ପିଲା ମାଟ୍ରିକ ପାସ କରି ଗାଁ ପାଇଁ ଇତିହାସ ସୃଷ୍ଟି କରି ପାରିଛନ୍ତି । ଯାହାକୁ ନେଇ ଗାଁରେ ଖୁସିର ବାତାବରଣ ଖେଳିଯାଇଛି ।

ଦିନ ଥିଲା ପବଲା ଗାଁରେ ପୁରୁଷମାନେ ପ୍ରଚୁର ଖଜୁରୀ ତାଡି ପିଇ ଅକାଳରେ ଆଖି ବୁଜିଥିଲେ । ତେଣୁ ପବଲାକୁ ଭଙ୍ଗା ଚୁଡିର ଗାଁ ବୋଲି କୁହା ଯାଉଥିଲା । ଆଜି ସେଭଳି ସ୍ଥିତି ନଥିଲେ ମଧ୍ୟ ସେମାନଙ୍କ ଜୀବନଶୈଳୀରେ ବିଶେଷ କିଛି ପରିବର୍ତ୍ତନ ଆସି ପାରିନାହିଁ । ତେବେ ଏମିତି ଏକ ଅନ୍ଧାରୀ ଇଲାକାରେ ଶିକ୍ଷାର ଆଲୋକ ଆଣି ପାରିଛନ୍ତି ଏହି ୪ ଜଣ ଛାତ୍ରଛାତ୍ରୀ ।

ଇଟିଭି ଭାରତ, ଅନୁଗୋଳ

For All Latest Updates

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.