ETV Bharat / state

ଶିଶୁକୁ ଉଦ୍ଧାର କଲେ, ନିଜେ କୂଅରେ ପଡି ପ୍ରାଣ ହରାଇଲେ - young man drowned in a well

କୂଅରେ ପଡିଥିବା ଶିଶୁକୁ ଉଦ୍ଧାର କରିବାକୁ ଯାଇ ଯୁବକର ମୃତ୍ୟୁ । ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ଅନୁଗୋଳ ଜିଲ୍ଲାର ଛେଣ୍ଡିପଦା ଅଞ୍ଚଳରେ । ଅଧିକ ପଢନ୍ତୁ...

ଶିଶୁ ଉଦ୍ଧାର କରିବାକୁ ଯାଇ କୂଅରେ ବୁଡି ଯୁବକର ମୃତ୍ୟୁ

author img

By

Published : Jun 21, 2021, 10:39 PM IST

ଅନୁଗୋଳ: କୂଅରେ ପଡିଥିବା ଶିଶୁକୁ ଉଦ୍ଧାର କରିବାକୁ ଯାଇ ଯୁବକର ମୃତ୍ୟୁ । ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ଅନୁଗୋଳ ଜିଲ୍ଲାର ଛେଣ୍ଡିପଦା ଅଞ୍ଚଳରେ । ଛେଣ୍ଡିପଦା ଥାନା ଶିମିଳିପାଳ ପଞ୍ଚାୟତ ପୁରିଆପାଟ ବନଦୁର୍ଗା ମନ୍ଦିର ପରିସର କୂଅରେ ଏକ ଶିଶୁ ପଡିଥିବାର ଦେଖି ଜଣେ ଯୁବକ କୂଅ ଭିତରକୁ ପଶିଥିଲେ । ପରେ ଉଦ୍ଧାରକାରୀ ଯୁବକ ପାଣିରେ ବୁଡ଼ି ମୃତ୍ୟୁ ହୋଇଛି ।

ମିଳିଥିବା ସୂଚନା ଅନୁସାରେ ଶିମିଳିପାଳ ଗାଁର ଶିବ ଦେହୁରୀଙ୍କ ଅଢେଇ ବର୍ଷର ଶିଶୁ ଶୁଭମ ମନ୍ଦିର ପରିସର କୂଅରୁ ପାଣି ଟାଣୁଥିଲେ । ଭାରସାମ୍ୟ ହରେଇ ଶୁଭମ କୂଅରେ ପଡିଯାଇଥିଲେ । କୂଅରେ ପଡିଯିବା ଦେଖି ପାଖରେ ଥିବା ଚାଇଆ ପଧାନ ଓ ବଙ୍କା ପଧାନ କୂଅରେ ପଶି ଶୁଭମକୁ ଉଦ୍ଧାର କରିଥିଲେ ।

ଉଦ୍ଧାର ବେଳେ ଚାଇଆ କୂଅ ପାଣିରେ ବୁଡି ମୃତ୍ୟୁବରଣ କରିଥିବା ବେଳେ ବଙ୍କା କୂଅରୁ ବାହାରି ଆସିଥିଲେ । ଖବର ପାଇ ଛେଣ୍ଡିପଦା ଅଗ୍ନିଶ୍ରମ ବାହିନୀ ପହଞ୍ଚି କୂଅରୁ ଚାଇଆକୁ ଉଦ୍ଧାର କରିଥିଲେ । ସେପଟେ ଅସୁସ୍ଥ ଥିବା ଶୁଭମ ବାଗେଡ଼ିଆ ସ୍ୱାସ୍ଥ୍ୟକେନ୍ଦ୍ରରେ ଚିକିତ୍ସାଧୀନ ଅଛନ୍ତି ।

ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.